ମାଲକାନଗିରି /ଚିତ୍ରକୋଣ୍ଡା, ୧୭/୧୦(ଆପ୍ର ) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳ ରେ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଛି। ଗାଡି ରେ ଥିବା ୮ଜଣ ମଧ୍ୟରୁ ୫ ଆହତ ହୋଇ ଥିବା ବେଳେ ଦୁଇ ମହିଳା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ସ୍ୱାଭିମାନ ଅଞ୍ଚଳ ଗାଜଲମାମୁଡ଼ି ପଞ୍ଚାୟତ ସ୍ଥିତ ବନ୍ଧଗୁଡା ଘାଟି ନିକଟରେ ଦୁର୍ଘଟଣା ଘଟିଛି।
ଆଲମପକା ଠାରେ ହେଉଥିବା ସପ୍ତାହିକ ହାଟକୁ ଯାଉଥିବା ସମୟରେ ପିକଅପ୍ ଗାଡି ନିଜର ଭାରସାମ୍ୟ ହରାଇବା ଯୋଗୁ ଗାଡି ଟି ରାସ୍ତା କଡ଼ରେ ଓଲଟି ପଡିଥିଲା । ଗାଡିରେ ଥିବା ହାଟ ବ୍ୟବସାୟୀ ମାନେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ସାମାନ୍ୟ ଭାବେ ୫ଜଣ ଆହତ ହୋଇଥିଲେ। ଗୁରୁତର ଦୁଇ ମହିଳାଙ୍କୁ ଚିତ୍ରକୋଣ୍ଡା ହସ୍ପିଟାଲରେ ଚିକିତ୍ସା କରାଯାଇଛି।