ପ୍ରମୂଖ ଖବର
  • NDA ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ସିପି ରାଧାକ୍ରିଷ୍ଣନ୍, ମୁଖ୍ୟ ପ୍ରସ୍ତାବକ ହେଲେ ପିଏମ୍‌ ମୋଦି
  • ||
  • ହିମାଚଳ ପ୍ରଦେଶରେ ଭୂକମ୍ପ, ଘଣ୍ଟାଏ ଭିତରେ ଲାଗିଲା ୨ ଝଟକା
  • ||
  • ଭୁବନେଶ୍ୱର : ଆମ ବସ୍‌ ସାଇଡ ମାରିବାରୁ ତୁମୁଳକାଣ୍ଡ, ବସ୍ କାଚ ଭାଙ୍ଗିଦେଲେ କାର୍‌ ଡ୍ରାଇଭର
  • ||
  • ଆଫଗାନିସ୍ତାନରେ ଜଳିଗଲା ବସ୍, ୧୭ ଶିଶୁ ସମେତ ୫୦ରୁ ଊର୍ଦ୍ଧ୍ବ ମୃତ
  • ||
  • ମୁନିଗୁଡ଼ା : ବୁଧବାର ମୁନିଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ; ଏନ୍ଏସି ଘୋଷଣାରୁ ବାଦ୍ ଦେବାରୁ ପ୍ରତିବାଦ
  • ||
  • ଦୁର୍ବଳ ହେଉଛି ଅବପାତ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
  • ||

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳାରେ ତ୍ରୁଟି: ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟା ଧୂପ ପରେ ଅର୍ଘାସୁର ଓ ବକାସୁର ବଧ ନୀତି

Published By : Manoj | August 18, 2025 8:14 AM

ପୁରୀ,୧୮/୦୮: ଯେତେ ଯାହା କଲେ ମଧ୍ୟ ବଡ଼ଦେଉଳରେ ମହାପ୍ରଭୁଙ୍କ  ନୀତି ସୁଧାରରେ ସ୍ଥିରତା ଆସୁନାହିଁ । ନନ୍ଦୋତ୍ସବରେ ଅନିଦ୍ରା ରହିଗଲେ ମହାପ୍ରଭୁ ।  ଶନିବାର ଶ୍ରୀକୃଷ୍ଣ ଲୀଳା ଅବସରରେ ଶ୍ରୀମନ୍ଦିରରେ ନନ୍ଦୋତ୍ସବ ଓ ବିଜୁଳି କନ୍ୟା  ନୀତି ଥିଲା । ଏସବୁ ନୀତି ଉଛୁର ହୋଇ ବିଳମ୍ବିତ ରାତି ୪ଟା ୪୦ମିନିଟ୍‌ରେ  ଠାକୁରଙ୍କ ସନ୍ଧ୍ୟା ଆଳତି ସମ୍ପନ୍ନ ହୋଇଥିଲା । ପରଦିନ ଅର୍ଥାତ୍‌ ରବିବାର  ସୂର୍ଯ୍ୟୋଦୟ ସମୟ ଉପନୀତ ହେବାରେ ଠାକୁରଙ୍କ ନୀତି ଆଗେଇ ପାରିଲା  ନାହିଁ । ଏଣୁ ଶ୍ରୀବିଗ୍ରହଙ୍କ ପହୁଡ଼ ନୀତି ସମ୍ଭବ ହୋଇ ନଥିଲା । ଦୁଇ ନିର୍ଦ୍ଦିଷ୍ଟ ବର୍ଗର ସେବାୟତଙ୍କ ଭିତରେ ଦ୍ୱନ୍ଦ ଓ ନୀତି ପାଳନରେ ସମନ୍ୱୟରେ ଅଭାବ ହେତୁ  ଠାକୁରଙ୍କ ନୀତିରେ ବିଳମ୍ବ ହୋଇଥିବା ଅଭିଯୋଗ ଉଠିଥିଲା । 

