ପ୍ରମୂଖ ଖବର
  • କଟକ : ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ, ଅମିନ
  • ||
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ପାରାଦୀପ ବେଳାଭୂମି ଅସୁରକ୍ଷିତ : ଚିନ୍ତାରେ ପର୍ଯ୍ୟଟକ, ଗୋପାଳପୁର ଘଟଣା ପରେ ବି ଚେତୁନି ପୁଲିସ

Published By : Rasmita Pradhan | June 26, 2025 12:06 PM

ପାରାଦୀପ,୨୬/୬ : ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା ଏବେବି ମନରୁ ଲିଭି ନଥିବା ବେଳେ ପାରାଦୀପ ବେଳାଭୂମିକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଏବେ ପାରାଦୀପ ବେଳାଭୂମି ଅସୁରକ୍ଷିତ ହୋଇପଡିଛି । ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି । ବିଶେଷ କରି ରାତି ହେଲେ ସେଠାରେ ପୁରୁଷ ଓ ମହିଳା ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି । ପ୍ରେମୀ ଯୁଗଳଙ୍କ ପାଇଁ ପାରାଦୀପ କଳିଙ୍ଗ ବାଲିଯାତ୍ରା ବେଳାଭୂମି ଅମରାବତି ପାଲଟିଛି । ବେଳାଭୂମି ନିକଟରେ ଥିବା ଝାଉଁବଣରେ ବହୁ ଆପତ୍ତିଜନକ ସାମଗ୍ରୀ ଦେଖିବାକୁ ମିଳୁଛି । ଜଟାଧାରୀ ମୁହାଣ ସାମୁଦ୍ରିକ ଥାନାରେ କର୍ମଚାରୀ ଅଭାବରୁ ପାଟ୍ରୋଲିଂ ଧିମେଇ ଯାଉଛି । ରାତି ୧୦ଟା ବେଳକୁ କୌଣସି ପୁଲିସ କର୍ମଚାରୀଙ୍କ ଦେଖିବାକୁ ମିଳୁନି । ପରିସ୍ଥିତି ଏଭଳି ହୋଇଛି ଯେ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ପାଟ୍ରୋଲିଂରେ ଦେଖିବାକୁ ମିଳୁଛି । ବେଳାଭୂମିରେ ଲାଗିଥିବା ବଲ୍‌ ନଜଳିବାରୁ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ପାରାଦୀପ ବେଳାଭୂମିରେ ଗୋପାଳପୁର ଗଣଦୁଷ୍କର୍ମ ଭଳି ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି।

ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ମୂଳବସନ୍ତ ଗ୍ରାମର ଜଣେ ଯୁବତୀ ଭୁବନେଶ୍ୱରରେ ଥିବା ବାର୍‌ରେ କାମ କରନ୍ତି। ପାରାଦୀପରେ ରହୁଥିବା ତାଙ୍କର ପୁରୁଷ ବନ୍ଧୁ ମଙ୍ଗଳବାର ଏକ ହୋଟେଲ୍‌ ବୁକ୍‌ କରିଥିଲେ । ଦୁହେଁ ହୋଟେଲରେ ରାତି ୯ଟା ପର୍ଯ୍ୟନ୍ତ ରହି ପରେ ପାରାଦୀପ ବେଳାଭୂମିକୁ ଯାଇଥିଲେ । ବେଳାଭୂମିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରହିଥିଲେ । ଉଭୟ ଯୁବକ ଓ ମହିଳା ପ୍ରଚୁର ମଦ୍ୟପାନ କରିଥିଲେ । ସେହି ସମୟରେ ଯୁବକ ବନ୍ଧୁ ସେଠାକୁ ତାର ଦୁଇ ଜଣ ସାଙ୍ଗକୁ ଡାକିଥିଲା । ତିନି ଜଣ ମିଶି ଅସଦାଚରଣ କରିଥିବା ଜାଣିପାରି ମହିଳା ଜଣକ କୁଆଡେ ସେମାନଙ୍କ ସହ ଧସ୍ତାଧସ୍ତି କରିଥିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ନିଶାସକ୍ତ ଅବସ୍ଥାରେ ତଳେ ପଡ଼ିଯାଇ ଆଘାତ ଲାଗିବାକୁ ନେଇ ମଧ୍ୟ ଶୁଣିବାକୁ ମିଳୁଛି । ଯାହା ହେଉନା କାହିଁକି କୌଣସି କାରଣରୁ ଉକ୍ତ ମହିଳା ମୁଣ୍ଡରେ ଆଘାତ ପାଇ ଗୁରୁତର ହୋଇଥିଲେ । ରାତି ୨ଟାରେ ସ୍ଥାନୀୟ ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଘଟଣା ସ୍ଥଳରେ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ପୁଲିସ, ଆଦର୍ଶ ଥାନା ପୁଲିସ ପହଞ୍ଚି ମହିଳାଙ୍କୁ ପଚରା ଉଚରା କରିଥିଲେ । ମହିଳା ଜଣକ ମଦ୍ୟପାନ କରିଥିବା ପୁଲିସ ଆଗରେ ସତ ମାନିଥିଲେ । 

