ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରବିବାର ପଡୁଛି ରବି ପୁଷ୍ୟା ନକ୍ଷତ୍ର, ଆପଣାନ୍ତୁ ଏହି ଉପାୟ, ସମଗ୍ର ବର୍ଷକୁ ସମୃଦ୍ଧ କରିବ....

ନୂଆଦିଲ୍ଳୀ ୦୮/୦୬: ଯଦି ଆପଣ ନିଜ ଜୀବନରେ କିଛି ଭଲ କରିବାକୁ ଚାହୁଁଛନ୍ତି ବା କୌଣସି ଜଞ୍ଜାଳରୁ ମୁକ୍ତ ହେବାକୁ ଚାହୁଁଛନ୍ତି। ତେବେ ପ୍ରକୃତି ଆପଣଙ୍କର ସାହଯ୍ୟ କରିଥାଏ। ପ୍ରକୃତି ସଂପୂର୍ଣ୍ଣ ବର୍ଷ ମଧ୍ୟରେ ଏପରି ଏକ ସମୟ ଆଣିଥାଏ। ଯେଉଁଠାରେ ଆପଣଙ୍କର ସମସ୍ତ ଚେଷ୍ଟାର ଫଳକୁ ୧୦୮ ଗୁଣ ବଢାଇଦେଇଥାଏ। ଏହି ସୁବର୍ଣ୍ଣ ସମୟ ମଧ୍ୟରୁ ପୂଷ୍ୟା ନକ୍ଷତ୍ର ଏକ ବିଶେଷ ସମୟ ଅଟେ।  ଏହାର ମୂଲ୍ୟ ବହୁତ ଅଧିକ ହୋଇଥାଏ, ଯଦି ଏହା ରବିବାରରେ ପଡିଥାଏ। ଏହାକୁ ରବି ପୁଷ୍ୟା ନକ୍ଷତ୍ର କୁହଯାଇଥାଏ।

୯ଜୁନ୍ ୨୦୨୪ ରେ ଉଭୟ ପୁଷ୍ୟାନକ୍ଷତ୍ର ଏବଂ ରବିବାର ହେଇଥିବାରୁ ଏହା ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। ଆପଣ ଯେକୌଣସି କଷ୍ଟ ବା ଯନ୍ତ୍ରଣାର ସମ୍ମୁଖୀନ ହେଉଥିଲେ। ଏହିଦିନ ସେ ସବୁରୁ ବାହାରିବାର ଉପାୟ ମିଳିବ ଏବଂ ଏଥିରେ ପ୍ରକୃତି ଆପଣଙ୍କୁ ସାହାଯ୍ୟ କରିବ। ଆପଣ କେବଳ ଚେଷ୍ଟା କରନ୍ତୁ।      

ଏକ ନିର୍ଦ୍ଦିଷ୍ଟ ଦିନରେ ଏକ ନକ୍ଷତ୍ର ଆସିବା ମହତ୍ତ୍ୱପୂର୍ଣ ହୋଇଥାଏ, କିନ୍ତୁ ସେହି ଦିନର ତିଥି ଏବଂ ଯୋଗ ଇତ୍ୟାଦି ଏହାକୁ କମ୍ ବା ଅଧିକ ବିଶେଷ କରିଥାଏ। ଚଳିଚବର୍ଷ ୯ଜୁନ୍‌ରେ ତୃତୀୟା ତିଥି ରହିଛି। ଏହାକୁ ଜୟାତିଥି ମଧ୍ୟ କୁହାଯାଇଥାଏ। ଜୟା ଅର୍ଥାତ ବିଜୟ ହାସଲ କରିବା। ଏହି ଦିନଯାହାଭି କାମ କରିବେ ସେଥିରେ ବିଜୟୀ ହାସଲ ହେବ। ତୃତୀୟା ତିଥି, ପୁଷ୍ୟା ନକ୍ଷତ୍ର ଏବଂ ରବିବାରର ସମାହାର ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆପଣ ଏହି ଦିନ କାହାକୁ ନିଜର ଅଟକିରହିଥିବା ଟଙ୍କା ମାଗୁଛନ୍ତି ତେବେ ଆପଣ ନିଶ୍ଚୟ ସଫଳ ହେବେ। କିଛି ଏପରି ପରିସ୍ଥିତି ଉତ୍ପନ୍ନ ହେବ, ଯାହା ଆପଣଙ୍କ ସପକ୍ଷରେ ରହିବ। ଆପଣ ଯଦି କିଛି ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଏହି ଦିନଟି ଆପଣଙ୍କ ପାଇଁ ବହୁତ ଶୁଭ। ପୁଷ୍ୟା ନକ୍ଷତ୍ରରେ ବିବାହକୁ ଛାଡି ଅନ୍ୟ ସମସ୍ତ ଶୁଭ କାମ କରାଯାଇଥାଏ। 

