ନୂଆଦିଲ୍ଲୀ, ୧୩/୦୬: ମୁମ୍ବାଇରୁ ଲଣ୍ଡନ ପାଇଁ ଉଡ଼ାଣ ଭରିଥିବା ବିମାନ ଫେରିଲା । ଇରାନ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ପରେ ଫ୍ଲାଇଟକୁ ଉଡ଼ାଣର କିଛି ସମୟ ପରେ ଫେରାଇ ଅଣାଯାଇଛି । ଏହା ବିମାନ ମୁମ୍ବାଇର ଛତ୍ରପତି ଶିବାଜୀ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରୁ ଭୋର ୫.୨୦ ମିନିଟରେ ଲଣ୍ଡନ ପାଇଁ ଉଡ଼ାଣ ଭରିଥିଲା ।
ଇସ୍ରାଏଲ ସେନା ହମଲା କରିବା ପରେ ଇରାନର ଏୟାର ସ୍ପେଶ ବନ୍ଦ ହୋଇଛି । ଯାହା ଫଳରେ ଏୟାର ଇଣ୍ଡିଆର AIC129 ବିମାନ ପୁଣି ଥରେ ମୁମ୍ବାଇ ଫେରି ଆସିଛି । ଏହି ବିମାନଟି ଶୁକ୍ରବାର ସକାଳୁ ୧୯ ମିନିଟ୍ ବିଳମ୍ବରେ ଅର୍ଥାତ୍ ୫.୩୯ ମିନିଟରେ ଉଡ଼ାଣ ଭରିଥିଲା । ଇରାନର ଏୟାର ସ୍ପେଶ୍ ବନ୍ଦ ହେବା ପରେ ବିଶ୍ୱର ଅଧିକାଂଶ ଏୟାର ଲାଇନ୍ ନିଜ ବିମାନର ଗତିପଥ ପରିବର୍ତ୍ତନ କରିଛନ୍ତି ।
ଇରାନ ଓ ଇରାକର ଏୟାର ସ୍ପେଶ୍ ଯିବାକୁ ବଞ୍ଚୁଛନ୍ତି ବିଶ୍ବର ଅନେକ ଏୟାର ଲାଇନ୍ । ଫ୍ଲାଇଟରାଡାର ୨୪ ତଥ୍ୟ ମୁତାବକ ଇସ୍ରାଏଲ ପକ୍ଷରୁ ଡ୍ରୋନ୍ ଏବଂ ମିସାଇଲ୍ ଆକ୍ରମଣ ହୋଇଥିଲା । ଏହା ପରେ ଏୟାରଲାଇନ୍ସ କମ୍ପାନୀ ମାନେ ଇସ୍ରାଏଲ, ଇରାନ ଓ ଇରାକ ବାୟୁସୀମାରେ ବିମାନ ଉଡ଼ାଣକୁ ରଦ୍ଦ କରିଛନ୍ତି ।