ଭୁବନେଶ୍ୱର,୨୮/୧ : ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ -୨୦୨୫କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିବାବେଳେ ଏହି ଅବସରରେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ । ଜନତା ମଇଦାନଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାବେଳେ ସୋଆ ଛାତ୍ରଛାତ୍ରୀମାନେ ଏୟାରପୋର୍ଟଠାରୁ ଆରମ୍ଭ କରି ଜନତା ମଇଦାନ ପର୍ଯ୍ୟନ୍ତ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ଓଡିଶାରେ ଶିଳ୍ପ କ୍ଷେତ୍ରରେ ଉନ୍ନତି ଘଟିଲେ ନିଯୁକ୍ତି ସୁଯୋଗ ଅଧିକ ସୃଷ୍ଟି ହେବ ବୋଲି ଗଣମାଧ୍ୟମ ସମ୍ମୁଖରେ ଛାତ୍ରଛାତ୍ରୀମାନେ କହିଛନ୍ତି । ଓଡ଼ିଶାରେ ଇନୋଭେସନ୍ ଏବଂ ଟେକ୍ନୋଲୋଜିକୁ ନେଇ ଅନେକ କିଛି ଆମକୁ ଶିଖିବାକୁ ମିଳିବା ସହ ନୂଆ ନୁଆ ଷ୍ଟାର୍ଟଅପ୍ ମଧ୍ୟ ଏହି କନକ୍ଲେଭ୍ ଯୋଗୁଁ ଆଗକୁ ଆସିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଉକ୍ରର୍ଷ ଓଡ଼ିଶା କନକ୍ଲେଭ୍ ସୋଆ ଏବଂ ସମ୍ ଲାଇଫ୍ ସାଇନ୍ସେସ୍ ଷ୍ଟଲ୍ ମଧ୍ୟ ପ୍ରସ୍ତୁତ କରାଯାଇଛି ।