ପ୍ରମୂଖ ଖବର
  • ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ, ରାଜଧାନୀରେ ଅଛନ୍ତି ଜଣେ ମହିଳା: ଦେଶ ଛାଡ଼ିବା ପାଇଁ ନୋଟିସ୍‌
  • ||
  • ବାଙ୍କୀ : ମଦ୍ୟପ ବରଯାତ୍ରୀଙ୍କ ଲଙ୍କାକାଣ୍ଡ, ଖଣ୍ଡା ଧରି ଗୋଡ଼ାଇଲେ ହାଣିବାକୁ
  • ||
  • ବଳରାମପୁର ଗାଁରେ ଅଘଟଣ: ନଡ଼ିଆ ଗଛ ଭାଙ୍ଗି ପଡ଼ିବାରୁ ଚାଲିଗଲା ମହିଳାଙ୍କ ଜୀବନ, ୪ ଗୁରୁତର
  • ||
  • OAS ସ୍ତରରେ ଛୋଟ ଧରଣର ଅଦଳବଦଳ, ବଦଳିଲେ ୧୧ ଓଏଏସ୍‌ ଅଫିସର
  • ||
  • ସୁନ୍ଦରଗଡ଼ : ଟ୍ରକ୍‌କୁ ଧକ୍କା ଦେଲା ହାଇୱା, ଜଣେ ମୃତ
  • ||
  • ଶନିବାର ରୋଜଗାର ମେଳା: ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ଆୟୋଜନ, ଉଦଘାଟନ କରିବେ ମୋଦି
  • ||
  • ରାଜ୍ୟରେ ତତାଇବ ତାତି, ଆଜି ୪ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଆଲର୍ଟ, ଉପକୂଳରେ ଗୁଳୁଗୁଳି, ରବିବାରଠୁ ବର୍ଷା
  • ||
  • କୋଣାର୍କ ବସ୍‌ ଷ୍ଟାଣ୍ଡରେ ଜଳିଗଲା ୨ଦୋକାନ, କାରଣ ଅସ୍ପଷ୍ଟ
  • ||

ବିଲରୁ ମୁଗ ଗୋଚ୍ଛା ଆଣୁଥିବା ବେଳେ ଟଳିପଡିଲେ ଚାଷୀ, ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

Published By : Prameya | April 23, 2025 6:28 PM

ନିଆଳି ,୨୩।୪ : ବିଲରୁ ମୁଗ ଗୋଚ୍ଛା ଆଣୁଥିବା ବେଳେ ଟଳିପଡିଲେ ଚାଷୀ । ମୃତ ଚାଷୀ ଜଣକ ହେଲେ ବିମ୍ବାଧର ଦାଶ। ନିଆଳି ତହସିଲ ଅଧିନସ୍ଥ ବିଳାଶୁଣୀ ପଂଚାୟତ ତରବଣ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଅଂଶୁଘାତରେ ମୃତ୍ୟୁ ହୋଇଥିବା  ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

ତରବଣ ଗ୍ରାମର ଚାଷୀ ବିମ୍ବାଧର ଦାଶ (୭୨)ବିଲରୁ ମୁଗ ଗୋଚ୍ଛା ନେଇ ଆସୁଥିବା ସମୟରେ ବିଲରେ ଟଳି ପଡ଼ିଥିଲେ। ଏହା ଦେଖି ସେଠାରେ ଥିବା  ଲୋକମାନେ ବିଲକୁ ଦୌଡିଯାଇଥିଲେ।  ବିମ୍ବାଧର  ମରିଯାଇଥିବା  ଦେଖିବାକୁ ପାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଲିଲନ ପ୍ରସାଦ ସାହୁ, ନିଆଳି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଏସ ନବୀନ, ବିଳାଶୁଣୀ ସରପଞ୍ଚ ସବିତା ନନ୍ଦ, ସମିତି ସଭ୍ୟ ସମ୍ପଦ ମହାନ୍ତି, ମନୋରଞ୍ଜନ ବେହେରା, ପ୍ରଦୀପ୍ତ ବେହେରା, ଆର ଆଇ ସୁଶାନ୍ତ ବିଶ୍ୱାଳ ପହଂଚିଥିଲେ। ନିଆଳି ଥାନା ପୋଲିସ ପହଂଚି ଶବ ବ୍ୟବଛେଦ ନିମନ୍ତେ ବଡ଼ ଡାକ୍ତର ଖାନା ପଠାଇଛନ୍ତି। ବ୍ୟବଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ସତ୍ୟତା ଜଣା ପଡିବ। ଖରାରେ ମୁଗ ଆଣୁଥିବା ବେଳେ ଟଳି ପଡୁଥିବାରୁ ପରିବାର ଲୋକେ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.