ଠାକୁରେ ଦୋଳିରେ ବିଜେ ହୋଇଥିବା ସ୍ଥଳେ ଉଭୟ ବର୍ଗର ସେବକଙ୍କ ଭିତରେ ନିଜ ନିଜ ଅଧିକାରକୁ ନେଇ ମତ ବିଭେଦ ହେବାରେ ଏହାର ପ୍ରଭାବ ଠାକୁରଙ୍କ ନୀତି ଉପରେ ପଡ଼ିଥିଲା । ରାତି ୧୧ଟା ୪୦ ମିନିଟ୍‌ରେ ଦୁର୍ଗା ଦେବୀଙ୍କ  ଜନ୍ମ ନୀତି ସମ୍ପନ୍ନ ହୋଇଥିଲା । ୫ ମିନିଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା  ବିଜୁଳି କନ୍ୟା ପ୍ରସ୍ତାବ । ମଦନମୋହନ, ରାମକୃଷ୍ଣ ମାଜଣାକୁ ବିଜେ ୧୨ଟା୫୫  ମିନିଟ୍‌ରେ, ମାଜଣା ବେଶ ଶେଷ  ୧ଟା୫୦ମିନିଟ୍‌ରେ ବଢି ଠାକୁରେ  ଲକ୍ଷ୍ମୀମନ୍ଦିରକୁ ବିଜେ କରିଥିଲେ  ୨ଟା୩୫ମିନିଟ୍‌ରେ । ନନ୍ଦ ରାଜା  ୨ଟା ୪୫ମିନିଟରେ ପହଞ୍ଚିଥିଲେ ।  ୩ଟା୦୫ମିନିଟ୍‌ରେ ସରିଥିଲା  ନନ୍ଦୋତ୍ସବ ନୀତି । ଅନ୍ୟାନ୍ୟ ନୀତି ବଢ଼ି ମଦନମୋହନ ଓ ରାମକୃଷ୍ଣ ସାଢ଼େ  ୩ଟାରେ ଦକ୍ଷିଣ ଘରକୁ ବିଜେ ହୋଇଥିଲେ । ଏହାପରେ ଠାକୁରଙ୍କ ବେଶ ହୋଇ  ସନ୍ଧ୍ୟା ଆଳତିରେ ହିଁ ଶନିବାର ନୀତି ସ୍ଥଗିତ ହେଲା । ଜନ୍ମାଷ୍ଟମୀ ଭଳି ନୀତି ବହୁଳ  ଦିନରେ ଠାକୁରଙ୍କ ପହୁଡ଼ ନୀତି ସମ୍ପନ୍ନ ହୋଇଥିଲା । ଠିକ୍‌ ପରଦିନ ପୁଣି ନୀତି  ପାଳନରେ ସମନ୍ୱୟର ଅଭାବ ପରିଲକ୍ଷିତ ହେବାରେ ବିଭିନ୍ନ ମହଲରେ ଚର୍ଚ୍ଚା  ଆରମ୍ଭ ହେଲା । ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଯୋଗାଯୋଗ କରାଯାଇଥିଲେ  ସୁଦ୍ଧା ପ୍ରତିକ୍ରିୟା ମିଳିନାହିଁ । 

ସୋମବାର ମହାପ୍ରଭୁଙ୍କ କୋଳି ବିକା ନୀତି ସହ  ବନ ଭୋଜି ବେଶ ଅନୁଷ୍ଠିତ ହେବ । ଏଥିସହ ଉକ୍ତ ଦିନରେ ଶ୍ରୀକୃଷ୍ଣ ଲୀଳାର ବକାସୁର ବଧ ଓ ଅର୍ଘାସୁର ବଧ ପ୍ରସ୍ତାବ ଆଗତ ହେବ । ଶ୍ରୀମନ୍ଦିରରେ ଅନୁଷ୍ଠିତ ଏହି ଦେବବିଧିରେ ପୁରୁଣା ସାହି ବାସିନ୍ଦାମାନେ ବିଭିନ୍ନ ପୌରାଣିକ ଚରିତ୍ରରେ  ଅଭିନୟ କରି ଠାକୁରଙ୍କ ପରମ୍ପରା ପାଳନ କରିଥାନ୍ତି । ଠାକୁରଙ୍କ ଏହିସବୁ  ନୀତି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ପରଦିନ ଏକାଦଶୀ ତିଥି ମଙ୍ଗଳବାର ଠାକୁରଙ୍କ କାଳୀୟଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ ଆଗତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.