ଭୁବନେଶ୍ଵର, ୨୮/୦୧ : ଭୁବନେଶ୍ଵର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍-୨୦୨୫ ଉଦଘାଟିତ। ଆନୁଷ୍ଠାନିକ ଭାବେ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ନିବେଶକ ଓ ପ୍ରତିନିଧିମାନେ ଉପସ୍ଥିତ ଅଛନ୍ତି। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜାନୁଆରୀରେ ମୋର ଦ୍ଵିତୀୟ ଓଡ଼ିଶା ଗସ୍ତ। ଓଡ଼ିଶାର ଏହା ସବୁଠୁ ବଡ଼ ବିଜନେସ୍ ସମ୍ମିଳନୀ। ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ଶୁଭେଚ୍ଛା। କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ। ପୂର୍ବ ତୁଳନାରେ ୫ ରୁ ୬ ଗୁଣା ଅଧିକ ନିବେଶକ ଆସିଛନ୍ତି। ପୂର୍ବ ଭାରତ ହେଉଛି ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ୍। ଗ୍ଲୋବାଲ ଗ୍ରୋଥ୍ରେ ଓଡ଼ିଶାର ବଡ଼ ଭୂମିକା ରହିଛି। ଏହାର ବନ୍ଦର ଭାରତର ଗେଟ ୱେ ଥିଲା। ପାରାଦୀପ, ଗୋପାଳପୁରରେ ପୁଞ୍ଜି ନିବେଶର ଅପାର ସମ୍ଭାବନା ରହିଛି।
ଏହି ସମୟରେ ପ୍ରଧାନମନ୍ତ୍ରୀ ବାଲିଯାତ୍ରାର ଐତିହାସିକ ସୁଖ୍ୟାତି ବଖାଣିଛନ୍ତି। ସେ କହିଛନ୍ତି ଯେ, ଇଣ୍ଡୋନେସିଆ ରାଷ୍ଟ୍ରପତି ଆସିଥିଲେ, ସେ କହିଥିଲେ ମୋ ଡିଏନଏରେ ଓଡ଼ିଶା ଅଛି। ଦକ୍ଷିଣପୂର୍ବ ଭାରତ ସହ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା। ସିଙ୍ଗାପୁର ରାଷ୍ଟ୍ରପତି ମଧ୍ୟ ନିକଟରେ ଆସି ସମ୍ଭାବନା ଉଜ୍ଜ୍ଵଳ କରିଛନ୍ତି। ବର୍ତ୍ତମାନ AIର ଯୁଗ, ମାତ୍ର ଭାରତ ପାଇଁ ଏହା ଆସ୍ପେରେସନ ଇଣ୍ଡିଆ। ଓଡ଼ିଶା ଏହି ଆସ୍ପେରେସନକୁ ପ୍ରତିନିଧିତ୍ଵ କରୁଛି। ଓଡ଼ିଶା ଖୁବଶୀଘ୍ର ଶିଖର ଛୁଇଁବ। ଯାହା କେହି କଳ୍ପନା କରିନଥିବେ।
ଏହି ଖବରଟିକୁ ପଢନ୍ତୁ-ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍-୨୦୨୫ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ୫ ଲକ୍ଷ କୋଟିର ନିବେଶ ଆସିବା ଲକ୍ଷ୍ୟ
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଆଜି ଦ୍ରୁତ ଗତିରେ ଅଗ୍ରସର ହେଉଛି। ଖୁବଶୀଘ୍ର ଦେଶ ୫ ଟ୍ରିଲିଅନ ଅର୍ଥ ସମୃଦ୍ଧ ରାଷ୍ଟ୍ର ହେବ। ଓଡ଼ିଶାରେ ଅନେକ ପ୍ରକାରର ପ୍ରାକୃତିକ ସମ୍ପଦ ଭରି ରହିଛି। ଆମକୁ ଚାହିଦା ଅନୁସାରେ ବଦଳିବାକୁ ହେବ, ଚାଲିବାକୁ ହେବ। ଓଡ଼ିଶାରେ ବହୁ ସମ୍ଭାବନା ରହିଛି। ଏଠାରେ ରେଲୱେ, ହାଇୱେ ସହ ଯୋଡ଼ି ହୋଇଥିବା ବହୁତ ପ୍ରକଳ୍ପ ଚାଲିଛି। ଓଡ଼ିଶା ବ୍ଲୁ ଇକୋନମି ରାଜ୍ୟ ତାଲିକାରେ ଯୋଡ଼ି ହୋଇଛି। ଆପଣ ଯେଉଁ ଶିଳ୍ପରେ ଥାଆନ୍ତୁ ନା କାହିଁକି ଏମଏସଏମଇକୁ ସପୋର୍ଟ କରନ୍ତୁ। ଶିଳ୍ପପତିମାନେ ଆଗେଇ ଆସି ସରକାରଙ୍କ ସହ ମିଶି କାମ କରନ୍ତୁ। ଏଠାରେ ଆଧୁନିକ ଇକୋ ସିଷ୍ଟମ ପାଇଁ ଆହ୍ଵାନ କରୁଛି। ଏହା ଦ୍ଵାରା ଓଡ଼ିଶାର ଯୁବ ପିଢି ନିଯୁକ୍ତି ପାଇବେ। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଓଡ଼ିଶା ବିକାଶ ଓ ବିରାସତଙ୍କ ଉଦ୍ଭୁତ ମଡେଲ। ଏଥିପାଇଁ ଜି-୨୦ରେ କୋଣାର୍କ ଚକକୁ ସ୍ଥାନିତ କରିଥିଲୁ। ଓଡ଼ିଶାରେ ୫ ଶହ କିମିର ସମୁଦ୍ର ବେଳାଭୂମି ଓ ୩୩% ଜଙ୍ଗଲ ରହିଛି।