ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

କାଲି ପହିଲି, ଆଜି ସଜବାଜ.. ପିଠା ପଣା ସାଙ୍ଗକୁ ଦୋଳିରେ ତିନି ଦିନ ଦୁଲୁକିବ ସ୍ମାର୍ଟ ସିଟି

ଭୁବନେଶ୍ୱର,୧୩/୦୬: ଶୁକ୍ରବାର ପହିଲି ରଜ । ଏଥିପାଇଁ ସଜ ହେଲାଣି ସାରା ଭୁବନେଶ୍ୱର । କେଉଁଠି  ଦୋଳି ଲାଗିଲାଣି ତ ଆଉ କେଉଁଠି ରଜପାନ ବିକ୍ରି ହେବା ଲାଗି ଅସ୍ଥାୟୀ ଟେଣ୍ଟ ବନ୍ଧା ହେଲାଣି । କିଛି ଜାଗାରେ ବିଭିନ୍ନ ପ୍ରକାରର ପିଠା ବି ବିକ୍ରି ହେଲାଣି । ସାରା ଭୁବନେଶ୍ୱର ପିଠା, ମିଠା ଓ ପାନର ସୁଗନ୍ଧରେ ସୁଗନ୍ଧିତ ହେଲାଣି ।  

ଖାଲି ସେତିକି ନୁହେଁ ରଜ ପାଇଁ ମାର୍କେଟ ବିଲଡିଂ  ଓ ସପିଙ୍ଗ ମଲ୍‌ ମାନଙ୍କରେ ବି ଭିଡ଼ ଦେଖିବାକୁ ମିଳିଛି ।  କିଣାକିଣି ସରିବାର ନାଁ ଧରୁନି। କିଏ ତିନି ଦିନ ରଜ ପାଇ  ୩ଟି ନୂଆ ପୋଷାକ କିଣୁଛନ୍ତି ତ ଆଉ କିଏ ମ୍ୟାଚିଂ ଚପଲ  ସାଙ୍ଗକୁ କାନ ଝୁମୁକା କିଣିବାକୁ ଭିଡ଼ କରୁଛନ୍ତି । ଚୁଡ଼ି,  କସମେଟିକ ଦୋକାନ ମାନଙ୍କରେ ଭିଡ଼ ପ୍ରବଳ । କେହି  କେହି ବୁଲାବୁଲି କରିବା ଲାଗି ବି ପ୍ଲାନିଂ କରି ସାରିଲେଣି ।  ଭୁବନେଶ୍ୱରରେ ରଜ ଉତ୍ସବ ବଡ଼ ଆକାରରେ ହେଉଥିବାରୁ  ସାଙ୍ଗସାଥୀ, ବନ୍ଧୁବାନ୍ଧବ ଏଠି ୩ ଦିନ କାଟିବେ ବୋଲି ପ୍ଳାନିଂ  ବି ସାରିଛନ୍ତି । ସାଙ୍ଗସାଥୀ ହୋଇ ପୁରୀ ଯିବା ଲାଗି ବି ମନସ୍ଥ  କରି ସାରିଲେଣି । ଶୁକ୍ରବାର ପ୍ରଥମ ରଜ ଓ ରବିବାର ଶେଷ  ରଜ ପଡ଼ୁଥିବାରୁ ଘରେ ଘରେ ଚିକେନ୍‌ ଓ ମଟନରେ  ଭାସିବ । ଏଥର ରଜ ଖୁବ୍‌ ଧୁମ୍‌ଧମାରେ ପାଳିବା ଲାଗି  ସମସ୍ତେ ସବୁ ପ୍ରକାରର ପ୍ରସ୍ତୁତି ସାରିଛନ୍ତି ।  

