ଚିକିଟି,୨୬/୦୬: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ କରବାଲୁଆ ପାଣ୍ଡାଛକ ଖଡ଼ିକା ବନ୍ଧ ନିକଟରେ ଅଭାବନୀୟ ଘଟଣା । ମାଆକୁ ପାଇପ୍ରେ ପିଟି ପିଟି ହତ୍ୟା କଲା ବିକୃତ ମସ୍ତିଷ୍କ ପୁଅ । ପାରିବାରିକ କଳହକୁ ନେଇ ପୁଅ ସନ୍ତୋଷ ବେହେରା (୩୯ ବର୍ଷ) ମାଆ ଉଲି ବେହେରା (୫୫ ବର୍ଷ)ଙ୍କୁ ହତ୍ୟା କରିଛି ।
ସୂଚନା ମୁତାବକ, ପାରିବାରିକ କଳହକୁ ନେଇ ମାଆ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ପୁଅ ସନ୍ତୋଷ ବେହେରା ଉତ୍ୟକ୍ତ ହୋଇ ଏକ ଲୁହା ପାଇପ୍ରେ ମାଆ ଉଲି ବେହେରାଙ୍କ ମୁଣ୍ଡକୁ ବାରମ୍ବାର ପିଟିଥିଲା । ସ୍ଥାନୀୟଲୋକେ ମାଆ ଉଲି ବେହେରାଙ୍କୁ ଗୁରୁତର ଅବସ୍ଥାରେ ଚିକିଟି ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏସମ୍ପର୍କରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିବା ଜଣାପଡ଼ିଛି ।