ଉକ୍ତ ମହିଳା ପୂର୍ବରୁ ଜଣକୁ ବିବାହ କରିଥିଲେ । ତାଙ୍କ ସ୍ୱାମୀ ଛାଡ଼ି ଅନ୍ୟ ଜଣଙ୍କୁ ବିବାହ କରିଛନ୍ତି । ସେ କଥା ଗୁଡ଼ିକ ମନେ ପଡିଗଲେ ମଦ୍ୟପାନ କରନ୍ତି ବୋଲି ମହିଳା ପୁଲିସକୁ ସଫେଇ ଦେଇଥିଲେ । ଏନେଇ କିଛି ଅଭିଯୋଗ ହୋଇନଥିବାରୁ ମହିଳାଙ୍କୁ ତାଙ୍କ ବାପାଙ୍କ ସହିତ ବୁଧବାର ସକାଳେ ଛାଡ଼ି ଦିଆଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଏଠାରେ ଅଧିକାଂଶ ସମୟରେ ଅସାମାଜିକଙ୍କ ଦୌରାତ୍ମ୍ୟ ଯୋଗୁଁ ପର୍ଯ୍ୟଟକ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଅତୀତରେ ସେଠାରେ ଦୁଷ୍କର୍ମ ଠାରୁ ଆରମ୍ଭ କରି ନଗ୍ନ ଭିଡିଓ ଉତ୍ତୋଳନ, ଅସଦାଚରଣ ଭଳି ଜଘନ୍ୟ ଘଟଣାମାନ ଘଟି ଯାଇଛି । ବେଳାଭୂମି ଅନ୍ଧାରର ସୁଯୋଗ ନେଇ ଯାବତୀୟ ଘଟଣା ମାନ ଘଟିଯାଉଛି । ଏସମ୍ପର୍କରେ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀଙ୍କୁ କହିବା ପାଇଁ କହିଥିଲେ । ଏସମ୍ପର୍କରେ ଅଧିକ ଜାଣିବା ପାଇଁ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ମୃତି ରଞ୍ଜନ କରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏଥିପ୍ରତି ପୁଲିସ ପ୍ରଶାସନ ଯତ୍ନବାନ ରହିଛି । ଯେ କୌଣସି ଅଘଟଣ ନ ଘଟିବା ପ୍ରତି ତୀକ୍ଷ୍‌ଣ ନଜର ରହିଥିବା ଶ୍ରୀ କର ପ୍ରକାଶ କରିଛନ୍ତି । ପାରାଦୀପ ବେଳାଭୂମିରେ ଉଜ୍ଜ୍ୱଳ ଆଲୋକ ଲଗେଇବା ସଙ୍ଗେ ସଙ୍ଗେ ବାଲିରେ ଚାଲିବା ନିମନ୍ତେ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.