ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ବର୍ଷକରେ ହରଡ଼ ଡାଲି ଦର ୩୭% ପର୍ଯ୍ୟନ୍ତ ମହଙ୍ଗା, ଚାଉଳ, ଡାଲି ଏବଂ ଚିନି ରପ୍ତାନି ଉପରେ ରୋକ୍‌ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୩।୯: ଦେଶର ଅଧିକାଂଶ ରାଜ୍ୟରେ ଏଥର ବର୍ଷା ୧୫ରୁ ୨୫% କମ୍‌ ହୋଇଛି । ଏହା ପ୍ରଭାବରେ ଫସଲ ଅମଳ କମିବାର ଆଶଙ୍କା ଦେଖାଦେଇଛି । ଫଳରେ ଖାଦ୍ୟପେୟ   ସାମଗ୍ରୀ ଦର ଦ୍ରୁତ ବେଗରେ ବୃଦ୍ଧି ପାଇଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଡାଲି । ବର୍ଷକରେ ହରଡ଼ ଡାଲି ଦର ୩୭% ପର୍ଯ୍ୟନ୍ତ ମହଙ୍ଗା ହୋଇଛି । ଯଦିଓ ଗତ କିଛି ସପ୍ତାହ ହେବ  କେତେକ ରାଜ୍ୟରେ ଭଲ ବର୍ଷା ହେଉଛି  ତଥାପି ଏହାଦ୍ୱାରା ସ୍ଥିତିରେ ସୁଧାର  ଦୃଶ୍ୟମାନ ହେଉନାହିଁ । 

ବ୍ୟାଙ୍କ ଅଫ୍‌  ବରୋଦାର ସଦ୍ୟ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସ୍ଥିତିରେ ମୁଦ୍ରାସ୍ଫୀତିକୁ ୫.୫%  ତଳେ ରଖିବା ଆର୍‌ବିଆଇ ପାଇଁ କଷ୍ଟକର ହେବ । ଚଳିତ ସିଜନ୍‌ରେ ଶସ୍ୟ ଉତ୍ପାଦନ  ବଢ଼ିବ ବୋଲି ଅନୁମାନ କରାଯାଇଛି  କିନ୍ତୁ ପାଣିପାଗ ଅନିଶ୍ଚିତତା ଯୋଗୁ  ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା  ରହିଛି । ସୋୟାବିନ ସହିତ ଅନ୍ୟ ସମସ୍ତ ଖାଦ୍ୟଶସ୍ୟ ଦର ଦ୍ରୁତ ବେଗରେ ବଢ଼ିପାରେ ବୋଲି ଅନୁମାନ  କରାଯାଉଛି ।  କେନ୍ଦ୍ର ସରକାରଙ୍କ ଭଣ୍ଡାରରେ ଅଗଷ୍ଟ ୩୧ ସୁଦ୍ଧା ଚାଉଳ ଷ୍ଟକ୍‌ ୨.୪୩  କୋଟି ମେଟ୍ରିକ୍‌ଟନ୍‌ ଥିଲା । ଏହା ୨୦୧୮  ଅଗଷ୍ଟରୁ ସର୍ବନିମ୍ନ ସ୍ତର । ୨୦୨୨  ଅଗଷ୍ଟରେ ଷ୍ଟକ୍‌ ୨.୮ କୋଟି, ଅଗଷ୍ଟ   ୨୦୨୧ରେ ୨.୯୧ କୋଟି, ଅଗଷ୍ଟ  ୨୦୨୦ରେ ୨.୫୩ କୋଟି ଏବଂ ଅଗଷ୍ଟ  ୨୦୧୯ରେ ୨.୭୫ କୋଟି ଟନ୍‌ ଥିଲା । କେନ୍ଦ୍ର ସରକାର ଦରକୁ ସ୍ଥିର ରଖିବା ପାଇଁ ଚାଉଳ, ଡାଲି ଏବଂ ଚିନି ରପ୍ତାନି ଉପରେ ରୋକ୍‌ ଲଗାଇଛନ୍ତି । ଡାଲି ଚାହିଦା ପୂରଣ କରିବା ପାଇଁ  ଆମଦାନିକୁ ବଢ଼ାଇ ୨ ଗୁଣ କରି ଦିଆଯାଇଛି । ସରକାର ଖରିଫ୍‌ ଋତୁରେ  ୧୬ କୋଟି ମେଟ୍ରିକ୍‌ ଟନ୍‌ ଶସ୍ୟ ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି । ତେବେ ଫସଲ କ୍ଷତି   କମ୍‌ ରହିଲେ ଏହା ସମ୍ଭବ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.