ପ୍ରମୂଖ ଖବର
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଆମେରିକା ଟେକ୍ସାସରେ ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଟାର୍ଗେଟ, କହିଲେ ଭାରତରେ ମୋଦିଙ୍କୁ ଆଉ କେହି ଡରୁନାହାନ୍ତି...

ନୂଆଦିଲ୍ଲୀ, ୯।୯: ଆମେରିକାରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ । ଟେକ୍ସାସରେ ବିଜେପି ସରକାର ଉପରେ ବର୍ଷିଲେ । କହିଲେ ଲୋକସଭା ନିର୍ବାଚନ ପରେ ଭାରତରେ ମୋଦିଙ୍କୁ ଆଉ କେହି ଡରୁନାହାନ୍ତି । ମୋଦି ସରକାର ଆମ ଭାଷା, ରାଜ୍ୟ ଏବଂ ଇତିହାସ ଉପରେ ହମଲା କରୁଛନ୍ତି । ଆମ ଧାର୍ମିକ ପରମ୍ପରା ଉପରେ ଆକ୍ରମଣ କରୁଥିବା କହିଛନ୍ତି ରାହୁଲ । 

୩ ଦିନିଆ ଆମେରିକା ଗସ୍ତରେ ରହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଡଲାସରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବା ନେଇ ଏକ୍ସରେ ପୋଷ୍ଟ କରିଛନ୍ତି ରାହୁଲ । ରବିବାର ରାହୁଲ ଟେକ୍ସାସ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍‌ଙ୍କ ସହିତ ଆଲୋଚନା କରିବା ପରେ ଅନେକ ଟେକ୍ନୋକ୍ରାଟଙ୍କୁ ଭେଟିଥିଲେ । ତେବେ ଟେକ୍ସାସର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ସେ ବିଜେପି ସରକାର ଉପରେ ବର୍ଷିଥିଲେ । ରାହୁଲ କହିଥିଲେ, ଆରଏସଏସ୍ ବିଶ୍ୱାସ କରେ ଯେ ଭାରତ ଏକ ନୂଆ ବିଚାର । କିନ୍ତୁ କଂଗ୍ରେସ ବିଶ୍ୱାସ କରେ ଯେ, ଭାରତ ବିଚାରର ବହୁଳତା ଅଟେ । ଆମେ ଭାବୁଛୁ ସମସ୍ତ ଭାରତୀୟଙ୍କୁ ସ୍ୱପ୍ନ ଦେଖିବା ପାଇଁ ଅନୁମତି ଦେବା ଉଚିତ୍ । ସେମାନଙ୍କର ଜାତି, ଭାଷା, ଧର୍ମ, ପରମ୍ପରା କିମ୍ବା ଇତିହାସ ନିର୍ବିଶେଷରେ ସେମାନଙ୍କୁ ଏକ ସ୍ଥାନ ଦିଆଯିବା ଉଚିତ୍ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷର ଲୋକସଭା ନିର୍ବାଚନରେ ଭାରତବାସୀ ସବୁକିଛି ଦେଖି ସାରିଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି ବୋଲି ଲୋକେ ଅବଗତ ଅଛନ୍ତି । ଆଧୁନିକ ଭାରତର ମୂଳଦୁଆ ହେଉଛି ସମ୍ବିଧାନ । ଚଳିତ ନିର୍ବାଚନରେ ଲୋକମାନେ ତାହା ସ୍ପଷ୍ଟ ଭାବରେ ବୁଝି ପାରିଥିଲେ । ମୋଦି ସରକାର ଆମ ଭାଷା, ରାଜ୍ୟ ଏବଂ ଇତିହାସ ଉପରେ ହମଲା କରୁଛନ୍ତି । ସେ ଆମର ଧାର୍ମିକ ପରମ୍ପରା ଉପରେ ଆକ୍ରମଣ କରୁଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତରେ ଆଉ କେହି ଡରୁନାହାନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.