ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଗଣଶିକ୍ଷା ମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ : ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ ସହ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ମାଲକାନଗିରି, ୧୫/୧୦:  ଆଦିବାସୀ କଲ୍ୟାଣ ଓ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ଓ ଉନ୍ନୟନ କାର୍ଯ୍ୟ  ବୁଲିଦେଖିଛନ୍ତି। ତେବେ ସ୍ବାଭିମାନ ଅଞ୍ଚଳରେ ନବନିର୍ମିତ ଏଜୁକେସନ କମ୍ପ୍ଲେକ୍ସ ବୁଲି ନିମ୍ନମାନର କାର୍ଯ୍ୟ ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି। 

ମନ୍ତ୍ରୀ ଶ୍ରୀ ଗଣ୍ଡ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ଵାଭିମାନ  ଅଞ୍ଚଳରେ ଥିବା ବଡପଡାରେ ନିର୍ମିତ ଏଜୁକେସନ କମ୍ପ୍ଲେକ୍ସ ପରିଦର୍ଶନ କରି ସେ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି କମ୍ପ୍ଲେକ୍ସ ନିର୍ମାଣ ନିମ୍ନମାନର ଓ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ପାଇବା ପରେ ଏହାକୁ ବୁଲି ଦେଖିବା ସହିତ ନିମମ୍ମାନର କାର୍ଯ୍ୟ ପାଇଁ ସେ କ୍ଷୋଭ ପ୍ରକାଶ କରିବା ସହିତ ଭଲ ଭାବରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ଏହି ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ବେଳେ ଏହି କାର୍ଯ୍ୟର ତଦନ୍ତ ସହ ଉଚିତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିଥିଲେ। 

ପରେ ସେ ବାଲିମେଳା ଠାରେ ଥିବା ଏସଏସଭିଏମ୍ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ଆରଏସଏସ ବର୍ଗ ବୁଲି ଦେଖି ବିଦ୍ୟାଳୟର ସମସ୍ୟା ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଜିଲ୍ଲା ବିଜେପି ସମ୍ପାଦକ ଅକ୍ଷୟ ବିଶ୍ୱାଳ, କାଉନସିଲର ମନୋଜ ପାଙ୍ଗିଙ୍କ ସମେତ ଦଳର ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.