ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବିପଦ ସଙ୍କୁଳ ଅବସ୍ଥାରେ ପୋଟେରୁ ବ୍ରିଜ

 ମାଲକାନଗିରି, ୨୧/୭ :  ମାଲକାନଗିରି ଜିଲ୍ଲା ରେ ଲଗାଣ ବର୍ଷା ଦ୍ୱାରା ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ପୋଟେରୁ ବ୍ରିଜ ଟି ର ଦୁଇ ପାର୍ଶ୍ଵ ଧୋଇ ହୋଇଯାଇଛି। ଏଥି ସହିତ ବ୍ରିଜର ପିଲର ଗୁଡିକ ଭାଙ୍ଗି ଯିବା ଦ୍ୱାରା ଉକ୍ତ ବ୍ରିଜ ଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଆଜି ପୋଟେରୁ ବ୍ରିଜ ଉପରୁ ପାଣି କମି ଯାଇ ଥିଲେ ମଧ୍ୟ ପୋଲ ର ଉପର ସ୍ତର ଟି ଭାଙ୍ଗି ରଡ଼ ସିମେଣ୍ଟ ଗୁଡିକ ବାହାରକୁ ଦିଶୁଛି। କଂକ୍ରିଟ୍ ଛାତ ଉଠି ଯାଇଥିବା ଦେଖିବାକୁ ମିଳିଛି । ରାଜପଥ ବିଭାଗ ମରାମତି କାର୍ଯ୍ୟ ଆରମ୍ଭ କରିଛି । ପୋଲ ମରାମତି ପରେ ଯାନ ବାହାନ ଚଳାଚଳ ଆରମ୍ଭ ହୋଇ ଥିଲା।

ଗତ ୩ ବର୍ଷ ତଳେ ପୋଟରୁ ପୋଲ ରେ ବନ୍ୟା ଯୋଗୁଁ ଉପର ସ୍ଲାବ ଭାଙ୍ଗି ଯାଇଥିଲା ଜାତୀୟ ରାଜପଥ ପକ୍ଷରୁ ଏହାର ମରାମତି କରାଯିବା ସହ ଏହି ପୋଲ କୁ ବିପଦ ସଂକୁଳ ବୋଲି ଘୋଷଣା କରାଯାଇଥିଲା। ଏହି ପୋଟେରୁ ବ୍ରିଜଟି ପ୍ରାୟ ୬୦ବର୍ଷ ତଳେ ନିର୍ମାଣ ହୋଇଥିଲା। ପୂର୍ବରୁ ଏହା ରାଜ୍ୟ ରାଜପଥ ଥିଲା, ଏହି ପୋଲ ଉପରେ କାଁ ଭାଁ ଭାରି ଯାନ ଚଲାଚଳ କରୁଥିଲା । ଏବେ ମାଲକାନଗିରି ମୋଟୁ ରାସ୍ତା ଟି ୩୨୬ନମ୍ବର ଜାତୀୟ ରାଜପଥ ହେବାରୁ ପ୍ରତିଦିନ ସହ ସହ ଟ୍ରକ, ବସ ଭାରି ଯାନ ଚଲାଚଳ କରୁଛି। ବ୍ରିଜଟି ବହୁତ ପୁରୁଣା ହୋଇଥିବାରୁ ଅଧିକାଂଶ ସମୟରେ ଭାଙ୍ଗି ଯାଇ ବିପଦ ସଂକୁଳ ଅବସ୍ଥାରେ ରହୁଛି। ଏହା ନୀଚ୍ଚା ପୋଲ ହୋଇଥିବାରୁ ବର୍ଷା ହେଲେ ପୋଲଟି ବୁଡ଼ିଯାଇ ଯୋଗାଯୋଗ ବିଛିନ୍ନ ହୋଇଯାଇଥାଏ।ଏଠାରେ ଉଚ୍ଚା ବ୍ରିଜ ଟିଏ ଗତ ଦୁଇବର୍ଷ ହେଲା ନିର୍ମାଣ କାମ ଚାଲି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାମ ସରୁନଥିବାରୁ ଏହି ପୁରୁଣା ବ୍ରିଜ ଉପରେ ଗାଡି ଚଲାଚଳ କରୁଥିବାରୁ ଦିନକୁ ଦିନ ବିପଦ ସଂକୁଳ ଅବସ୍ଥା କୁ ଗତି କରୁଛି।ଏହି ପୋଟେରୁ ବ୍ରିଜ ଟି ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗନା, ଛତିଶଗଡ଼ ୪ଟି ରାଜ୍ୟ ର ଲାଇଫ ଲାଇନ। ଏହି ରାସ୍ତା ଦେଇ ପ୍ରତିଦିନ ଆନ୍ଧ୍ର ପ୍ରଦେଶ ଭଦ୍ରାଚଲମ, ରାଜମେନ୍ଦ୍ରି, ତେଲଙ୍ଗାନା ହାଇଦ୍ରାବାଦ କୁ ବସ ଓ ଅନ୍ୟାନ ଭାରି ଯାନ ଚଲାଚଳ କରିଥାଏ।  ତୁରନ୍ତ ଉଚ୍ଚା ପୋଲ ନିର୍ମାଣ କରିବା ପାଇଁ ଜିଲ୍ଲା ବାସୀ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.