ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ରାଜ୍ୟ ସ୍ତରୀୟ ଜୁଡୋ ଚାମ୍ପିୟନସିପ ପ୍ରତିଯୋଗିତା : ମାଲକାନଗିରିକୁ ମିଳିଲା ସ୍ୱର୍ଣ୍ଣ

ମାଲକାନଗିରି, ୧୩/୧୦,(ଆପ୍ର ) : ଖୋଦ୍ଧା ଜିଲ୍ଲା କେଟି ଗ୍ଲୋବାଲ ସ୍କୁଲ ପରିସରରେ ରାଜ୍ୟ ସ୍ତରୀୟ ଜୁଡୋ ଚାମ୍ପିୟନସିପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଲକାନଗିରି ଜିଲ୍ଲାରୁ ବିଭିନ୍ନ ବର୍ଗରେ ୧୨ଜଣ ଖେଳାଳୀ  ଭାଗ ନେଇଥିଲେ।  ଏଥିରେ ମାଲକାନଗିରିକୁ ମିଳିଛି ସ୍ୱର୍ଣ୍ଣ ପଦକ। ୩୦ କେଜି ବର୍ଗରେ ମହେଶ ହନ୍ତାଳ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

 ମାଲକାନଗିରି ଜିଲ୍ଲା ଜୁଡୋ ଆସୋସିଏସନ୍ ଏବଂ ଆଓମା ଗୁରୁକୂଳ ଆଶ୍ରମର ମିଳିତ ସହ‌ଯୋଗରେ ସମସ୍ତ ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ ରାଜ୍ୟ ସୁରୀୟ ଜୁଡୋ ଚମ୍ପିୟାନସିପରେ ଭାଗ ନେବା ପାଇଁ ପ୍ରସ୍ତୁତ କରାଯାଇଥିଲା। ତେବେ ଏହି ଜୁଡୋ ଖେଳାଳି ଦଳ ପରିଚାଳକ ରାମ ମାଡକାମି, ମହିଳା ପରିଚାଳି କ ଲକ୍ଷ୍ମୀ ସୋଡି , ପୁରୁଷ ପରିଚାଳକ ନକୁଳ କିର୍ଷାନୀଙ୍କ ତତ୍ତ୍ବାବଧାନରେ ୩୦ କେଜି ବର୍ଗରେ ମହେଶ ହନ୍ତାଳ ସ୍ବର୍ଣ୍ଣ ପଦକ ପାଇଥିଲେ। ସେହିପରି  (୩୫ କେଜି)ସୀମ ଦଳପତି-କାଂସ୍ୟ, (୩୫ କେଜି) ଜଗା ମାଢ଼ - କାଂସ୍ୟ, (୩୨ କେଜି) ଚାନ୍ଦିନୀ ମାଡକାମି- କାଂସ୍ୟ, (୫୦ କେଜି) ଅର୍ଜୁନ ଖରା-କାଂସ୍ୟ, (୫୫କେଜି)ପ୍ରତାପ ପୂଜାରୀ-ରୌପ୍ୟ ଏବଂ (୫୭ କେଜି) ବରିଷ୍ଠ ମହିଳା ବର୍ଗରେ ସୁମିତ୍ରା ମାଢ଼ି ରୌପ୍ୟ ପଦକ ଆଣି ମାଲକାନଗିରି ଜିଲ୍ଲାକୁ ଗୌରାବାନ୍ବିତ କରିଛନ୍ତି।ଆଓମା ଗୁରୁକୁଳ ର ପ୍ରତିଷ୍ଠାତା ବିନାଶ କୁମାର ମିଶ୍ର  ଓ ଆଓମା ଗୁରୁକୁଳ ର ଅଧ୍ୟକ୍ଷ ରତ୍ନାକର ଦାଶ ଏହି ଜୁଡୋ ବିଜୟୀ ଛାତ୍ର ଛାତ୍ରୀ ଙ୍କ ସଫଳତା କାମନା କରି ଶୁଭେଚ୍ଛା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.