ପୁଷ୍ୟ ନକ୍ଷତ୍ରର ବିଶେଷତା:

ଏହା ଶନିଙ୍କର ନକ୍ଷତ୍ର ଅଟେ। ଏହାର ପୂର୍ବକୋଣରେ ଦେବଗୁରୁ ବୃହଷ୍ପତି ରହିଥାନ୍ତି। ଚନ୍ଦ୍ର ନିଜ ରାଶି ଅର୍ଥାତ କର୍କଟ ରାଶିରେ ପ୍ରବେଶ କରିଲେ ପୁଷ୍ୟା ନକ୍ଷତ୍ରର ସଂଯୋଗ ଆସିଥାଏ। ଅର୍ଥାତ ଏହି ଦିନ ଚନ୍ଦ୍ର ସକ୍ରିୟ ହୋଇଥାନ୍ତି ଏବଂ ଚନ୍ଦ୍ର ଆପଣଙ୍କର ମନ,ନିଷ୍ପତ୍ତିର କାରକ ଅଟନ୍ତି। ଏହି ଦିନ ବୃହଷ୍ପତି ସକ୍ରିୟ ହୋଇଥାନ୍ତି। ଯାହା ଆପଣଙ୍କର ଭାଗ୍ୟର କାରକ ଅଟନ୍ତି। ଏହି ଦିନ ଶନି ମଧ୍ୟ ସକ୍ରିୟ ହୋଇଥାନ୍ତି। ଯାହା ଆପଣଙ୍କର କର୍ମର କାରକ ଅଟନ୍ତି। ଏହି ନକ୍ଷତ୍ରକୁ ଆପଣ ନିଜର କର୍ମର ଭଣ୍ଡାର ମଧ୍ୟ କହିପାରିବେ। ଯଦି ଆପଣ ଭଲ କର୍ମ କରିଛନ୍ତି ତେବେ ଫଳ ଅବଶ୍ୟ ମିଳିବ । ଯଦି କିଛି ଖରାପ କର୍ମ କରିଛନ୍ତି ତେବେ ଏହା ଆପଣଙ୍କର ପଶ୍ଚାତାପର ଦିନ ଅଟେ। ଏହି ଦିନ ଦାନ ଆଦି କରିବା ଉଚିତ୍। କାରଣ ଚଳିତବର୍ଷ ଏହି ସୁଯୋଗ ରବିବାର ପଡିଥିବାରୁ ସୂର୍ଯ୍ୟଙ୍କର ମଧ୍ୟ କୃପା ରହିବ। 

ଏହି ଦିନ ମେଷ ରାଶିରେ ମଙ୍ଗଳ ରହିଛନ୍ତି। ମେଷ ରାଶି କୌଣସିଭି କାମକୁ ଆରମ୍ଭ କରିବାର ରାଶି ଅଟେ। ଏହାର ମାଲିକ ମଙ୍ଗଳ ମଧ୍ୟ ନିଜ ରାଶିରେ ହିଁ ଅଛନ୍ତି। ଏପରି ସମୟରେ କିଛି ନୂଆ କାମ ଆରମ୍ଭ କରିବା ଅର୍ଥାତ୍ ଭଲ ଫଳ ଅବଶ୍ୟ ମିଳିବ।  ବର୍ତ୍ତମାନ ଶନିଙ୍କର ସାଢ଼େସାତୀ ଚାଲିଛି। ଶନିଙ୍କ କାରଣରୁ ସମସ୍ତ କାମରେ ବାଧା ଉତ୍ପନ୍ନ ହୋଇଥାଏ । ରୋଜଗାର କମିଯାଇଥାଏ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଲାଗି ରହିଥାଏ।

