ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା: ୨ ପୋଲିସ କର୍ମଚାରୀ ମୃତ, ୨ ଗୁରୁତର

Published By : Prameya | April 22, 2025 8:03 AM

କଟକ ୨୨/୦୪: କଟକ ଗତିରାଉତପାଟଣା ନିକଟରେ ଭୟଙ୍କର ଦୁର୍ଘଟଣା। ସିଆରଆରଆଇ ଥାନା ପଛ ମହାନଦୀ ବନ୍ଧ ରାସ୍ତାରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା। ଦୁର୍ଘଟଣାରେ ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦୁଇ ଜଣ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ହାଇୱା ଡ୍ରାଇଭର ଦୁର୍ଘଟଣାସ୍ଥଳରେ ଗାଡ଼ି ଛାଡ଼ି ଚମ୍ପଟ୍ ମାରିଥିଲା।  କଟକ ରେଳ ଷ୍ଟେସନ୍ ନିକଟରୁ ଡ୍ରାଇଭରକୁ ଧରିବା ପୋଲିସ ସଫଳ ହୋଇଛି। ଗାଡ଼ି ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଛି।

ସୂଚନା ଅନୁଯାଇ, ଆଜି ମହାନଦୀ ବନ୍ଧ ରାସ୍ତାରେ ଏକ ବାଲି ବୋଝେଇ ହାଇୱା ପିସିଆର୍ ଭ୍ୟାନ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପିସିଆର୍ ଗାଡି ଉପରେ ହାଇୱା ଓଲଟିପଡିବାରୁ ଗାଡ଼ି ସଂପର୍ଣ୍ଣ ଭାଙ୍ଗି ଭାଙ୍ଗିଯାଇଛି। ଗାଡ଼ି ଭିତରେ ଚାପି ହୋଇ ଦୁଇ ପୋଲିସ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଲୋକନାଥ ଶବର, ହୋମ୍‌ଗାର୍ଡ ଜଗବନ୍ଧୁ ମାହାଳୀ ରହିଛନ୍ତି। ଦୁଇ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ କଟକ ଷ୍ଟେସନରୁ ଧରିବା ପୋଲିସ ସଫଳ ହୋଇଛି। ହାଇୱା ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.