ପ୍ରମୂଖ ଖବର
  • ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ, ରାଜଧାନୀରେ ଅଛନ୍ତି ଜଣେ ମହିଳା: ଦେଶ ଛାଡ଼ିବା ପାଇଁ ନୋଟିସ୍‌
  • ||
  • ବାଙ୍କୀ : ମଦ୍ୟପ ବରଯାତ୍ରୀଙ୍କ ଲଙ୍କାକାଣ୍ଡ, ଖଣ୍ଡା ଧରି ଗୋଡ଼ାଇଲେ ହାଣିବାକୁ
  • ||
  • ବଳରାମପୁର ଗାଁରେ ଅଘଟଣ: ନଡ଼ିଆ ଗଛ ଭାଙ୍ଗି ପଡ଼ିବାରୁ ଚାଲିଗଲା ମହିଳାଙ୍କ ଜୀବନ, ୪ ଗୁରୁତର
  • ||
  • OAS ସ୍ତରରେ ଛୋଟ ଧରଣର ଅଦଳବଦଳ, ବଦଳିଲେ ୧୧ ଓଏଏସ୍‌ ଅଫିସର
  • ||
  • ସୁନ୍ଦରଗଡ଼ : ଟ୍ରକ୍‌କୁ ଧକ୍କା ଦେଲା ହାଇୱା, ଜଣେ ମୃତ
  • ||
  • ଶନିବାର ରୋଜଗାର ମେଳା: ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ଆୟୋଜନ, ଉଦଘାଟନ କରିବେ ମୋଦି
  • ||
  • ରାଜ୍ୟରେ ତତାଇବ ତାତି, ଆଜି ୪ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଆଲର୍ଟ, ଉପକୂଳରେ ଗୁଳୁଗୁଳି, ରବିବାରଠୁ ବର୍ଷା
  • ||
  • କୋଣାର୍କ ବସ୍‌ ଷ୍ଟାଣ୍ଡରେ ଜଳିଗଲା ୨ଦୋକାନ, କାରଣ ଅସ୍ପଷ୍ଟ
  • ||

ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

Published By : Harapriya Sethi | April 23, 2025 8:02 AM

ଭୁବନେଶ୍ୱର, ୨୩/୦୪: କଟକ ଦୋଳମୁଣ୍ଡାଇ ଛକ ଠାରେ ଥିବା ଏକ ଦୋକାନରେ ଅଗ୍ନିକାଣ୍ଡ। ରାତି ପ୍ରାୟ ୧୧ଟା ୩୦ରେ ଲାଗିଥିଲା ନିଆଁ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଥାଇପାରେ ବୋଲି ଅନୁମାନ କରାଯାଉଛି।

ସୂଚନା ମୁତାବକ, କଟକ ଦୋଳମୁଣ୍ଡାଇ ଛକ ଠାରେ ଥିବା ଏକ ଦୋକାନରେ ନିଆଁ ଲାଗିଯାଇଥିଲା । ଦୋକାନଟି ବନ୍ଦ ହେବା ପରେ ରାତି ପ୍ରାୟ ୧୧ଟା ୩୦ ରେ ଦୋକାନରେ ନିଆଁ ଲାଗିଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଆସି ନିଆଁକୁ ସମ୍ପୂର୍ଣ୍ଣ ଭାବରେ ଆୟତ୍ତ କରିଛନ୍ତି । ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଥାଇପାରେ ବୋଲି ଅନୁମାନ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.