ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ରଜ ଛୁଟି ପରେ ଓଏସ୍‌ଏସ୍‌ଟିଇଟି ଫଳ, ଖୁବ୍‌ଶୀଘ୍ର ଓଟିଇଟି -୨୪ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି

କଟକ,୧୩/୦୬: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍‌ ଶିକ୍ଷକ ଯୋଗ୍ୟତା ପରୀକ୍ଷା  (ଓଏସ୍‌ଏସ୍‌ଟିଇଟି) ଫଳ ରଜ ଛୁଟି ପରେ  ବାହାରିବ ବୋଲି ସୂଚନା ମିଳିଛି । ସମ୍ଭବତଃ ୧୮ରୁ  ୧୯ ତାରିଖ ଏହି ଦୁଇ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ଲାଗି ଯୋଜନା ଥିବାର ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି । 

ଅନ୍ୟପକ୍ଷରେ ମାଟ୍ରିକ୍‌  ପରୀକ୍ଷା ସାର୍ଟିଫିକେଟ୍‌ ପରି ଓଏସ୍‌ଏସ୍‌ଟିଇଟିରେ  କୃତୀ ପରୀକ୍ଷାର୍ଥୀ ଅନ୍‌ଲାଇନ୍‌ରେ ଡିଜିଟାଲ୍‌  ସାର୍ଟିଫିକେଟ୍‌ ପାଇପାରିବେ  ବୋଲି ବୋର୍ଡ ସୂତ୍ରରୁ ସୂଚନା  ମିଳିଛି। ଫଳ ପ୍ରକାଶ ପାଇବା  ମାତ୍ରେ ପରୀକ୍ଷାର୍ଥୀମାନେ ବୋର୍ଡ  ୱେବ୍‌ସାଇଟ୍‌ରୁ ଡିଜିଟାଲ୍‌ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ୍‌ କରି ପାରିବେ । 

ଏଥିଲାଗି ବୋର୍ଡ  ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି ବୋଲି ଜଣେ  ଅଧିକାରୀ କହିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୪ ପାଇଁ  ଖୁବ୍‌ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା  ମିଳିଛି । ଏଥିଲାଗି ବୋର୍ଡ ପକ୍ଷରୁ ପ୍ରସ୍ତୁତି ଚାଲିଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.