ପ୍ରମୂଖ ଖବର
  • ଏସଆଇଆର ଲଢେଇ, ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରେ ବିରୋଧୀ
  • ||
  • ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଡିଆରଜି ଯବାନ ସହିଦ, ୩ ଗୁରୁତର
  • ||
  • ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ମୋହନା : ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ସଦସ୍ୟ ଗୁରୁତର
  • ||
  • ତାମିଲନାଡୁ କପଡ଼ା ଶିଳ୍ପକୁ ଟ୍ରମ୍ପ ଟାରିଫ୍‌ ଝଟକା, ୨୦ ହଜାର ଫ୍ୟାକ୍ଟ୍ରିରେ ୩୦ ଲକ୍ଷ ଛଟେଇ ଆଶଙ୍କା
  • ||
  • ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ବାବର-ରିଜୱାନ ବାଦ୍, ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
  • ||
  • ବ୍ରହ୍ମପୁର : MKCG ମେଡିକାଲରେ ଅଗ୍ନିକାଣ୍ଡ, ସର୍ଟସର୍କିଟ୍‌ରୁ ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ
  • ||
  • ନାଇଜେରିଆରେ ଭୟଙ୍କର ବୋଟ୍ ଟ୍ରାଜେଡି : ମଝି ନଈରେ ଓଲଟିଲା ବୋଟ୍, ୧୦ ଉଦ୍ଧାର ୪୦ ନିଖୋଜ
  • ||
  • ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟା ଧୂପ ପରେ ହେବ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି
  • ||
  • ମାଲକାନଗିରିକୁ ରେଡ୍ ଆଲର୍ଟ, ଆଜି ପାଇଁ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ
  • ||
  • ସୋମବାର ଅବପାତ ରୂପ ନେବ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ଅତି ଭୀଷଣ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ
  • ||

ରକ୍ଷା ବନ୍ଧନରେ ସୀମାକୁ ଯିବ ରାକ୍ଷୀ, ଯବାନଙ୍କ ପାଇଁ ରାକ୍ଷୀ ପଠାଇଲେ କୁନି କୁନି ଛାତ୍ରୀ

Published By : Harapriya Sethi | August 8, 2025 10:34 AM

ଭଦ୍ରକ, ୦୮/୦୮: ଭାରତୀୟ ଯବାନ ଭାଇଙ୍କ ପାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳରୁ ଯାଉଛି ରାକ୍ଷୀ। ଯବାନ ଭାଇଙ୍କ ପାଇଁ ଶୁଭ ମନାସି ସ୍ନେହ ମମତାରେ ସଭିଏଁ ପଠାଉଛନ୍ତି ରାକ୍ଷୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଧାମରା ଅଞ୍ଚଳର ଏକ ଘରୋଇ ସ୍କୁଲ୍‌ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କୁନି କୁନି ଭଉଣୀମାନେ ଜଣକ ପରେ ଜଣେ ଆସି ଆଣିଥିବା ରାକ୍ଷୀକୁ ଏକ ବାକ୍ସରେ ଭରୁଛନ୍ତି । ଆମ ଦେଶକୁ ସୁରକ୍ଷା ଦେଉଥିବା ବୀର ଯବାନଙ୍କ ପାଇଁ ଏହି ରାକ୍ଷୀ ପଠାଯିବ । 

ବିଦ୍ୟାଳୟର କୁନି କୁନି ଛାତ୍ରୀମାନେ ଅତି ଆପଣାର ସହିତ ଘରୁ ରାକ୍ଷୀ ଆଣିଥିଲେ । ଆଣିଥିବା ରାକ୍ଷୀ କେମିତି ଯବାନ ଭାଇଙ୍କ ହାତରେ ଯାଇ ସୁରକ୍ଷାର କବଚ ହେବ, ସେଥିପାଇଁ ଆଶା ବାନ୍ଧି ଖୁସି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଛାତ୍ରୀମାନଙ୍କୁ ସହଯୋଗ କରିଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.