ରାଜଧାନୀର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ବଡ଼  ଧୁମ୍‌ଧାମରେ ପାଳନ ହେବ । ଦୁର୍ଗାପୂଜା ପଡ଼ିଆ ହାଉସିଂ ବୋର୍ଡ କଲୋନୀ, ଚନ୍ଦ୍ରଶେଖରପୁରରେ ସକାଳ ୭ଟାରୁ ରାତି ୧୦ଟା ଯାଏ ଚାଲିବ । ସକାଳୁ ପୁଚି ଖେଳ,ବାସ୍କେଟ୍‌  ବଲ୍‌, ବେଲୁନ୍‌ ଫୁଟା ଖେଳ ସହ ଅପରାହ୍ଣରେ ରଙ୍ଗୋଲି, ମ୍ୟୁଜିକ୍‌ ଚେୟାର, ପିଠା ପ୍ରତିଯୋଗିତା, ରଜ କୁଇଜ୍‌ ପରି ବିଭିନ୍ନ ପ୍ରତିଯୋଗିତା ହେବ । ଯାହାର ଆୟୋଜନ ଲେଡି ପ୍ରୋଟେକ୍ଟ ଟିମ୍‌ ଟ୍ରଷ୍ଟ କରୁଛି । 

ସେହିଭଳି ମହାରାଜା କ୍ରିକେଟ୍‌ ଆସୋସିଏସନ୍‌ ଓ ପାତ୍ରପଡ଼ା-ଭଗବାନପୁର  ଯୁବଯୁବା ବାହିନୀ ଆନୁକୂଲ୍ୟରେ ୧୪ତମ ବାର୍ଷିକ ରଜ  ମହୋତ୍ସବ ପାତ୍ରପଡା ମେଲଣ ପଡ଼ିଆରେ ଅନୁଷ୍ଠିତ  ହେବ । ଯେଉଁଥିରେ ପୁଚି, ମେହେନ୍ଦି, ଦଉଡ଼ି ଡିଆଁ,  ମ୍ୟୁଜିକ୍‌ ଚେୟାର, ବେଲୁନ ଡ୍ୟାନ୍ସ, ପେପର୍‌ ଡ୍ୟାନ୍ସ,  ପୋଡ଼ପିଠା, ଝୋଟି, ପଶା ଖେଳ, ଗୀତ ଓ ନୃତ୍ୟ  ପରି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଆସନ୍ତା ୧୪ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇ ସୋମବାର ୧୭ତାରିଖ  ପର୍ଯ୍ୟନ୍ତ ମହୋତ୍ସବ ଚାଲିବ । ପାତ୍ରପଡ଼ା-ଉଦୟଗିରି  ବିହାର ଲେଡିଜ କ୍ଲବ ପକ୍ଷରୁ ୧୪ ତାରିଖରେ ରଜ  ମହୋତ୍ସବ ପାଳନ ହେବ । ସେଦିନ ରଜ କବିତା ଗାନ,  ରଜ ଗୀତର ତାଳେ ତାଳେ କୁନିକୁନି ପିଲାଙ୍କ ନୃତ୍ୟ ଆଦି କାର୍ଯ୍ୟକ୍ରମ ହେବ । ପୋଡ଼ ପିଠା କାଟି ହେବ ଉଦ୍‌ଘାଟନ ।  ପ୍ରଥମ ଥର ଲାଗି ଓଡ଼ିଶା ବାର୍ଡ ମନିଟରିଂ ନେଟୱାର୍କ ପକ୍ଷରୁ  ରଜ ପକ୍ଷୀ ପର୍ବ ଆୟୋଜନ କରାଯାଉଛି । ଯାହା ପ୍ରଥମ  ଜାତୀୟ ମନସୁନ୍‌ ବାର୍ଡ କାଉଣ୍ଟ । 

