ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ହାଥରସ ଗସ୍ତରେ ରାହୁଲ ଗାନ୍ଧୀ,ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବେ

Published By : Anindita | December 12, 2024 11:48 AM

ନୂଆଦିଲ୍ଲୀ,୧୨/୧୨:ହାଥରସ ଗସ୍ତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦୁଷ୍କର୍ମ ପୀଡିତାଙ୍କ ପରିବାରଙ୍କୁ ଭେଟିବା ପାଇଁ ଆଜି ଦିଲ୍ଲୀରୁ ହାଥରସ ଅଭିମୁଖେ ବାହାରିଛନ୍ତି। ଯାହାକୁ ନେଇ ଜୋର ଧରିଛି ରାଜନୈତିକ ଆଲୋଚ଼ନା। ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଲୋକଙ୍କୁ  ରଗେବାକୁ ଚାହୁଁଛନ୍ତି ।ପୂର୍ବରୁ ସମ୍ଭଲ ଏବଂ ବର୍ତ୍ତମାନ ହାଥରସ ଯାତ୍ରା ଜରିଆରେ ରାହୁଲ ଗାନ୍ଧୀ ୟୁପିକୁ ଅରାଜକତା ଏବଂ ଦଙ୍ଗାର ନିଆଁରେ ପକାଇବାକୁ ଚାହୁଁଥିବା ସେ କହିଛନ୍ତି । 


ଅନ୍ୟପଟେ ରାହୁଲଙ୍କ ହାଥରସ ଯାତ୍ରାକୁ ନେଇ ଆଇନ ବ୍ୟବସ୍ଥା କଡ଼ାକଡି କରାଯାଇଛି । ହାଥରସର ବୁଲଗଢୀ ଗାଁରେ ଅତିରିକ୍ତ ପୋଲିସ ଟିମକୁ ନିୟୋଜିତ କରାଯାଇଛି । ସୂତ୍ର ମୁତାବକ,ପୀଡିତଙ୍କ ପରିବାର,ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ,ସରକାର ଯାହା କହିଥିଲେ ତାହା ପୂରଣ କଲେ ନାହିଁ । ତେବେ 

୧୪ ସେପ୍ଟେମ୍ବର ୨୦୨୦ରେ ହାଥରସରେ ଜଣେ ଯୁବତୀଙ୍କୁ ସେହି ଗ୍ରାମର କିଛି ଲୋକେ ଦୁଷ୍କର୍ମ କରିଥିଲେ।ଯାହାର ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କ ଆଜୀବନ କାରାଦଣ୍ଡ ଶୁଣାଣି କରାଯାଇଛି । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଗସ୍ତ ଏହି ପ୍ରସଙ୍ଗରେ ସରକାରଙ୍କ ତ୍ରୁଟିକୁ ଦର୍ଶାଇବା ଏବଂ ପୀଡିତଙ୍କ ପରିବାର ସହ ଏକତା ପ୍ରକାଶ କରିବା ଲାଗି ଏକ ପ୍ରୟାସ ବୋଲି କୁହାଯାଉଛି । ପ୍ରକାଶ ଥାଉକି, ସେତେବେଳେ ପରିବାର ସଦସ୍ୟଙ୍କ ସହମତି ବିନା ଶୀଘ୍ର ମୃତଦେହ ଦାହ କରିଥିବା ନେଇ ପ୍ରଶାସନ ଉପରେ ଅଭିଯୋଗ ହୋଇଥିଲା । ଏହି ମାମଲା ସାରା ଦେଶରେ ରାଜନୈତିକ ବିତର୍କ ସୃଷ୍ଟି କରିଥିଲା।  ପୀଡିତାଙ୍କ ପରିବାର କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ସହ ଯୋଗାଯୋଗ କରି ତାଙ୍କୁ କହିଥିଲେ ଯେ ଏହି ଘଟଣା ପରେ ୟୁପି ସରକାର ଦେଇଥିବା ଚାକିରି ଓ ଘରର ପ୍ରତିଶ୍ରୁତି ପୂରଣ ହୋଇ ନାହିଁ। 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.