ପ୍ରମୂଖ ଖବର
  • NDA ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ସିପି ରାଧାକ୍ରିଷ୍ଣନ୍, ମୁଖ୍ୟ ପ୍ରସ୍ତାବକ ହେଲେ ପିଏମ୍‌ ମୋଦି
  • ||
  • ହିମାଚଳ ପ୍ରଦେଶରେ ଭୂକମ୍ପ, ଘଣ୍ଟାଏ ଭିତରେ ଲାଗିଲା ୨ ଝଟକା
  • ||
  • ଭୁବନେଶ୍ୱର : ଆମ ବସ୍‌ ସାଇଡ ମାରିବାରୁ ତୁମୁଳକାଣ୍ଡ, ବସ୍ କାଚ ଭାଙ୍ଗିଦେଲେ କାର୍‌ ଡ୍ରାଇଭର
  • ||
  • ଆଫଗାନିସ୍ତାନରେ ଜଳିଗଲା ବସ୍, ୧୭ ଶିଶୁ ସମେତ ୫୦ରୁ ଊର୍ଦ୍ଧ୍ବ ମୃତ
  • ||
  • ମୁନିଗୁଡ଼ା : ବୁଧବାର ମୁନିଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ; ଏନ୍ଏସି ଘୋଷଣାରୁ ବାଦ୍ ଦେବାରୁ ପ୍ରତିବାଦ
  • ||
  • ଦୁର୍ବଳ ହେଉଛି ଅବପାତ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
  • ||

‘ମୁଁ ସୁସ୍ଥ ଅଛି...’ ହସ୍ପିଟାଲ ବେଡ଼ରୁ ଆସିଲା ନବୀନଙ୍କ ଭିଡ଼ିଓ ବାର୍ତ୍ତା

Published By : Gurupada Nath | August 17, 2025 11:37 PM

ଭୁବନେଶ୍ବର,୧୭/୮ :  ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁସ୍ଥ ଥିବା ନେଇ  ମେଡିକାଲ ବେଡରୁ ଏକ ଭିଡିଓ‌ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ନବୀନଙ୍କ ଏହି ବାର୍ତ୍ତା ଆସିବା ପରେ ତାଙ୍କର ସମର୍ଥକ ଓ ପ୍ରଶଂସକଙ୍କ ନିକଟରେ ଖୁସିର ମହଲ ଦେଖାଯାଇଛି। ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି ।  ଖୁବଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ ହେବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ନବୀନଙ୍କ ଆଶୁ ଆରୋଗ୍ୟ ପାଇଁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।  

 

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ ମେଡିକାଲରେ ପହଞ୍ଚି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହୋଇଛନ୍ତି। ଡାକ୍ତରଙ୍କ ସହିତ କଥାବାର୍ତ୍ତା କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.