ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ପାରିବାରିକ କଳହ : ସ୍ତ୍ରୀ ଗଳା କାଟି ହତ୍ୟା ଉଦ୍ୟମ କଲା ସ୍ୱାମୀ

ମାଲକାନଗିରି /କାଲିମେଳା, ୧୬/୧୦(ଆପ୍ର ):  ପାରିବାରିକ କଳହ ହେଲା କାଳ । ବ୍ଲେଡରେ ସ୍ତ୍ରୀର ଗଳା କାଟି ହତ୍ୟା ଉଦ୍ୟମ କରିଛି ସ୍ୱାମୀ।  ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ସ୍ତ୍ରୀ ଚିକିତ୍ସିତ ହେଉଥିବା ବେଳେ ସ୍ୱାମୀ ଥାନାରେ  କରିଛି ଆତ୍ମସମର୍ପଣ। ମାଲକାନଗିରି ଜିଲ୍ଲା କାଲିମେଳା ଥାନାସ୍ଥ ଏମପିଭି ୨୩ ଗ୍ରାମରେ ଏପରି ଘଟଣା ଘଟିଛି ।

ଏମପିଭି ୨୩ ଗ୍ରାମର ବିଭାସ ମିର୍ଦ୍ଧା ଓ ତାଙ୍କ ପତ୍ନୀ ମୋନିକା ମିର୍ଦ୍ଧାଙ୍କ ମଧ୍ୟରେ  କୌଣସି କାରଣରୁ ବିବାଦ ଦେଖାଯାଇଥିଲା। ମହିଳା ଜଣଙ୍କ କିଛି ଦିନ ହେଲା ନିଜ ବାପା ଘର ଏମପିଭି ୨୩ ଗ୍ରାମରେ ରହି ଆସୁଥିଲେ। ତେବେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ମହିଳା ଜଣଙ୍କ ଘରେ ଥିବା ବେଳେ ସ୍ୱାମୀ ଅଚାନକ ସେଠାକୁ ଯାଇ ସ୍ତ୍ରୀର ବେକକୁ ଏକ ବ୍ଲେଡ ସାହାଯ୍ୟରେ କାଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଘର ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ମୋନିକାଙ୍କୁ ପ୍ରଥମେ କାଲିମେଳା ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ  ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ସ୍ୱାମୀ ବିଭାସ ମିର୍ଦ୍ଧା କାଲିମେଳା ଥାନାକୁ ଯାଇ ଦୋଷ ସ୍ୱୀକାର କରି  ଆତ୍ମସମର୍ପଣ କରିଛନ୍ତି। ଥାନାରେ ଅଟକ ରଖି ପୁଲିସ ପଚରା ଉଚରା କରିବା ସହିତ   ଘଟଣାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.