ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବକ୍ସ ଅଫିସରେ 'ପୁଷ୍ପା ୨' ରାଜ୍, ଦୁଇ ଦିନରେ ୪୦୦ କୋଟିରୁ ଅଧିକ ବ୍ୟବସାୟ

Published By : Anindita Ratha | December 7, 2024 3:16 PM

ମୁମ୍ବାଇ,୦୭/୧୨: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨' । ଗତ ଦୁଇଦିନ ତଳେ ଫିଲ୍ମଟି ରିଲିଜ ହୋଇଥିବା ବେଳେ ଦର୍ଶକଙ୍କ ଜିତୁଛି ମନ । ଆଶା ଠାରୁ ଭଲ ପ୍ରଦର୍ଶନ କରୁଛି ଫିଲ୍ମ । ୩୫୦ କୋଟି ବଜେଟରେ ନିର୍ମିତ 'ପୁଷ୍ପା ୨' ଓପନିଂ ଦିନ ଏହାର ୯୦% ବଜେଟ୍ କରିଛି ଆୟ । ପ୍ରଥମ ଦିନରେ ଦମଦାର ପ୍ରଦର୍ଶନ କରିଥିବା ବେଳେ ଦ୍ୱିତୀୟ ଦିନରେ ମଧ୍ୟ କରିଛି ବମ୍ପର କଲେକ୍ସନ । ଦୁଇ ଦିନ ମଧ୍ୟରେ ଫିଲ୍ମ ମୋଟ  ୪୦୦ କୋଟିରୁ ଅଧିକ କରିଛି ବ୍ୟବସାୟ । 

ତେବେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨' ପ୍ରଥମ ଦିନରେ ବିଶ୍ୱ ବକ୍ସ ଅଫିସରେ ୨୯୪ କୋଟି ଟଙ୍କା ବ୍ୟବସାୟ କରିଥିଲା । ଯାହା ରଚିଥିଲା ଇତିହାସ । ସେହିପରି ଫିଲ୍ମଟି ଭାରତରେ ମଧ୍ୟ ୨୫୦ କୋଟି ପାର୍ କରିଛି । ତେବେ ଦ୍ୱିତୀୟ ଦିନରେ ରୋଜଗାର ସହ ପୁଷ୍ପା ୨ ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର 'ଜବାନ' ସମେତ ସମସ୍ତ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି ।ପୁଷ୍ପା ୨' ଭାରତରେ ସମସ୍ତ ଭାଷାରେ ୧୭୪.୯ କୋଟି ଟଙ୍କା ସହ ଓପନିଂ କରିଥିଲା । ଦ୍ୱିତୀୟ ଦିନରେ ପୁଷ୍ପା ଭାରତରେ ୯୦.୧୦ କୋଟି ଟଙ୍କା ଆୟ କରିଛି । ସାକନିକଙ୍କ ରିପୋର୍ଟ ଅନୁଯାୟୀ, ଭାରତରେ 'ପୁଷ୍ପା ୨' ଦୁଇ ଦିନ ମଧ୍ୟରେ ୨୫୦ କୋଟିରୁ ଅଧିକ ଆୟ କରିଛି । ଘରୋଇ ବକ୍ସ ଅଫିସରେ 'ପୁଷ୍ପା ୨' ର ମୋଟ ନେଟ ୨୬୫ କୋଟି ବ୍ୟବସାୟ କରିଛି । ଯାହାଦ୍ବାରା ପୁଷ୍ପା ୨ ଦୁଇ ଦିନ ମଧ୍ୟରେ ବିଶ୍ୱରେ  ୪୦୦ କୋଟି ଟଙ୍କା କରିଛି ପାର୍। ପ୍ରକାଶ ଥାଉକି, ୨୦୨୧ ରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ରିଲିଜ ହୋଇଥିବା ବେଳେ ଏହାର ୩ ବର୍ଷ ପରେ ଫିଲ୍ମର ସ୍ବିକେଲ ରଲିଜ ହୋଇଛି । 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.