ୱଣ୍ଡର ୱାର୍ଲ୍ଡରେ ଗ୍ରାଣ୍ଡ କାର୍ଣ୍ଣିଭାଲ୍‌ ରଜରେ ୱଣ୍ଡର ୱାର୍ଲ୍ଡରେ ଗ୍ରାଣ୍ଡ କାରନିଭାଲ୍‌ ଉତ୍ସବ ୧୪ରୁ  ୧୬ ତାରିଖ ଯାଏ ଚାଲିବ । ରଜ ତିନି ଦିନରେ ଲାଇଭ୍‌  ସିଙ୍ଗ, ଲାଇଭ୍‌ ଡିଜେ, ୱେଭ ପାର୍ଟି, ୱାଟର ସ୍ଲାଇଡ୍‌, ଅନ୍‌ଲିମିଟେଡ୍‌ ପିଠା, ମ୍ୟାଜିସିଆନ୍‌, ଟାଟୋ ଆର୍ଟିଷ୍ଟ,  ବବଲ୍‌ ଆର୍ଟିଷ୍ଟ, ମାଙ୍କଡ଼ ମଣିଷ, ମୁଣ୍ଡ ନଥିବା ମଣିଷ, ଚାର୍ଲି ଚାପ୍‌ଲିନ୍‌ଙ୍କୁ ଦେଖିବାର ସୁଯୋଗ ମିଳିବ । ସକାଳୁ  ସନ୍ଧ୍ୟା ଯାଏ ଖାଦ୍ୟ ପାନୀୟ ସହ ଦିନ ସାରା ଏଇଠି ସମୟ ଯେମିତି କାଟି ପାରିବ ସେହି ବ୍ୟବସ୍ଥା ରହିଛି । 

ଜମୁଛି କିଣାକିଣି ପ୍ରତିଦିନ ଦୋକାନ ବଜାରରେ ଝିଅମାନଙ୍କ ଗହଳି ଜମି  ଯାଉଛି । କିଣାବିକା ଜୋର୍‌ସୋର୍‌ରେ ଚାଲିଛି । ଏଥିପାଇଁ  ଛୋଟ ଦୋକାନରୁ ସପିଂ ମଲ୍‌ ଆଉ ଅନ୍‌ଲାଇନ୍‌ରେ  ମିଳୁଛି ଧମାକାଦାର୍‌ ଅଫର୍‌ । ଗ୍ରାହକଙ୍କୁ ଆକୃଷ୍ଟ କରିବା  ଲାଗି ରିହାତି ଦିଆଯାଉଛି । କେଉଁଠି ବାଏ ୱାନ୍‌ ଗେଟ୍‌  ୱାନ୍‌ ଅଫର୍‌ ଲାଗିଛି । ଏପଟେ ଅନ୍‌ଲାଇନ୍‌ରେ ବି  ରଜ ବଜାର ସରଗରମ ହୋଇଛି । ବଜାରକୁ ବିଭିନ୍ନ  ନୂଆ ନୂଆ ଡିଜାଇନ୍‌ର ଡ୍ରେସ୍‌ ଓ ଶାଢ଼ି ଆସିଛି ।  ଛୋଟ ପିଲାଙ୍କର ବିଭିନ୍ନ ପାରମ୍ପରିକ  ପୋଷାକ ସାଙ୍ଗକୁ ୱେଷ୍ଟର୍ଣ୍ଣ ଡ୍ରେସ୍‌  ରହିଛି । ସେହିଭଳି  ଝିଅଙ୍କ ପାଇଁ ବିଭିନ୍ନ  ଡିଜାଇନ୍‌ର ଜିନ୍ସ୍‌, ଟି-ସାର୍ଟ, ୱାନ୍‌ ପିସ୍‌, ସ୍କଟ୍‌,  ଟପ୍ସ୍‌, ଅନାର୍‌କଲି, ପ୍ଲାଜୋ ସହ କୁର୍ତ୍ତି,  ପଟିଆଲା, ସାରାରା ଆଦି ଡ୍ରେସ୍‌ ରହିଛି । ଆଉ ପାରମ୍ପରିକ  ଶାଢ଼ି ଭିତରେ ସମ୍ବଲପୁରୀ, କାଞ୍ଜିବରମ୍‌, ଚନ୍ଦେରୀ, ମୁଗା  ସିଲ୍କ, ସାଉଥ୍‌ସିଲ୍କ, ହ୍ୟାଣ୍ଡଲୁମ୍‌, ଧାନେଖାଲି, ଢାକେଇ  ଜାମଦାନୀ, ବାଲୁଚେରୀ  ଓ ମଡର୍ଣ୍ଣରେ ରହିଛି  ଷ୍ଟୋନ୍‌ରେ ସିଲ୍କ  ଶାଢ଼ି, ପ୍ଲେନ୍‌  ସ୍ଲିକ୍‌, ନେଟ୍‌  ଶାଢ଼ି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.