କୁଜଙ୍ଗ,୨୬/୬: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ଟିମ୍ । ସେ ଜଣେ ଶିକ୍ଷକଙ୍କଠାରୁ ଗୃହ ନିର୍ମାଣ ଅଗ୍ରିମ ବିଲ୍ ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିଲେ ।
ସୂଚନା ମୁତାବକ, ସୂର୍ଯ୍ୟକାନ୍ତ ସ୍ୱାଇଁ ଜଣେ ଶିକ୍ଷକଙ୍କଠାରୁ ଘର ନିର୍ମାଣ ଅଗ୍ରିମ ବିଲ୍ କରିବା ପାଇଁ ୧,୫୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଉକ୍ତ ଗୃହ ନିର୍ମାଣ ଅଗ୍ରିମ ଟଙ୍କା ପୂର୍ବରୁ ସରକାରଙ୍କ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଞ୍ଜୁର କରାଯାଇଥିଲା । କିନ୍ତୁ କୁଜଙ୍ଗର ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁ କୌଣସି କାରଣ ବିନା ବିଲ୍ ପ୍ରସ୍ତୁତ କରିବାରେ ବିଳମ୍ବ କରୁଥିଲେ । ବିଲ୍ର ପ୍ରକ୍ରିୟାକରଣ ଏବଂ ରିଲିଜ୍ ପାଇଁ ୫୦୦୦ଟଙ୍କା ଲାଞ୍ଚ ମାଗିଥିଲେ । ତେଣୁ ଅନ୍ୟ କୌଣସି ଉପାୟ ନପାଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଶିକ୍ଷକ ଜଣକ ଏନେଇ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ଗୁରୁବାର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ଅଭିଯୋଗକାରୀଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଛି ଭିଜିଲାନ୍ସ ଟିମ୍ । ତାଙ୍କ ପାଖକୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି ।