ପ୍ରମୂଖ ଖବର
  • ଆସିଲା ଦିଲ୍ଲୀ ଏକଜିଟ୍‌ ପୋଲ୍‌: ଆପ୍‌କୁ ମାତ ଦେଇ ୨୭ ବର୍ଷ ପରେ ଶାସନକୁ ଫେରିପାରେ ବିଜେପି
  • ||
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣାରେ ତେଜିଲା ରାଜନୀତି; ବିରୋଧିଙ୍କୁ ଉତ୍ତର ଫେରାଇଲେ ଫଡନାଭିସ

Published By : Bijay Swain | January 16, 2025 6:18 PM

ନୂଆଦିଲ୍ଲୀ: କେବଳ ଗୋଟିଏ ଦୁର୍ଘଟଣା ପାଇଁ ମୁମ୍ବାଇକୁ ଅସୁରକ୍ଷିତ କହିବା ଠିକ୍ ନୁହେଁ ବୋଲି କହିଛନ୍ତି ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ। ବାନ୍ଦ୍ରାରେ ବଲିଉଡ ଷ୍ଟାର ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣା ପରେ ଗୁରୁବାର କିଛି ଏମିତି ଘୋଷଣା କରିଛନ୍ତି ଫଡନାଭିସ। ଏହି ଘଟଣାର ଉଦାହରଣ ଦେଇ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିବାର କିଛି ସମୟ ପରେ ଦେବେନ୍ଦ୍ର ଫଡନାଭିସ ଏପରି ଘୋଷଣା କରିଛନ୍ତି। 

ସୂଚନା ମୁତାବକ, ବଲିଉଡ଼ ଷ୍ଟାର ସୈଫ ଅଲି ଖାନଙ୍କୁ ଗୁରୁବାର ବିଳମ୍ଵିତ ରାତି ପ୍ରାୟ ସାଢେ  ୨ଟାରେ ଜଣେ ଆକ୍ରମଣକାରୀ ତାଙ୍କ ଉପରେ ୬ ଥର ଛୁରାମାଡ଼ କରିଥିଲା। ଏହି ଘଟଣାରେ ସୈଫ୍ ଙ୍କୁ ଗୁରୁତର ଆଘାତ ଲାଗିଥିଲା। ତେବେ ଆକ୍ରମଣ ପରେ ସୈଫଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସୈଫଙ୍କ ଅସ୍ତ୍ରୋପଚାର ସରିଥିବା ବେଳେ  ସେ ବିପଦମୁକ୍ତ ଥିବା ଜଣାପଡ଼ିଛି।

ଏହି ଘଟଣାରେ ଆପ୍, ଏନସିପି(ଏସପି) ଓ ଶିବସେନା(ୟୁବିଟି) ଭଳି ବିରୋଧି ଦଳ ନବନିର୍ବାଚିତ ମହାରାଷ୍ଟ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ମୁମ୍ବାଇରେ ସଲମାନଙ୍କ ଉପରେ ଆକ୍ରମଣ ହୋଇସାରିଛି ଏହା ସହ କିଛି ମାସ ତଳେ ବାବା ସିଦ୍ଧିକିଙ୍କୁ ମଧ୍ୟ ମୁମ୍ବାଇରେ ହତ୍ୟା କରାଯାଇଛି। ଯେଉଁଠି ମହାରାଷ୍ଟ୍ର ସରକାର ବଡବଡ ତାରକାଙ୍କୁ ସୁରକ୍ଷା ଯୋଗାଇପାରୁନି ସେଠାରେ ସାଧାରଣ ଲୋକ କିପରି ରହୁଥିବେ? ଡବଲ ଇଞ୍ଜିନ ସରକାର ଲୋକମାନଙ୍କୁ ନା ଭଲ ଶାସନ ଯୋଗେଇ ପାରିବ ନା ସୁରକ୍ଷା ଦେଇ ପାରିବ ବୋଲି କେଜ୍ରିୱାଲ ଗୁରୁବାର ଘୋଷଣା କରିଥିଲେ। 

 କେଜ୍ରିୱାଲ ଏହି ବିବୃତି ଦେବାପରେ ଫଡନାଭିସ ସଙ୍ଗେସଙ୍ଗ ଏହାର ଉତ୍ତର ଫେରାଇଥିଲେ। “ଏହିଭଳି ଦୁର୍ଘଟଣା ପ୍ରତିଟି ସ୍ଥାନରେ ହୋଇଥାଏ। ଏଭଳି ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ଉଚିତ। କିନ୍ତୁ ମାତ୍ର ଗୋଟିଏ ଦୁର୍ଘଟଣା ପାଇଁ ମୁମ୍ବାଇକୁ ଅସୁରକ୍ଷିତ କହିବା ଠିକ୍ ନୁହେଁ। ଅନ୍ୟ ସମସ୍ତ ବଡ଼ ସହରମାନଙ୍କ ଅପେକ୍ଷା ମୁମ୍ବାଇ ଏକ ସୁରକ୍ଷିତ ସହର” ବୋଲି ଫଡନାଭିସ ଘୋଷଣା କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.