ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବାପା ସାଜିଲା ସୈତାନ; ଦ୍ଵିତୀୟ ସ୍ତ୍ରୀ କଥାରେ ପଡି ନିଜ ୫ବର୍ଷର ଶିଶୁ କନ୍ୟାକୁ ଛୁରୀ ଭୁସି କଲା ହତ୍ୟା, ହତ୍ୟାକାରୀ ବାପା ଗିରଫ

ମାଲକାନଗିରି /ଚିତ୍ରକୋଣ୍ଡା, ୬/୧୦: ବାପା ସାଜିଲା ସୈତାନ  । ଦ୍ଵିତୀୟ ସ୍ତ୍ରୀ କଥାରେ ପଡି ନିଜ ୫ବର୍ଷର ଶିଶୁ କନ୍ୟାକୁ ଛୁରୀ ଭୁସି ହତ୍ୟା କଲା ବାପା । ମୃତ ଝିଅ ବ୍ଲେସି ରାଣୀ ଭତ୍ରା(୫) ଏବଂ ତାଙ୍କ ବାପା ସଞ୍ଜୀବ ଭତ୍ରା ବୋଲି ଜଣାପଡ଼ିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା  ଦୋରାଗୁଡ଼ା ପଂଚାୟତ ର ଆରଏସସି-୧୪ ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି । 

ସୂଚନା ମୁତାବକ, ଛୋଟ ଝିଅ ବ୍ଲେସି ରାଣୀ ଭତ୍ରା ପଡୋଶୀ ଘରେ ଖେଳୁଥିବା ସମୟରେ ବାପା ସଞ୍ଜୀବ ଭତ୍ରା ଛୁରାରେ ଭୁସି ଥିଲା । କୁନି ଝିଅ ର ଚିତ୍କାର ଶୁଣି ପଡ଼ୋଶୀଲୋକେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ଲେଶୀକୁ ଦେଖିଥିଲେ । ଏହା ଦେଖି   ରକ୍ତାକ୍ତ ବ୍ଲେସିକୁ ଚିତ୍ରକୋଣ୍ଡା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ମେଡ଼ିକାଲରେ ପହଞ୍ଚିଲା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ଝିଅକୁ ଛୁରୀ ମାରି ସୈତାନ ବାପା ଘଟଣା ସ୍ଥଳରୁ ହତ୍ୟାକାରୀ ଫେରାର ହୋଇଯାଇଥିଲା । 

ଏ ସମ୍ପର୍କରେ ଚିତ୍ରକୋଣ୍ଡା ଥାନାରେ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଶିଶୁର ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ବୁଧବାର ପୋଲିସ ହତ୍ୟାକାରୀ ବାପାକୁ ଗୋଲାପୀଗୁଡା ଗ୍ରାମରୁ ଗିରଫ କରିବାରେ ସକ୍ଷମ ହୋଇଛି । ମୃତ ବ୍ଲେସିଙ୍କ ଜେଜେବାପା ବିନୋଦ ଭତ୍ରା କହିଛନ୍ତି ଯେ, ତାଙ୍କ ପୁଅ ସଞ୍ଜୀବ ଭତ୍ରା ନିଜ ଦ୍ୱିତୀୟ ସ୍ତ୍ରୀ କଥାରେ ପଡ଼ି ପ୍ରଥମ ସ୍ତ୍ରୀର ନିଜ ଝିଅ ବ୍ଲେସିକୁ ହତ୍ୟା କରିଛି । ସାବତ ମାଆ କଥା ପଡ଼ି ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି । ବର୍ତ୍ତମାନ ହତ୍ୟାକାରୀ ବାପାକୁ ଗିରଫ କରିବା ସହ ପଚରାଉଚରା ଜାରି ରଖିଥିବା ଚିତ୍ରକୋଣ୍ଡା ପୋଲିସ ସୂଚନା ଦେଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.