ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୫୨ ବର୍ଷ ପରେ ସ୍ପେନ୍‌ରେ ପ୍ରଳୟଙ୍କାରୀ ବନ୍ୟା, ମୃତ୍ୟୁସଂଖ୍ୟା୧୫୮ ପାର୍

Published By : Swapna Ray | November 1, 2024 11:27 AM

ସ୍ପେନ୍, ୧।୧୧: ଦୀର୍ଘ ୫୨ ବର୍ଷ ପରେ ସ୍ପେନ୍‌ରେ ପ୍ରଳୟଙ୍କାରୀ ବନ୍ୟା । ମୃତ୍ୟୁସଂଖ୍ୟା ୧୫୮କୁ ବୃଦ୍ଧି ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୨୮ ବର୍ଷରେ ଭାଲେନସିଆରେ ସବୁଠୁ ଅଧିକ ବର୍ଷା । ସରକାରୀ ପରିବହନ ସେବା ବାଧାପ୍ରାପ୍ତ । ମାଦ୍ରିଦ୍-ଭାଲେନସିଆ ମଧ୍ୟରେ ଟ୍ରେନ୍ ସେବା ବାତିଲ ହୋଇଥିବା ବେଳେ ଶହ ଶହ ଗାଡ଼ି ଭାସିଯାଇଛି । ସ୍ପେନ୍‌ରେ ୩ ଦିନିଆ ରାଷ୍ଚ୍ରୀୟ ଶୋକ ଘୋଷଣା କରାଯାଇଛି । 

ସ୍ପେନରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି । ଦକ୍ଷିଣ-ପୂର୍ବ ସ୍ପେନ୍‌ର ଭାଲେନସିଆ ସହରରେ ପରିସ୍ଥିତି ଗୁରୁତର ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ପାଣି ଘେରରେ । ସ୍କୁଲ୍, ମ୍ୟୁଜିୟମ୍ ଓ ଲାଇବ୍ରେରୀ ବନ୍ଦ ରହିଛି । ସ୍ପେନ୍‌ର ପୂର୍ବ ଓ ଦକ୍ଷିଣ ପ୍ରାନ୍ତରେ ମୂଷଳଧାରରେ ବର୍ଷା ପରେ ଆସିଥିଲା ଭୟଙ୍କର ବନ୍ୟା । ହଠାତ୍ ବନ୍ୟା ଆସିବା ଦ୍ୱାରା ରାସ୍ତାରେ ଥିବା ଗାଡ଼ି ମଟର ଭାସିଯାଇଥିଲା । ସହରର ଗଳିକନ୍ଦିରେ ନଦୀର ଭ୍ରମ ସୃଷ୍ଟି ହୋଇଥିଲା । ତଳିଆ ଅଞ୍ଚଳରେ ଥିବା ଘରଗୁଡ଼ିକ ବନ୍ୟା ଜଳରେ ବୁଡ଼ିରହିଥିଲା । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ନିୟୋଜିତ ହୋଇଥିଲେ ସେନା ଓ ପୋଲିସ । 

ଏଥିପାଇଁ ହେଲିକପ୍ଟର ବ୍ୟବହାର କରିବାକୁ ପଡ଼ିଥିଲା । ବର୍ତ୍ତମାନ ସୁଦ୍ଧା ୧୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଅନେକ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଅନୁମାନ କରାଯାଉଛି । ବିପନ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ପେନ୍‌ ସହରରେ ଏକ ଜରୁରୀକାଳୀନ କମିଟି ଗଠନ ହୋଇଛି । ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ୧୯୭୨ ବନ୍ୟା ପରେ ସ୍ପେନ୍‌ରେ ଏଭଳି ଭୟଙ୍କର ବନ୍ୟା ଦେଖିବାକୁ ମିଳିଛି । ୧୯୭୨ ବନ୍ୟାରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.