ପ୍ରମୂଖ ଖବର
  • ମେ ୨୭ରେ କେରଳ ଛୁଇଁବ ମୌସୁମୀ ବାୟୁ ! ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ୧୭ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ : ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଭଦ୍ରକ : ତୋଟା ସାହିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା ଘର
  • ||
  • ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ପ୍ରେସ୍‌ମିଟ୍‌, ସୀମାନ୍ତ ରାଜ୍ୟକୁ ଡ୍ରୋନରେ ଟାଗେର୍ଟ କରୁଛି ପାକ୍
  • ||
  • ସେଲ୍‌ଫି ପ୍ରତିଯୋଗିତାର ବିଜେତାଙ୍କୁ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ
  • ||
  • ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ IPSଙ୍କ ଛୁଟି ବାତିଲ, ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ
  • ||
  • ରାଜଧାନୀରେ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼, ଜଣେ ଗୁରୁତର
  • ||
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ଶୁଖିବାରେ ଲାଗିଛି ପାକିସ୍ତାନ!ସାଟେଲାଇଟ ଫଟୋ ଦେଖିବାକୁ ମିଳିଲା ଭାରତର ଜଳ ପ୍ରହାର ଦୃଶ୍ୟ

Published By : prameya | April 30, 2025 3:12 PM

ନୂଆଦିଲ୍ଲୀ,୩୦/୦୪: ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ ରଣନୈତିକ ପଦକ୍ଷେପ ନେଇଛି। ଯାହା ପରେ ଭାରତର ବିନା ଆକ୍ରମଣରେ ମଧ୍ୟ ପାକିସ୍ତାନ ଆଣ୍ଠେଇ ଗଲାଣି । ଏହାରି ମଧ୍ୟରେ ସିନ୍ଧୁ ଚୁକ୍ତିନାମାକୁ ସ୍ଥଗିତ ରଖିବା ମଧ୍ୟ ଅନ୍ତର୍ଭୁକ୍ତ। ଯାହାର ପ୍ରଭାବ ସାଟେଲାଇଟ୍ ଫୁଟେଜରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରେ ସିଆଲକୋଟ ନିକଟରେ ଚେନାବ ନଦୀ ଏବେ ଶୁଖିଯିବାକୁ ବସିଥିବା ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି।

ଫୁଟେଜରେ ସ୍ପଷ୍ଟ ଦେଖାଯାଉଛି ଯେ, ସିଆଲକୋଟ ନିକଟରେ ଚେନାବ ନଦୀର ପ୍ରବାହ ପ୍ରାୟ ବନ୍ଦ ହୋଇଯାଇଛି। ଯାହା ପାକିସ୍ତାନ ପାଇଁ ବେଶ ଚିନ୍ତାର ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ପହଲଗାମ ଆକ୍ରମଣର ଦୋଷୀମାନଙ୍କୁ ସେମାନେ କଳ୍ପନା କରିବାଠାରୁ ମଧ୍ୟ ଖରାପ ଦଣ୍ଡ ଦିଆଯିବ। ଏହି ବୟାନ ପରେ ପାକିସ୍ତାନରେ ଭୟର ବାତାବରଣ ଖେଳିଯାଇଛି ଏବଂ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ କେତେ ବିପଦପୂର୍ଣ୍ଣ ହେବ ତାହା ଆକଳନ କରିବା ପାଇଁ ପାକ୍ ଅଧିକାରୀମାନେ ଦିନରାତି ଏକ କରି କାମ କରୁଛନ୍ତି।ଯଦି ସିଆଲକୋଟ ଅଞ୍ଚଳରେ ଚେନାବ ନଦୀ ସମ୍ପୂର୍ଣ୍ଣ ଶୁଖିଯାଏ, ତେବେ ଏହା ସେଠାକାର କୃଷି ଏବଂ ସ୍ଥାନୀୟ ଜନସଂଖ୍ୟା ଉପରେ ଗୁରୁତର ପ୍ରଭାବ ପକାଇପାରେ। ଏହା ଦୁଇ ଦେଶ ମଧ୍ୟରେ ପୂର୍ବରୁ ଦୁର୍ବଳ ଥିବା ସମ୍ପର୍କରେ ଆହୁରି ଚାପ ପକାଇବ ବୋଲି ଆଶା କରାଯାଉଛି। 

ସେହିପରି ଅନେକ ପାକିସ୍ତାନୀ ନେତା ପୂର୍ବରୁ କହିସାରିଛନ୍ତି ଯେ ଭାରତ ଦ୍ୱାରା ପାଣି ଅଟକାଇବା ଯୁଦ୍ଧର ଆରମ୍ଭ ଭାବରେ ଦେଖାଯାଇଛି। ତେବେ କେବଳ ରଣନୈତିକ ଦୃଷ୍ଟିରୁ ନୁହେଁ, ଭାରତ ସରକାରଙ୍କ କାର୍ଯ୍ୟରୁ ଏହା ସୂଚିତ ହେଉଛି ଯେ ଏହା ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପହଲଗାମ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ମୋଦି ସୁରକ୍ଷା ଅଧିକାରୀ ଏବଂ ମନ୍ତ୍ରୀମାନଙ୍କ ସହ ଅନେକ ପର୍ଯ୍ୟାୟ ବୈଠକ କରିଛନ୍ତି। ଏଥିସହ ସହ ମୋଦି ଭାରତୀୟ ସେନାଙ୍କୁ ଅନୁମତି ଦେଇଛନ୍ତି ଯେ,  ଭାରତୀୟ ସେନା ଭାରତ ସରକାରଙ୍କ ଅନୁମତି ବିନା ତୁରନ୍ତ ଯେକୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରିବ। 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.