ଏହି ଦିନ ଏକ ଉପାୟ କରନ୍ତୁ। ଗୁରୁଙ୍କର ଧାତୁ ସୁନା ଏବଂ ଚନ୍ଦ୍ରଙ୍କର ଧାତୁ ରୂପା ଅଟେ। ଏହି ଦିନ ନିଜ ସାମର୍ଥ୍ୟ ଅନୁଯାୟୀ ଅଳ୍ପ ସୁନା ଏବଂ ରୂପା ଆଣନ୍ତୁ। ଯଦି ସୁନା କିଣିବା ସମ୍ଭବପର ନୁହେଁ ତେବେ ପିତଳ ର ଏକ ଢାଳ ଆଣନ୍ତୁ। ଯଦି ସୁନା ରୂପା ଆଣୁଛନ୍ତି ତେବେ ଏହାକୁ ପୂଜା ଘରେ ରଖନ୍ତୁ ଏବଂ ପରେ ନାଲି ରଙ୍ଗର କପଡ଼ା ରେ ରଖି  ଆଲମାରୀ ରେ ରଖନ୍ତୁ । ଏବେ ଏହି ଧାତୁ ଚୁମ୍ବକରେ ପରିଣତ ହୋଇଗଲା । ଏହି ଚୁମ୍ବକ ଆସନ୍ତା ସମୟରେ ଅନେକ ସୁଖ ସମୃଦ୍ଧି ଆକର୍ଷଣ କରିବ । ଏହି ଦିନରେ ଯାହାଙ୍କର ସନ୍ତାନ ହେଉନାହିଁ, ଅଥବା ସନ୍ତାନ ସମ୍ବନ୍ଧୀୟ ଚିନ୍ତା ରହିଛି, ତାହା ମଧ୍ୟ ଦୂରହେବ। ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରି ଶିବ ମନ୍ଦିର ଯାଆନ୍ତୁ ଏବଂ ଶିବଙ୍କ ଉପରେ କଞ୍ଚା କ୍ଷୀରରେ କେଶର ମିଶାଇ ଢାଳନ୍ତୁ ଏବଂ ହରିବିଷ୍ନୁଙ୍କ ସମ୍ମୁଖରେ ଚଣାଡାଲି ଅର୍ପଣ କରନ୍ତୁ।

ଏହି ଦିନ ଅତ୍ୟନ୍ତ ସୁଭ ସମୟ ରହିଛି କାରଣ ଏହି ଦିନ ତୃତୀୟ ତିଥି ରହିଛି ଏବଂ ଏହି ଦିନ ବୃଦ୍ଧିର ଯୋଗ ରହିଛି। ନାମରୁ ହିଁ ଜଣାପଡୁଛି ଏହି ଦିନ ଯାହାଭି କାମ କରିବେ ବୃଦ୍ଧି ଅବଶ୍ୟ ହେବ। ଇଂଭେଷ୍ଟମେନ୍ଟ  କରିବା ପାଇଁ ଏହା ଏକ ଉତ୍ତମ ଦିନ। ଏହି ଦିନ ଷ୍ଟିଲ ର ବାସନ କିଣନ୍ତୁ। ଏହା ଶନିଙ୍କର ଧାତୁ ଅଟେ। ଆପଣଙ୍କପାଇଁ ବହୁତ ଶୁଭ ହେବ।

ଏହି ଯୋଗ ପର ଦିନ ଅର୍ଥାତ୍ ସୋମବାରକୁ ମଧ୍ୟ ଯାଉଛି । ଏହିଦିନ ଧ୍ରୁବ ନକ୍ଷତ୍ରର ଯୋଗ ରହିଛି। ଧ୍ରୁବନକ୍ଷତ୍ର କହୁଛି ଯେ ଆପଣ ଯାହା ଭି କାମ କରିବେ। ଅନ୍ୟମାନଙ୍କ ପାଇଁ ଉଦାହରଣ ହେବେ। ସେହିଦିନ ଆପଣ କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଯାହା ଆଗକୁ ଯାଇ ଉଦାହରଣ ରେ ପରିଣତ ହେବ।

