ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଅହମ୍ମଦାବାଦ ବିମାନ ବନ୍ଦରରେ ବଡ଼ ଧରଣର ପ୍ଲେନ କ୍ରାସ: ଭିତରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ୨୪୨ ଯାତ୍ରୀ, ୫୦ ମୃତଦେହ ଉଦ୍ଧାର

Published By : Harapriya Biswal | June 12, 2025 2:25 PM

ଅହମ୍ମଦାବାଦ,୧୨।୬: ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ଏୟାର ଇଣ୍ଡିଆର ଯାତ୍ରିବାହୀ ବୋଇଂ ୭୮୭-୮ ଡ୍ରିମଲାଇନ୍‌ ବିମାନ ଦୁର୍ଘଟଣାଗ୍ରସ୍ତ। ଏହି ଏଆଇ ୧୭୧ ବିମାନରେ ୨୪୨ ଆରୋହୀ ଥିବା ସୂଚନା ରହିଛି। ବିମାନଟି ଅହମ୍ମଦାବାଦରୁ ଲଣ୍ଡନର ଗେଟଓ୍ବିକ୍ ବିମାନ ବନ୍ଦର ଅଭିମୁଖେ ଉଡାଣ ଭରିଥିଲା।  କିନ୍ତୁ ବିମାନଟି  ଅହମ୍ମଦାବଦର ଆକଶକୁ ଉଡିବାର କିଛି ମିନିଟ୍  ମଧ୍ୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ହଠାତ ନିଆଁ ଓ ଧୂଆଁରୁ ବିମାନଟିରେ ଆକାଶରେ ନିଆଁ ଲାଗିଯାଇଥିବା ଆଶଙ୍କା। ଏହି ରିପୋର୍ଟ ଲେଖା ହେବା ସୁଦ୍ଧା ୫୦ ଜଣଙ୍କର ମୃତ୍ୟୁ ଘଟିଥିବା ଓ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଦିନ ୧ଟା ୩୮ ମିନିଟ୍‌ରେ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କୁହାଯାଉଛି। ବିମାନରେ ୨୩୦ ଯାତ୍ରୀ, ୨ ଜଣ ପାଇଲଟ ଓ ୧୦ ବିମାନ କର୍ମଚାରୀ ଥିଲେ।

ବିମାନ ମଧ୍ୟାହ୍ନ ୧ଟା ୩୮ ମିନିଟ୍‌ରେ ଅହମ୍ମଦାବାଦର ସର୍ଦ୍ଦାର ପଟେଲ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ଉଡାଣ ଭରିଥିଲା। ତେ‌ବେ ମାତ୍ର ୨ ମିନିଟ୍‌ ପରେ କ୍ରାସ୍ ହୋଇଗଲା। ଏୟାରପୋର୍ଟର ବାଉଣ୍ଡ୍ରି ମଧ୍ୟ ପାର କରିପାରିନଥିଲା ବିମାନ। ଉପରକୁ ଯାଉ ଯାଉ ତଳକୁ ଖସି ଯାଇଥିଲା ତା ପରେ ଚାରିଆଡେ କେବଳ ଦେଖିବାକୁ ମିଳିଥିଲା କଳା ଧୂଆଁ। ଏହା ଭିତରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଥିବାର କୁହାଯାଉଛି। ବିଜୟ ରୁପାନୀ ଲଣ୍ଡନ ଯାଉଥିଲେ।   


ଏୟାରପୋର୍ଟରୁ ମେଘାନିନଗରର ଦୂରତ୍ବ ହେଉଛି ୧୫ କିଲୋମିଟର। ସୋସିଆଲ ମିଡିଆରେ ପ୍ଲେନ୍ କ୍ଲାସର ବହୁ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦୁର୍ଘଟଣାସ୍ଥଳରେ କଳାଧୂଆଁ ଆକାଶକୁ ଉଠୁଥିବାର ଦେଖିବାକୁ ମିଳିଛି। ଦୁର୍ଘଟଣାସ୍ଥଳରେ ଏମର୍ଜନ୍ସି ରେସପନ୍ସ ଟିମ୍‌ଙ୍କୁ ମୁତୟନ କରାଯାଇଛି। ଅଧିକାରୀମାନେ ଏପର୍ଯ୍ୟନ୍ତ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ କରିପାରି ନାହାନ୍ତି। କ୍ରାସ୍ ହୋଉଥିବା ପ୍ଲେନ୍ ବୋଇଂ ୭୮୭ ଡ୍ରୀମଲାଇନର ଥିଲା। କୁହାଯାଉଛି ଯେ, ଏହା ୧୧ ବର୍ଷ ପୁରୁଣା ଥିଲା।

ଏୟାର  ଇଣ୍ଡିଆ ପକ୍ଷରୁ ଏଓ୍ବାନ୍‌ ୧୭୧ର ଦୁର୍ଘଟଣା ନେଇ ସୂଚନା ଦିଆଯାଇଛି। ଏୟାର ଇଣ୍ଡିଆ ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖର ଏକ ବିବୃତ୍ତିରେ ଏହି ସୂଚନା ଦେବା ସହ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି । ବିମାନଟି ଭୂମିଠାରୁ ୮୨୫ ଫୁଟ୍ ଉଚ୍ଚରେ ଉଡୁଥିବା ବେଳେ ହଠାତ ନିଆଁ  ପିଣ୍ଡୁଳା ଭଳି ଦେଖାଯାଇଥିଲା। ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ପ୍ରତ୍ୟକ୍ଷ ଭବେ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ୨୦ ରୁ ୨୫ଟି ଅଗ୍ନିନିର୍ବାପକ ଟିମ୍ ଘଟଣାସ୍ଥଳରେ ନିଆଁ ଆୟତ୍ତ ସହ ଉଦ୍ଧାର କାର୍ଯ୍ୟ ରେ ନିୟୋଜିତ ଅଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣା ଓ ଉଦ୍ଧାର କାର୍ଯ୍ୟନେଇ କଥା ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.