ପ୍ରମୂଖ ଖବର
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସବୁ ଛାରଖାର କରିଦେଲା ବିମାନ ଦୁର୍ଘଟଣା, ୩ ପିଲାଙ୍କ ସହ ଡାକ୍ତର ଦମ୍ପତି ମୃତ

Published By : Ankita S | June 13, 2025 8:41 AM

ଅହମ୍ମଦାବାଦ,୧୩/୦୬: କଥାରେ ଅଛି ନା ଜୀବନକୁ କି ଅବା ଭରସା । କେତେବେଳେ କଣ ଯେ ଘଟିବ ତାହା କାହାକୁ ଜଣାନଥାଏ । ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା ଦେଶକୁ ସ୍ତବ୍ଧ କରି ଦେଇଛି । ଶହ ଶହ ପରିବାରକୁ ଛାରଖାର କରିଦେଇଛି ଏୟାର ଇଣ୍ଡିଆର ବୋଇଙ୍ଗ୍‌ ୭୮୭-୮ ଡ୍ରିମ୍‌ଲାଇନ୍‌ର ବିମାନ 'ଏଆଇ-୧୭୧' ବିମାନ ଦୁର୍ଘଟଣା । ସେଥିରେ ଏକ ଡାକ୍ତର ପରିବାର ନିଶ୍ଚିହ୍ନ ହୋଇଛି । ଡାକ୍ତର ଦମ୍ପତିଙ୍କ ସହ ସେମାନଙ୍କ ୩ ପିଲାଙ୍କର ମୃତ୍ୟୁ ହୋଇଛି । ସେମାନେ ପ୍ଲେନ୍‌ରେ ବସିବା ପରେ ଏକ ସେଲ୍ଫି ନେଇଥିଲେ । ଶେଷ ଥର ପାଇଁ ଗୋଟିଏ ଫଟୋରେ ଏକାଠି ହସିଥିଲେ । ଭବିଷ୍ୟତ ପାଇଁ ପ୍ଲାନ କରିଥିଲେ । ପିଲାଙ୍କ ପାଇଁ ସ୍ୱପ୍ନ ଦେଖିଥିଲେ ଡାକ୍ତର ଦମ୍ପତି । ହେଲେ ଜୀବନ ତାଙ୍କୁ କୌଣସି ଚେତାବନୀ ଦେଲା ନାହିଁ । ଏହା ତାଙ୍କ ଜୀବନର ଶେଷ ଯାତ୍ରା ହୋଇଗଲା ।

ଏହା ବି ପଢନ୍ତୁ...ଲୁହ, ଯନ୍ତ୍ରଣା ଓ ପ୍ରାର୍ଥନା; ସିଭିଲ ହସ୍ପିଟାଲ ବାହାରେ ଆକୁଳ ଚିତ୍କାର କରୁଛନ୍ତି ବିମାନ ଯାତ୍ରୀଙ୍କ ପରିବାର ସଦସ୍ୟ

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣେ ଡାକ୍ତର ଦମ୍ପତି ଏବଂ ସେମାନଙ୍କ ୩ ପିଲାଙ୍କର ମୃତ୍ୟୁ ଘଟିଛି । ସେମାନେ ହେଲେ ରାଜସ୍ଥାନ ବାଂସୱାଡାର ଡାକ୍ତର କୋମି ବ୍ୟାସ, ତାଙ୍କ ସ୍ୱାମୀ ଡାକ୍ତର ପ୍ରତୀକ ଯୋଶୀ, ଯାଆଁଳା ପୁଅ ପ୍ରଦ୍ୟୁତ୍‌ ଓ ନକୁଲ ଯୋଶୀ (୫), ଏବଂ ଝିଅ ମିରାୟା ଯୋଶୀ (୮) । ଉଦୟପୁର ପାସିଫିକ୍‌ ହସ୍ପିଟାଲ ଉମର୍‌ଡାର ପରିଚାଳକ କହିଛନ୍ତି, ଡାକ୍ତର କୋମି ବ୍ୟାସ ମାସେ ପୂର୍ବରୁ ସେହି ହସ୍ପିଟାଲରୁ ଚାକିରି ଛାଡ଼ି ଦେଇଥିଲେ । ସେ ତାଙ୍କ ସ୍ୱାମୀଙ୍କ ସହ ରହିବା ଲାଗି ସେହି ବିମାନରେ ଲଣ୍ଡନ ଯାଉଥିଲେ । ଏଥିପାଇଁ ହିଁ କୋମି ବ୍ୟାସ ଇସ୍ତଫା ଦେଇଥିଲେ । ତେବେ ବିମାନ ଦୁର୍ଘଟଣାରେ ସମସ୍ତ ୫ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପୂର୍ବରୁ ଡାକ୍ତର ଦମ୍ପତି ପିଲାମାନଙ୍କ ସହ ବିମାନରେ ସେଲ୍‌ଫି ନେଇଥିଲେ । ଏବେ ତାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.