ପ୍ରମୂଖ ଖବର
  • ବଳରାମପୁର ଗାଁରେ ଅଘଟଣ: ନଡ଼ିଆ ଗଛ ଭାଙ୍ଗି ପଡ଼ିବାରୁ ଚାଲିଗଲା ମହିଳାଙ୍କ ଜୀବନ, ୪ ଗୁରୁତର
  • ||
  • OAS ସ୍ତରରେ ଛୋଟ ଧରଣର ଅଦଳବଦଳ, ବଦଳିଲେ ୧୧ ଓଏଏସ୍‌ ଅଫିସର
  • ||
  • ସୁନ୍ଦରଗଡ଼ : ଟ୍ରକ୍‌କୁ ଧକ୍କା ଦେଲା ହାଇୱା, ଜଣେ ମୃତ
  • ||
  • ଶନିବାର ରୋଜଗାର ମେଳା: ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ଆୟୋଜନ, ଉଦଘାଟନ କରିବେ ମୋଦି
  • ||
  • ରାଜ୍ୟରେ ତତାଇବ ତାତି, ଆଜି ୪ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଆଲର୍ଟ, ଉପକୂଳରେ ଗୁଳୁଗୁଳି, ରବିବାରଠୁ ବର୍ଷା
  • ||
  • କୋଣାର୍କ ବସ୍‌ ଷ୍ଟାଣ୍ଡରେ ଜଳିଗଲା ୨ଦୋକାନ, କାରଣ ଅସ୍ପଷ୍ଟ
  • ||

ପ୍ରକାଶ ପାଇଲା OTET ରେଜଲ୍ଟ, ୱେବ୍‌ସାଇଟ୍‌ରେ ଦେଖି ପାରିବେ ପରୀକ୍ଷା ଫଳ

Published By : Harapriya Sethi | November 22, 2024 1:04 PM

କଟକ,୨୨/୧୧: ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ । ବୋର୍ଡ ୱେବସାଇଟ୍ www.bseodisha.ac.in ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ରହିଛି । ବିଦ୍ୟାର୍ଥୀମାନେ ନିଜର ରୋଲ୍‌ ନମ୍ୱର ଜରିଆରେ ରେଜଲ୍ଟ ଦେଖିପାରିବେ ।

ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ (ଓଟିଇଟି)-୨୦୨୪ ଅଗଷ୍ଟ ୧୭ ତାରିଖରେ ହୋଇଥିଲା । ଦୁଇଟି ପେପର ବିଶିଷ୍ଟ ପରୀକ୍ଷାର ପ୍ରଥମ ପେପର ସକାଳ ୯ଟାରୁ ଦିନ ୧୧ଟା ୩୦ ଏବଂ ଦ୍ୱିତୀୟ ପେପର ଅପରାହ୍ଣ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ହୋଇଥିଲା । ଏହି ପରୀକ୍ଷା ପାଇଁ ରାଜ୍ୟରେ ମୋଟ ୧ ଲକ୍ଷ ୪୧ ହଜାର ୨୭୮  ଜଣ ପରୀକ୍ଷାର୍ଥୀ ଆବେଦନ କରିଥଲେ । ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ରାଜ୍ୟରେ ୪୩୦ଟି ସେଣ୍ଟର ଚୟନ କରାଯାଇଥିଲା । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.