ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

‘କଲମା’ ପଢିବା ଆସୁଥିବାରୁ ବଞ୍ଚିଗଲି’, ହିନ୍ଦୁ ହୋଇ ମଧ୍ୟ ଜାଣନ୍ତୁ କିଭଳି ଅଳ୍ପକେ ରକ୍ଷା ପାଇଗଲେ ଆସାମର ପ୍ରଫେସର ?

Published By : Prameya | April 23, 2025 8:14 PM

ନୂଆଦିଲ୍ଲୀ,୨୩।୪: ବିପଦ ବେଳେ ସାହାସ ଓ ଧର୍ଯ୍ୟ ନହରାଇବାର ବିଦ୍ୱାନମାନେ ପରାମର୍ଶ ଦିଅନ୍ତି। ଏହାକୁ ବାସ୍ତବ ଜୀବନରେ ଗ୍ରହଣ କଲେ ପ୍ରତିକୂଳ ପରିବେଶକୁ ମଧ୍ୟ ରକ୍ଷା ପାଇହେବ। ଏହାର ଉଦାହରଣ ହେଉଛି କାଶ୍ମୀରର ପହଲଗାମ୍ ଆତଙ୍କୀ ହମଲାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଆସାମ ବିଶ୍ବବିଦ୍ୟାଳୟର ପ୍ରଫେସର ଦେବାଶିଷକ ଭଟ୍ଟାଚାର୍ଯ୍ୟ। ସେ କହିଛନ୍ତି, ଆତଙ୍କବାଦୀମାନେ ଧର୍ମ ପଚାରି ଗୁଳି କରୁଥିଲେ। ଏପରିକି ସେମାନେ ସେଠାରେ ଥିବା ଲୋକଙ୍କୁ କଲମା ପଢିବାକୁ କହିଥିଲେ। ଯିଏ ପଢିପାରୁନଥିଲା ତାଙ୍କୁ ଗୁଳିମାରି ଦେଉଥିଲେ। 

ପ୍ରଫେସର  ଭଟ୍ଟାଚାର୍ଯ୍ୟ ଓ ତାଙ୍କ ପରିବାର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣକୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆସାମ ୟୁନିଭର୍ସିଟିର ବଙ୍ଗାଳି ଡିପାର୍ଟମେଣ୍ଟରେ ଆସୋସିଏଟ୍ ପ୍ରଫେସର ଥିବା ଦେବାଶିଷ ଭଟ୍ଟାଚାର୍ଯ୍ୟ ସେ ଭୟଙ୍କର ସମୟ କଥା କହିଛନ୍ତି।  ସେ କହିଛନ୍ତି, ତାଙ୍କ ପତ୍ନୀ ଓ ପୁଅ ସହ ଏକ ଗଛ ତଳେ ଥିଲେ। ହଠାତ ଦେଖିଲେ ତାଙ୍କ ଆଖପାଖର ଲୋକେ ଆତଙ୍କବାଦୀଙ୍କ ଭୟରେ କଲମା ପଢୁଛନ୍ତି। ତାଙ୍କୁ ଦେଖି ପ୍ରଫେସର ଭଟ୍ଟାଚାର୍ଯ୍ୟ ମଧ୍ୟ କଲମା ପଢିବାରେ ଲାଗିଥିଲେ। ଏହି ସମୟରେ ଜଣେ ଆତଙ୍କୀ ପାଖକୁ ଆସି ପଚାରିଥିଲା କ’ଣ କରୁଛ ? କିନ୍ତୁ ସେ ଉତ୍ତର ଦେବା ବଦଳରେ ଜୋର ଜୋରରେ କଲମା ପଢିବା ଆରମ୍ଭ କରିଦେଲେ। ଏହା ଦେଖି ସେହି ଆତଙ୍କୀ ଅଲଗା ସ୍ଥାନକୁ ଚାଲିଯାଇଥିଲା। ଯିବା ସମୟରେ ଆତଙ୍କୀ ଜଣକ ତାଙ୍କ ପାଖରେ ଠିଆ ହୋଇଥିବା ଆଉ ଜଣେ ବ୍ୟକ୍ତିର ମୁଣ୍ଡକୁ ଗୁଳିକରି ଦେଇଥିଲା। ଆତଙ୍କବାଦୀ ଯିବା ପରେ ପ୍ରଫେସର ଭଟ୍ଟାଚାର୍ଯ୍ୟ ତାଙ୍କ ପତ୍ନୀ ଓ ପୁଅ ସହ ଚୁପଚାପ୍ ସେ ସ୍ଥାନରୁ ଖସି ଆସିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଚାଲି ହୋଟେଲ ନିକଟରେ ପହଁଞ୍ଚିଥିଲେ। 

ଉଲ୍ଲେଖନୀୟ ଯେ, ମଙ୍ଗଳବାର ମଧ୍ୟାହ୍ନରେ କାଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀମାନେ କରିଥିଲେ ନରସଂହାର। ସେମାନେ ଲୋକଙ୍କୁ ତାଙ୍କର ଧର୍ମ ପଚାରି ଗୁଳି ମାରୁଥିଲେ। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି।  ଏହି ସମୟରେ ବହୁ ଲୋକ କଲମା ପଢି କିମ୍ବା ମୁସଲମାନ ବୋଲି କହି ନିଜର ଜୀବନ ବଞ୍ଚାଇଥିଲେ। ଏଭଳି ଏକ ଦାବି ପୁନେର ଜଣେ ବ୍ୟବସାୟୀଙ୍କ ପୁଅ ମଧ୍ୟ କରିଛନ୍ତି। ସେ କହିଛନ୍ତି, ଆତଙ୍କବାଦୀମାନେ ଲୋକଙ୍କୁ ଧର୍ମ ପଚାରିବା ପରେ ଗୁଳି ମାରୁଥିଲେ। ତାଙ୍କ ବାପା ଓ ଦାଦାଙ୍କୁ ଆତଙ୍କବାଦୀମାନେ ଗୁଳିମାରିଥିଲେ। ଆତଙ୍କବାଦୀମାନେ ତାଙ୍କ ବାପାଙ୍କୁ କୁରୁନର ଏକ ପଦ ପଢିବାକୁ କହିଥିଲେ, କିନ୍ତୁ ତାଙ୍କୁ ଜଣାନଥିଲା। ତେବେ ଆସନ୍ତୁ ଜାଣିବା ’କଲମା’ କ’ଣ ? ଇସଲାମିକ୍ ସ୍କଲାର ଗୁଲାମ ରସୁଲ ଦେହଲଭି କହିଛନ୍ତି, ‘କଲମା’ର ଇସଲାମିକ୍ ଅର୍ଥ ହେଉଛି ସାକ୍ଷ୍ୟ ବା ଶପଥ। ଯେପରି ଜଣେ ପୋଲିସ ଅଫିସର, ଜଜ୍ କିମ୍ବା ମନ୍ତ୍ରୀ ନିଜର କର୍ତ୍ତବ୍ୟ ପାଳନ ପାଇଁ ଶପଥ ନେଇଥାନ୍ତି। ଠିକ୍ ସେଭଳି ଇସଲାମ ଧର୍ମରେ ସାମିଲ ହେଉଥିବା ବ୍ୟକ୍ତିକୁ ଇସଲାମର ମୂଳଦୁଆ କଲମା ଉପରେ ଦୃଢତାର ସହ ବିଶ୍ବାସ କରିବା ଜରୁରୀ। ଇସ୍ଲାମ ଅନୁସାରେ, କାହାକୁ ବଳପୂର୍ବକ ‘କଲମା’ ପଢାଇବା ହେଉଛି ଅପରାଧ ବୋଲି ସେ କହିଛନ୍ତି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.