ରବିପୁଷ୍ୟା ଦିନ ଦକ୍ଷିଣବର୍ତୀ ଶଙ୍ଖରେ ଚାଉଳ ରଖି ଏହାକୁ ପୂଜା ଘରେ ରଖନ୍ତୁ ଏବଂ ସେଥିରେ ଏକ ରୂପା ର ମୁଦ୍ରା ରଖନ୍ତୁ। ଏହା ଆପଣଙ୍କର ଆର୍ଥିକ ସମସ୍ୟାକୁ ଦୂର କରିବ । ଏହିଦିନ ଯାନବହନ ମଧ୍ୟ କିଣିବା ଶୁଭ ଅଟେ । ସେଥିରେ ୮ଟି ଖଜୁରୀ ନାଲି କପଡ଼ାରେ ବାନ୍ଧି ରଖନ୍ତୁ। ଏହି ଉପାୟ ଆପଣଙ୍କ ଜୀବନରେ ସୁଖର କାରକ ହେବ। କାରଣ କର୍କଟ ରାଶି ସୁଖର ରାଶି ଅଟେ। 

ଏହି ଦିନ ଆୟୁର୍ବେଦର ଦୋକାନ କୁ ଯାଆନ୍ତୁ। ଶଙ୍ଖପୁସ୍ପି ର ଚେର ବା ବହେଡ଼ା ର ଚେର ଆଣନ୍ତୁ। ଏହାକୁ ଆଣି ଘରର ପୂଜା ସ୍ଥାନ ରେ ରଖନ୍ତୁ। ଗାୟତ୍ରୀ ମହମନ୍ତ୍ରର ଏକ ମାଳ ପଢନ୍ତୁ। ପରେ ଏହି ଚେରକୁ ଏକ ରୂପାର ଡବାରେ ରଖି ନିଜ ଆଲମାରୀ ରେ ରଖନ୍ତୁ। ଯଦି ଆଲମାରୀ ନାହିଁ ତେବେ ବ୍ୟାଙ୍କ୍ ର ପାସବୁକ୍, ଚେକବୁକ୍ ବା ଟଙ୍କା ରଖିବା ସ୍ଥାନ ରେ ରଖି ଦିଅନ୍ତି। ଯଦି ଆପଣ ଯାତ୍ରା କରୁଛନ୍ତି ତେବେ ଆପଣ ଏହାକୁ ନିଜ ବ୍ୟଗ ରେ ରଖିଦିଅନ୍ତୁ । କାରଣ ଏହା ଆପଣଙ୍କ ପାଇଁ ଧନ ଆକର୍ଷଣ କରିବାର କାମ କରିବ । ଯଦି ସମ୍ଭବ ଏହି ଦିନ ଏକ ସତସଙ୍ଗ ବା ପୂଜାପାଠ ନିଶ୍ଚୟ କରାନ୍ତୁ। ଅଥବା ପରିବାରର ସମସ୍ତ ସଦସ୍ୟ ମିଶି ଏକାଠି ବସି ୧୧ଥର ହନୁମାନ ଚାଳିଶା ପଢ଼ି ନିଅନ୍ତୁ। ହନୁମାନ ଚାଳିଶା ଉଚ୍ଚ ସ୍ୱର ରେ ହିଁ ପଢନ୍ତୁ। ଏହି ଉପାୟ ରବିପୁଷ୍ୟ ଦିନକୁ ଆହୁରି ଅଧିକ ଶୁଭ କରିଦେବ। 

ରବିପୁଷ୍ୟା ଏହି ବର୍ଷ ୯ଜୁନ, ୭ ଜୁଲାଇ ଏବଂ ୪ ଅଗଷ୍ଟ ରେ ମଧ୍ୟ ଆସୁଛି। ଏହି ଦିନ ଗୁଡ଼ିକରେ ମଧ୍ୟ ଆପଣ ଇସ୍ୱରଙ୍କର ଆଶୀର୍ବାଦ ଲାଭ କରିପାରିବେ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.