ଅହମ୍ମଦାବାଦ,୧୩/୦୬: ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନ ଏଆଇ ୭୧୭ ଦୁର୍ଘଟଣା ହୋଇଥିଲା । ଏଥିରେ ୨୪୧ ଜଣ ବିମାନଯାତ୍ରୀ ଓ ୬ ଜଣ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଦେଶକୁ ଦୋହଲାଇ ଦେଇଛି ଭୟାନକ ବିମାନ ଦୁର୍ଘଟଣା । ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କର ବି ଦେହାନ୍ତ ହୋଇଛି । ପତ୍ନୀ ଓ ପୁଅଙ୍କୁ ଭେଟିବାକୁ ଲଣ୍ଡନ ଯାଉଥିଲେ । ବିଜୟ ରୁପାନୀଙ୍କ ନିଧନ ତାରିଖ ୧୨ ଜୁନ୍ ଅର୍ଥାତ ୧୨-୦୬ ଥିଲା । ଏହି ତାରିଖକୁ ନେଇ ନେଇ ସଂଯୋଗ ସାମ୍ନାକୁ ଆସିଛି ।
ଲକି ନମ୍ବର ୧୨୦୬ ହୋଇଗଲା ଅନଲକି- ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ପାଇଁ '୧୨୦୬' ନମ୍ବର ଲକି ଥିଲା । ଏହି ନମ୍ବରରେ ତାଙ୍କ ପାଇଁ ଏତେ ଖାସ୍ ଥିଲା କି ସେ ତାଙ୍କ ଗାଡି ନମ୍ବର ବି ଏହା ଥିଲା । ଆଜି ବି ତାଙ୍କ ଘର ଆଗରେ ୧୨୦୬ ନମ୍ବରର ସ୍କୁଟି ଛିଡା ହୋଇଛି । ତାଙ୍କ କାର ନମ୍ବର ବି '୧୨୦୬' । ବିଜୟ ରୁପାନି ଏହି ନମ୍ବରକୁ ବହୁତ ଲକି ମାନୁଥିଲେ । ହେଲେ ଗୁରୁବାର ଏହି ସଂଖ୍ୟା ତାଙ୍କ ପାଇଁ ଅଶୁଭ ପ୍ରମାଣିତ ହେଲା । ସଂଯୋଗର କଥା ହେଉଛି, ବିମାନ ଦୁର୍ଘଟଣା ୧୨-୦୬ରେ ହୋଇଥିଲା । ବିଜୟ ରୁପାନି ବସିଥିବା ଫ୍ଲାଇଟ୍ ସିଟ ବି ୧୨ ଥିଲା । ଯାହା ତାଙ୍କ ଜୀବନର ଶେଷ ଦିନ ହୋଇଗଲା ।
ବଲୱନ୍ତରାୟଙ୍କ ପରେ ବଜୟ ରୁପାନି- ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ପରଲୋକ ହୋଇଛି । ସେ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ଗୁଜରାଟ ମୁଖ୍ୟମନ୍ତ୍ରୀ ରହିଥିଲେ । ତାଙ୍କର ଦେହାନ୍ତ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବଲୱନ୍ତରାୟ ମେହଟ୍ଟାଙ୍କ ମୃତ୍ୟୁ ଘଟଣାକୁ ମନେପକାଇ ଦେଇଛି । ୬ ଦଶନ୍ଧି ତଳେ ବିମାନ ଯାତ୍ରା ବେଳେ ତାଙ୍କର ଦେହାନ୍ତ ହୋଇଥିଲା । ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ୧୯୬୫ ସେପ୍ଟେମ୍ବର ୧୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବଲୱନ୍ତରାୟ ଏକ ବିଚ୍କ୍ରାଫ୍ଟ ବିମାନରେ ଟାଟା କେମିକାଲ୍ସରୁ କଚ୍ଛ ସୀମା ଅଭିମୁଖେ ଯାଉଥିଲେ ।
ବିମାନକୁ ପୂର୍ବତନ ବାୟୁସେନା ପାଇଲଟ୍ ଜାହାଙ୍ଗିର ଇଞ୍ଜିନିୟର ଉଡ଼ାଉଥିଲେ । ଏହି ସମୟରେ ପାକିସ୍ତାନୀ ବାୟୁସେନାର ପାଇଲଟ୍ କାଇସ୍ ହୁସେନ ଯୁଦ୍ଧ ବିମାନ ଭାବି ବଲୱନ୍ତରାୟଙ୍କ ବିମାନକୁ ଆକ୍ରମଣ କରିଥିଲେ । ଫଳରେ ବିମାନଟି ଧ୍ୱଂସ ହୋଇଯାଇଥିଲା । ଏଥିରେ ବଲୱନ୍ତରାୟ, ପତ୍ନୀ, ୩ ଜଣ କର୍ମଚାରୀ, ଜଣେ ସାମ୍ବାଦିକ ଓ ଦୁଇଜଣ କ୍ରୁ ସଦସ୍ୟ ପ୍ରାଣ ହରାଇଥିଲେ । ବଲୱନ୍ତରାୟ ଗୁଜରାଟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଥିଲେ ।