ଭୁବନେଶ୍ବର ୨୮/୦୧: ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ବିଜୁପଟ୍ଟନାୟକ ଅନ୍ତର୍ଜାତିକ ଏୟାରପୋର୍ଟରେ ପହଞ୍ଚିଲେ। ବିମାନବନ୍ଦରରେ ରାଜ୍ୟପାଳ ଡ଼.କେ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବରିଷ୍ଠ ବିଜେପି ନେତା ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ। ପରେ ଏୟାରପୋର୍ଟରୁ କାରକେଡ୍ରେ ଜନତା ମଇଦାନ ଅଭିମୁଖେ ବାହାରିଥିଲା। ସେଠାରେ ପ୍ରଧାନମନ୍ତ୍ରୀ ଉର୍ତ୍କଷ ଓଡ଼ିଶାର ଉଦ୍ଘାଟନ କରିବେ । ପ୍ରାୟ ଦେଢ଼ ଘଣ୍ଟାର ରହଣି ପରେ ବିମାନବନ୍ଦରରେ ପହଞ୍ଚି ଡେରାଡୁନ ଅଭିମୁଖେ ବାହାରିବେ ।
ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା ମୈଦାନରେ ଏହି ଦୁଇଦିନିଆ ନିବେଶକ ମହାକୁମ୍ଭକୁ ଉଦ୍ଘାଟନ କରି ରାଜ୍ୟରେ ପୁଞ୍ଜି ଖଟାଇବା ଲାଗି ବଡ଼ ବଡ଼ ଶିଳ୍ପପତି ଏବଂ ରାଷ୍ଟ୍ର ପ୍ରତିନିଧିଙ୍କୁ ଦେବେ ଆହ୍ୱାନ । ରାଜ୍ୟରେ ରହିଥିବା ଅପାର ସୁଯୋଗ ଓ ସମ୍ଭାବନାକୁ ନେଇ ହେବ ଚର୍ଚ୍ଚା । ଉଦ୍ଘାଟନୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ରହିବେ ।