ପ୍ରମୂଖ ଖବର
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ପ୍ରୋଟିନ୍ ପାଉଡ଼ରକୁ ନେଇ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ...

Published By : Anindita | January 16, 2025 2:54 PM

ନୂଆଦିଲ୍ଲୀ,୧୬/୦୧: ସୁସ୍ଥ ରହିବା ପାଇଁ ପ୍ରାୟତଃ ଅଧିକାଂଶ ଲୋକେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇଥାଆନ୍ତି । ପ୍ରୋଟିନ୍ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ଜିମ୍ ରେ ବ୍ୟାୟାମ କରୁଥିବା ଅଧିକାଂଶ ଲୋକେ ମସଲ୍ସ ପାୱାର ଓ ଷ୍ଟ୍ରେନ୍ଥ ବଢ଼ାଇବାକୁ ପ୍ରୋଟିନ୍ ସପ୍ଲିମେଣ୍ଟକୁ ଆପଣାଇ ଥାଆନ୍ତି । ତେବେ ବଜାରରେ ବିକ୍ରି ହେଉଥିବା ଏହି ପ୍ରୋଟିନ୍ ପାଉଡ଼ର ବା ସପ୍ଲିମେଣ୍ଟର ଗୁଣବତ୍ତା ଆଦୌ ଉକୃଷ୍ଟମାନର ନୁହେଁ । ବ୍ୟବସାୟିକ ଲକ୍ଷ୍ୟରେ ବିକ୍ରି ହେଉଥିବାରୁ ପ୍ରୋଟିନ୍ ପାଉଡ଼ରରେ କାଚ଼ ଓ କ୍ୟାଡମିୟମ୍ ପରି ଭାରୀ ଧାତୁ ଥାଇପାରେ ବୋଲି  କ୍ଲିନ୍ ଲେବଲ୍ ପ୍ରୋଜେକ୍ଟ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । 

ଆମେରିକାର ପରିବେଶ ସୁରକ୍ଷା ସଂସ୍ଥା ଅନୁଯାୟୀ, କୌଣସି ସ୍ତରର ସୀସା ମଣିଷ ପାଇଁ ସୁରକ୍ଷିତ ନୁହେଁ। ଏଥିସହ, କ୍ୟାଡମିୟମ୍ ହେଉଛି ଏକ କର୍କିନୋଜେନ ଯାହା ହାର୍ଟ, କିଡନୀ, ଅନ୍ତନଳୀ, ମସ୍ତିଷ୍କ, ଶ୍ୱାସକ୍ରିୟାକୁ ପ୍ରଭାବିତ କରେ। ବଜାରର ୮୩% ପ୍ରତିନିଧିତ୍ୱ କରୁଥିବା ୭୦ଟି  ବ୍ରାଣ୍ଡର  ୧୬୦ଟି ଉତ୍ପାଦ ପରୀକ୍ଷା ହୋଇଥିଲା।ଯେଉଁଥିରେ ସର୍ବାଧିକ ପରିମାଣର ଭାରୀ ଧାତୁ ମିଳିଥିବା ଜଣାପଡ଼ିଛି । ସୋୟା, ଚାଉଳ ଏବଂ ମଟରରୁ ପ୍ରସ୍ତୁତ ଅର୍ଗାନିକ ପାଉଡରରେ ତିନି ଗୁଣ ଅଧିକ ସୀସା ଥିବା ଜଣାପଡ଼ିଛି । ତେବେ  ଚକୋଲେଟ୍-ସ୍ବାଦଯୁକ୍ତ ପାଉଡରରେ ୪ଗୁଣ ଅଧିକ ସୀସା ଏବଂ ଭାନିଲା-ସ୍ବାଦଯୁକ୍ତ ତୁଳନାରେ ୧୧୦ ଗୁଣ ଅଧିକ କ୍ୟାଡମିୟମ୍ ଥାଏ ।ସମାନ ଅଧ୍ୟୟନରୁ ଜଣାପଡିଛି ଯେ କ୍ଷତିକାରକ ବିପିଏ ପରି ବିସଫେନୋଲ ସ୍ତର, ପ୍ରୋଟିନ୍ ପାଉଡରରେ ପରୀକ୍ଷା ହୋଇଥିବା ୧୬୦ ପାଉଡର ମଧ୍ୟରୁ ୩ ଟିରେ ଚିହ୍ନଟ ହୋଇଥିଲା, ଯାହା  ୨୦୧୮ ରେ ୫୫% ଥିଲା। ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.