ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଘରେ ପଶିଲା ବର୍ଷା ପାଣି, ବସ୍ତିବାସିନ୍ଦାଙ୍କ ରାସ୍ତା ଅବରୋଧ

ମାଲକାନଗିରି,୨୦/୭ :  ମାଲକାନଗିରି ଜିଲ୍ଲାରେ ଗତ ତିନି ଦିନ ହେଲା ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ପୌର ପରିଷଦ ଅଞ୍ଚଳ ବାଲିସାଗର ସାହିରେ କୃତ୍ରିମ ବନ୍ୟା  ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୨୨ଟି ଘରେ ପାଣି ପଶି ଧାନ ଚାଉଳ ଆସବା ପତ୍ର ସବୁ ନଷ୍ଟ ହୋଇଯାଇଛି। ଥଇଥାନ ଦାବି ନେଇ ବସ୍ତିବାସିନ୍ଦା ମାଲକାନଗିରି ବସଷ୍ଟାଣ୍ଡ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଧାରଣାରେ ବସିଥିଲେ।

 ବାଲିସାଗର ପୁଷ୍କରଣୀ ନବୀକରଣ ନାମରେ ଚାରିପଟ ବିରାଟ ଆଡିବନ୍ଧ ନିର୍ମାଣ କରାଯାଇଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନପାରି  କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ପୁଷ୍କରଣୀ ନିକଟରେ ଥିବା ପ୍ରାୟ ୨୨ଟି ଘରେ ଶୁକ୍ରବାର ରାତିରେ ପାଣି ପଣି ଯାଇ ବ୍ୟାପକ କ୍ଷୟ କ୍ଷତି ଘଟିଛି। ମାଲକାନଗିରି ପୌରପରିଷଦ ୭ନମ୍ବର ୱାର୍ଡ ବାଲିସାଗର ଓ ବସଷ୍ଟାଣ୍ଡ ସାହିର ଲୋକେ ପ୍ରତିବର୍ଷ ବର୍ଷା ଦିନ ହେଲେ ନାହିଁ ନଥିବା ହଇରାଣ ହୋଇଥାନ୍ତି।  ଏହାର ସ୍ଥାୟୀ ସମାଧାନ ଦାବି ନେଇ ଆଜି ସକାଳୁ ବସ ଷ୍ଟାଣ୍ଡ ନିକଟ ୩୨୬ନମ୍ବର ଜାତୀୟ ରାଜଥକୁ ଅବରୋଧ କରି ଧାରଣରେ ବସ୍ତିବାସିନ୍ଦା ବସିଥିଲେ । 

 ଏହି ଖବର ପାଇଁ ଭାରପ୍ରାପ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ପୌରପରିଷଦ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରା, ତହସିଲଦାର, ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି  ଆନ୍ଦୋଳନକାରୀମାନଙ୍କୁ  ବୁଝାଇଥିଲେ। ବସ୍ତି ପରିଦର୍ଶନ କରି ପୁଷ୍କରଣୀ ଆଡିବନ୍ଧକୁ ପୋକଲିନ ଦ୍ୱାରା ଭାଙ୍ଗିବା ସହିତ ବସ୍ତିରୁ ଜଳ ନିଷ୍କାସନ  ବ୍ୟବସ୍ଥା କରିବାରୁ ଦୀର୍ଘ ୫ଘଣ୍ଟା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଯାନ ବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।  ଭାରପ୍ରାପ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି ଯେ ପ୍ରଭାବିତ ବସ୍ତିର ୨୨ଟି ପରିବାରଙ୍କୁ  ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରା ଯାଇ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ସହିତ ବସ୍ତିରୁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି। ପରବର୍ତ୍ତୀ ସମୟରେ ସେମାନଙ୍କ ସ୍ଥାୟୀ ଥଇଥାନ ପାଇଁ ଯୋଜନା କରାଯାଉଛି।

ଆହୁରି ପଢନ୍ତୁ : ରାସ୍ତାରେ ଜଳିଗଲା କାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.