ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଜୁଲାଇ ୩ ରୁ ପିଜି ପ୍ରବେଶିକା ପରୀକ୍ଷା, ୨୨ରେ ୱେବସାଇଟ୍‌ରେ ଉପଲବ୍ଧ ହେବ ଆଡମିଟ୍‌ କାର୍ଡ

ଭୁବନେଶ୍ୱର ୧୦/୦୬: ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ  କଲେଜରେ ପିଜି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ ।  ଜୁଲାଇ ୩ରୁ ୧୪ ପର୍ଯ୍ୟନ୍ତ ଏହି ପରୀକ୍ଷା ଆୟୋଜିତ ହେବ ।  ଚଳିତ ମାସ ୨୨ ତାରିଖରେ ଆଡମିଟ୍‌ କାର୍ଡ ମିଳିବ । ଏସ୍‌ଏସ୍‌ବି ପକ୍ଷରୁ ଏହି ପ୍ରବେଶିକା ପରୀକ୍ଷା କରାଯିବ। ଚଳିତବର୍ଷ ୧୧୩ ଉଚ୍ଚ  ଶିକ୍ଷାନୁଷ୍ଠାନରେ ୨୮ହଜାର ୯୨୨ ସିଟ୍‌ରେ ନାମଲେଖା ହେବ । ୬୩  ହଜାର ୧୮୪ ଜଣ ଆବେଦନ କରିଥିବା ବେଳେ ୬୨ ହଜାର ୫୪୪ ଜଣ ଅନ୍‌ଲାଇନ୍‌ ଫି ଦାଖଲ କରିଛନ୍ତି । 

ସୂଚନାଯୋଗ୍ୟ, ଚଳିତବର୍ଷ  ପିଜି ନାମଲେଖା ଆବେଦନ ପାଇଁ ଛାତ୍ରଛାତ୍ରୀଙ୍କୁ ମାତ୍ର ୯ ଦିନ  ସମୟ ଦିଆଯାଇଥିଲା । ଫଳରେ ସେମାନେ ଆବେଦନ କରିବାରେ  ଅସୁବିଧା ଭୋଗିଥିଲେ । ସାଧାରଣ ନିର୍ବାଚନ ସାଙ୍ଗକୁ ସରକାରୀ  କାର୍ଯ୍ୟାଳୟରୁ ଆବଶ୍ୟକ ପ୍ରମାଣପତ୍ର ପାଇବାରେ ବିଳମ୍ବ ହେଉଥିବାରୁ  ଅନେକ ଛାତ୍ରଛାତ୍ରୀ ଆବେଦନରୁ ବଞ୍ଚିତ ହୋଇଥିଲେ । ତେଣୁ ଉଚ୍ଚ  ଶିକ୍ଷା ବିଭାଗ ପୁନଃ ଆବେଦନ ପାଇଁ ସୁଯୋଗ ଦେବାକୁ ବାରମ୍ବାର  ଦାବି ହୋଇଥିବାବେଳେ ଉଚ୍ଚ ଶିକ୍ଷା ବିଭାଗ କିନ୍ତୁ ଶୁଣି ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.