ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ପାକିସ୍ତାନର ଉଡିଲା ନିଦ; '୨୪-୩୬ ଘଣ୍ଟା ଭିତରେ ଭାରତ ହମଲା କରିବ,' ରାତିଅଧିଆ ପାକ୍ ମନ୍ତ୍ରୀଙ୍କ ପ୍ରେସ୍‌ମିଟ୍

Published By : Ankita S | April 30, 2025 7:47 AM

ନୂଆଦିଲ୍ଲୀ,୩୦/ ୦୪: ଭାରତ ଭୟରେ ଥରିଲାଣି ପାକିସ୍ତାନ । ଆକ୍ରମଣ ଭୟରେ ଛାତିରେ ପଶିଲାଣି ଛନକା । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତର ଘନ ଘନ ବୈଠକ ବସୁଛି । ଯାହା ପାକିସ୍ତାନର ନିଦ ହଜାଇ ଦେଇଛି । ୨୬ ରୁ ୩୬ ଘଣ୍ଟା ମଧ୍ୟରେ ଭାରତ ପାକିସ୍ତାନ ଉପରେ ଆଟାକ୍ କରିପାରେ ବୋଲି ରାତିଅଧିଆ ପ୍ରେସ୍‌ମିଟ୍ କରି କହିଛନ୍ତି ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି । ପହଲଗାମ ପ୍ରତିଶୋଧ ନେବାକୁ ଭାରତ ବଡ଼ ପ୍ରସ୍ତୁତି କରୁଛି । ସେପଟେ ପାକିସ୍ତାନକୁ ଆକ୍ରମଣ ଭୟ ଘାରିଛି । ଡରି ଡରି ବଞ୍ଚୁଛି ପାକିସ୍ତାନ । ଭାରତ ସୈନ୍ୟ ଆକ୍ରମଣ ନେଇ ଭୟଭୀତ ହୋଇଛି ଆତଙ୍କୀ ଦେଶ । ଏହାକୁ ନେଇ ରାତି ଅଧିଆ ପ୍ରେସ୍‌ ମିଟ କରିଛନ୍ତି ପାକ୍ ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର । ସେ କହିଛନ୍ତି, ବିନା ପ୍ରମାଣରେ ଭାରତ ଆମ ଉପରେ ମିଥ୍ୟା ଆରୋପ ଲଗାଉଛି । ଭାରତ ପାକିସ୍ତାନ ଉପରେ ସୈନ୍ୟ ଆକ୍ରମଣ କରିବାକୁ ପ୍ରସ୍ତୁତି କରୁଛି । ପାକିସ୍ତାନ ଏହି ଆକ୍ରମଣର ଜବାବ୍‌ ଦେବାକୁ ପ୍ରସ୍ତୁତ ଅଛି । ଭାରତ ନିଜକୁ ଜଜ୍, ଜୁରୀ ଏବଂ ଜଲ୍ଲାହ ଭାବୁଛି ଯାହାକି ଭୟଙ୍କର ଏବଂ ଦାୟିତ୍ୱହୀନତାର ପ୍ରମାଣ ।''

ଅଧିକ ପଢନ୍ତୁ...ପହଲଗାମ ଆକ୍ରମଣ: ଉଚ୍ଚସ୍ତରୀୟ ବୈଠକ ପରେ ମୋଦୀଙ୍କୁ ଭେଟିଲେ ଅମିତ ଶାହ ଏବଂ ମୋହନ ଭାଗବତ

ପାକ୍ ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର  ଦାବି କରିଛନ୍ତି କି, ଭାରତ ଆଗାମୀ ୨୪ରୁ ୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ଉପରେ ସୈନ୍ୟ ଆକ୍ରମଣ କରିପାରେ । ଭାରତ କୌଣସି ନିରପେକ୍ଷ ତଦନ୍ତ ନକରି ସିଧା ସୈନ୍ୟ ରାସ୍ତା ଆପଣେଇବାକୁ ପ୍ରସ୍ତୁତି କରିଛି । ଯାହା କ୍ଷେତ୍ରୀୟ ଶାନ୍ତି ପାଇଁ ଘାତକ ପ୍ରମାଣିତ ହୋଇପାରେ । ପାକିସ୍ତାନ ସରକାର ମାମଲାରେ ନିରପେକ୍ଷ, ସ୍ୱତନ୍ତ୍ର ଏବଂ  ଅନ୍ତର୍ଜାତୀୟ ବିଶେଷଜ୍ଞ ସହାୟତା ନେଇ ଯାଞ୍ଚ କରିବାକୁ କହିଛି । ଭାରତ ଏହାକୁ ନମାନି ଆକ୍ରମଣର ରାସ୍ତା ବାଛିଛି ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.