ପ୍ରମୂଖ ଖବର
  • ନୂଆପଡା : ୨ ବାଇକ ମଧ୍ୟରେ ଧକ୍କା , ନାବାଳିକା ସମତେ ୫ ମୃତ
  • ||
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ବନ୍ଧୁତ୍ବ ଦେଖାଇଲା ରୁଷ, ଯୁଦ୍ଧରେ ଉତ୍ତର କୋରିଆର ସାହାଯ୍ୟ ପ୍ରତିବଦଳରେ ତିଆରି କଲା ସୁନ୍ଦର ବେଳାଭୂମି !

Published By : Harapriya Biswal | June 28, 2025 6:38 PM

ନୂଆଦିଲ୍ଲୀ,୨୮।୭: ସାରା ଦୁନିଆଠାରୁ ଅଲଗା ରହୁଥିବା ଉତ୍ତର କୋରିଆର ସୌନ୍ଦର୍ଯ୍ୟ,ସ୍ଥାପତ୍ୟ ଓ ସମୁଦ୍ର ତଟ ଏବେ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। ହୋଇପାରେ ଉତ୍ତର କୋରିଆର ଏହି ଅଞ୍ଚଳ ଏବେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। ୨୪ ଜୁନ୍‌ରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ଏହି ଦେଶର ଉତ୍ତରେ ଥିବା ଭୋନସାନ କଲମା ସମୁଦ୍ର ତଟକୁ ସାର୍ବଜନୀନ କରିଛନ୍ତି। ଉତ୍ତର କୋରିଆର ଏହି ସୁନ୍ଦର ସମୁଦ୍ର ବେଳାଭୂମି ତିଆରି କରିବା କାମରେ ରୁଷର ସାହାଯ୍ୟ ରହିଛି। କାରଣ ଉତ୍ତର କୋରିଆର ୟୁକ୍ରେନ୍ ଯୁଦ୍ଧରେ ରୁଷ ପକ୍ଷରୁ ଲଢିବା ପାଇଁ ପ୍ରାୟ ୧୦ ହଜାର ସୈନିକଙ୍କୁ ପଠାଇଥିଲା। 

ଏହି ସମୁଦ୍ର ତଟର ଆଲୌକିକ ସୁନ୍ଦରତା ଓ ନିର୍ମଳତା ସୌନ୍ଦର୍ଯ୍ୟ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ଉତ୍ତର କୋରିଆ ଓ କିମ୍ ଜୋଙ୍ଗ ଉନ୍‌ଙ୍କୁ ନେଇ ଏକ ଚର୍ଚ୍ଚା ହେଉଛି। ତାହା ହେଲା ଉନ୍‌ଙ୍କ ଝିଅ କିମ୍ ଜୁ ଏଙ୍କୁ ନେଇ। କ’ଣ କିମ୍ ଜୋଙ୍ଗ ଉନ୍ ଉତ୍ତର କୋରିଆର କ୍ଷମତା ନିଜ ଝିଅ କିମ୍ ଜୁ ଏ ଙ୍କୁ ପ୍ରଦାନ କରିବାକୁ ଯାଉଛନ୍ତି କି ? ୨୪ ଜୁନ୍‌ରେ ଯେତେବେଳେ କିମ୍ ଜୋଙ୍ଗ ଉନ୍ ଭୋନସାନ୍ କଲମାର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ ସେ ସମୟରେ ତାଙ୍କ ଝିଅ କିମ୍ ଜୁ ଏ ତାଙ୍କ ସହ ଉପସ୍ଥିତ ଥିଲେ। ତାଙ୍କୁ ପ୍ରୋଟେକ୍ସନ ଏଭଳି ଦିଆଯାଇଥିଲା ଯେପରି ସେ ଆଗାମୀ ଉତ୍ତରାଧିକାରୀ। ଖାସ୍ କଥା ଏହା ଯେ, ଏହି ସମୟରେ କିମ୍ ଜୋଙ୍ଗ ଉନ୍‌ଙ୍କ ପତ୍ନୀ ରି ସୋଲ ଜୁ ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ତାଙ୍କୁ କିମ୍‌ଙ୍କ ପାଖରେ କମ୍ ଦେଖିବାକୁ ମିଳିଥିଲା। 

ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ, ଏହି  ବେଳାଭୂମିର ନିର୍ମାଣ ବହୁ ବର୍ଷ ପୂର୍ବରୁ ଚାଲୁଥିଲା। କିନ୍ତୁ କରୋନା ସମୟରେ କାମ ବନ୍ଦ ହୋଇଯାଇଥିଲା। ଏହାପରେ ୨୦୨୪ ରେ ରୁଷ ଏହି କାମରେ ଉତ୍ତର କୋରିଆର ଯାହାଯ୍ୟ କରିଥିଲା। ତା ପରେ ଏହାର ନିର୍ମାଣ ଗତିଶୀଳ ହୋଇଥିଲା। ଏହି ପର୍ଯ୍ୟଟନ ଜୋନ୍‌ର ଉଦଘାଟନ ସମାରୋହରେ ଉତ୍ତର କୋରିଆରେ ରୁଷ ରାଷ୍ଟ୍ରଦୂତ ଓ ଦୂତାବାସର ଅନ୍ୟ ସଦସ୍ୟ ବିଶେଷ ଅତିଥି ରୂପରେ ଉପସ୍ଥିତ ଥିଲେ। ଏହି ଟୁରିଜିମ୍ ସେଣ୍ଟର ପର୍ଯ୍ୟଟକଙ୍କ ପାଇଁ ୧ ଜୁଲାଇରୁ ଖୋଲାଯିବ ଓ ଏଥିରେ ବିଦେଶୀ ପର୍ଯ୍ୟଟକ ଭାବରେ ରୁଷ ନାଗରିକଙ୍କୁ ଆସିବାର ଅନୁମତି ରହିଛି। ଉଲ୍ଲେଖନୀୟ ଯେ, ନିକଟରେ ଦୁଇ ଦେଶ ଭିତରେ ଟ୍ରେନ୍ ସେବା ପୁଣିଥରେ ଆରମ୍ଭ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.