ପ୍ରମୂଖ ଖବର
  • କଟକ : ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ, ଅମିନ
  • ||
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ

Published By : Gurupada Nath | June 18, 2025 6:24 PM

ରଘୁନାଥପୁର, ୧୮/୬ :‌ କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ । ଏଭଳି ଏକ ଘଟଣା ଘଟିଛି ତାରପୁର ମହାନଦୀ ବ୍ରିଜ ନିକଟରେ । ମୃତକ ହେଲେ କଟକ ଜିଲ୍ଲା କିଶୋରନଗର ଥାନା ଅର୍ନ୍ତଗତ ବିଲ ହାଟ ମଣିଜଙ୍ଗ ଗ୍ରାମର କୈଳାସ ନାୟକଙ୍କ ପୁଅ କବିର ନାୟକ(୩୬)ଙ୍କର ମୃତ୍ୟୁ ଘଟିଛି।  

ପ୍ରକାଶ ଯେ,   ମଣିଜଙ୍ଗ ଗ୍ରାମର କବିର ତାଙ୍କ ସାଙ୍ଗ ସେହି ଗ୍ରାମର ବ୍ରଜକିଶୋର ସାହୁ ପୁଅ ନିରଞ୍ଜନଙ୍କ ପଲ୍ସର ବାଇକ୍  ପଛରେ ବସି ତାରପୁର ବାଇପାସ୍ ବଜାରରୁ ମଣିଜଙ୍ଗ ଘରକୁ ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା କାର୍ ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ୍ ପଛରେ ବସିଥିବା କବିର ତଳେ ଛିଟିକି ପଡିଥିବାବେଳେ ବାଇକ୍ ଆରୋହୀ ବନ୍ଧରୁ ତଳକୁ ଖସି ପଡ଼ିଥିଲେ । ରାସ୍ତା ଉପରେ ପଡ଼ି ଛଟପଟ ହେଇଥିବା କବିରକୁ ଦୁର୍ଘଟଣା ଘଟାଇଥିବା କାର୍ କବିରକୁ କାର୍ ଭିତରେ ପୁରାଇ ନାରାୟଣୀ ମନ୍ଦିର ଦେଇ ମହାନଦୀ ବନ୍ଧ ରାସ୍ତାରେ କୁଳସାଇ ଆଡ଼କୁ ଆସି ଏକ ନିଛାଟିଆ ସ୍ଥାନ ରାସ୍ତା କଡ଼ରେ ଫୋପାଡି ଦେଇ କାର ଟି ଘଟଣାସ୍ଥଳରୁ ଚମ୍ପଟ ମରିଥିଲା। 

ବାଇକରୁ ଖସି ପଡ଼ି ଥିବା ନିରଞ୍ଜନ ନଦୀବନ୍ଧ  ଉପରକୁ ଉଠି କବିରକୁ ଖୋଜିଥିଲେ। ହେଲେ କବିରକୁ ପାଇ ନ ଥିଲେ  । ସ୍ଥାନୀୟ   ଲୋକଙ୍କ  ସହଯୋଗରେ  କବିରକୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ରଘୁନାଥପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ଡକ୍ଟର କବିରକୁ ମୃତ ଘୋଷଣା କରିଥିଲେ। ନିରଂଜନଙ୍କ ପ୍ରାଥମିକ ଚିକିତ୍ସା ପରେ ନିରଞ୍ଜନଙ୍କ ଅବସ୍ଥା ଗୁରୁତର ହେବାରୁ ଡକ୍ଟର ଜଗତସିହପୁର ମେଡ଼ିକାଲ୍ ପଠାଇଛନ୍ତି। ଦୁର୍ଘଟଣାସ୍ଥଳରେ ଦୁର୍ଘଟଣା ଘଟାଇଥିବା କାର ନମ୍ୱର ପ୍ଲେଟ ଗଳି ପଡ଼ିଥିବାରୁ ପୋଲିସ କାରର ସନ୍ଧାନ ପାଇଛି। ଖବରପାଇ  ରଘୁନାଥପୁର ଥାନା ଆଇଆଇସି ସୁଶାନ୍ତ କୁମାର ସେଠୀ ଏସଆଇ ଯୋଗେଶ ବେହେରା ମେଡ଼ିକାଲରେ ପହଁଚି କବିରର ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ଲାଗି ଜଗତସିଂହପୁର ମେଡ଼ିକାଲକୁ ପଠାଇଛନ୍ତି । ପୁଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.