ପ୍ରମୂଖ ଖବର
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସାସଂଦଙ୍କୁ ବାଚସ୍ପତିଙ୍କ ତାଗିଦ୍‌; ଅପରେସନ୍ ସିନ୍ଦୂର ଉପରେ ଚର୍ଚ୍ଚା ଚାହୁଁଛ ନା ନାହିଁ ? ଚାହୁଁଥିଲେ ବସନ୍ତୁ ନହେଲେ...

Published By : Ankita S | July 28, 2025 1:04 PM

ନୂଆଦିଲ୍ଲୀ,୨୮/୦୭: ଆଜି ବି ଚାଲିପାରୁନି ସଂସଦର ମୌସୁମୀ ଅଧିବେଶନ । ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଙ୍ଗାମା । ବାରମ୍ବାର ଗୃହ ମୁଲତବୀ ଘୋଷଣା । ରାଜ୍ୟସଭା ଅପରାହ୍ନ ୨ଟା ଓ ଲୋକସଭାକୁ ଅପରାହ୍ନ ୧ଟା ଯାଏ ମୁଲତବୀ ରହଛି । ସେପଟେ ବିରୋଧୀଙ୍କ ହୋ-ହାଲ୍ଲା ନେଇ ତାଗିଦ୍ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ଗୃହରେ 'ଅପରେସନ୍ ସିନ୍ଦୂର' ଉପରେ ୧୬ଘଣ୍ଟା ଚର୍ଚ୍ଚା ହେବାର ଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସିନ୍ଦୂର ବାବଦରେ ବିବୃତ୍ତି ରଖିଥାନ୍ତେ । ହେଲେ ବିରୋଧୀ ଗୃହରେ ହୋ-ହାଲ୍ଲା କରିବାରୁ ପ୍ରଶ୍ନକାଳ ଧୋଇଯାଇଛି ।

ବିରୋଧୀଙ୍କ ହଙ୍ଗାମାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ସେ ଗୃହରେ ଶାନ୍ତି ରକ୍ଷା କରିବାକୁ ସାଂସଦମାନଙ୍କୁ ଅନୁରୋଧ କରିଥିଲେ । ହେଲେ କେହି କର୍ଣ୍ଣପାତ କରି ନଥିଲେ । ଏହାକୁ ନେଇ ସେ କହିଛନ୍ତି, ''ସାଂସଦ ଗଣ ତୁମେ ଗୃହ ସ୍ଥଗତି କରିବାକୁ ଚାହୁଁଛ କି ? ଅପରେସନ୍ ସିନ୍ଦୂର ଉପରେ ଚର୍ଚ୍ଚା ଚାହୁଁଛ ନା ନାହିଁ ? ରାଜନୈତିକ ଦଳ ଓ ନେତାଙ୍କ ମଧ୍ୟରେ ପ୍ରତିଶ୍ରୁତିବଦ୍ଧ ରହିବା ଦରକାର । ଅପରେସନ୍ ସିନ୍ଦୂର ଉପରେ ଚର୍ଚ୍ଚା କରିବାକୁ ଚାହୁଁଥିଲେ ହେବେ କାହିଁକି ବାଧା ସୃଷ୍ଟି କରୁଛ । ପ୍ରଶ୍ନକାଳ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥାଏ । ଦେଶ ଜାଣିବାକୁ ଚାହୁଁଛି ତୁମେ କାହିଁକି ପ୍ରଶ୍ନକାଳ ଚଲାଇ ଦେଉନାହଁ, ଜବାବ୍‌ ଦିଅ । ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା ହେବାର ଅଛି ହେଲେ ତୁମେ ତାହା କରାଇ ଦେଉନାହଁ । ସଂସଦର ମର୍ଯ୍ୟାଦା ଭଙ୍ଗ କରୁଛି । ଏହା ୧୪୦ କୋଟି ଜନତାଙ୍କ ମନ୍ଦିର । ମୁଦ୍ଦା ଉପରେ ଆଲୋଚନା କରିବାକୁ ଚାହୁଁନ ଏହା ସମ୍ପୂର୍ଣ୍ଣ ଭୁଲ୍ । ସମସ୍ତଙ୍କୁ କହୁଛୁ ସଂସଦର ଗରିମା ରକ୍ଷା କର ।''

ବିରୋଧୀଙ୍କ ହଙ୍ଗମା କରିବା ଓ ଅପରେସନ୍ ସିନ୍ଦୂର ଉପରେ ଚର୍ଚ୍ଚା ହୋଇ ନପାରିବାକୁ ନେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ''ଅପରେସନ୍ ସିନ୍ଦୂର ଚର୍ଚ୍ଚାରୁ ବିରୋଧୀ ୟୁ-ଟର୍ଣ୍ଣ ନେଇଛନ୍ତି । ଏହା କାମ କରିବ ନାହିଁ । ଆମେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଥିଲୁ । ସେମାନେ ୧୦ ମିନିଟ୍‌ ପୂର୍ବରୁ ଅଚାନକ ଏସ୍‌ଆଇଆର୍ ଉପରେ ଚର୍ଚ୍ଚା କରିବାକୁ କହିଥିଲେ । ରକ୍ଷା ମନ୍ତ୍ରୀ ସିନ୍ଦୂର ଉପରେ ଚର୍ଚ୍ଚା କରିବେ ତାଙ୍କ କଥା ଶୁଣନ୍ତୁ ସମସ୍ତେ । ବିରୋଧୀ ପାକିସ୍ତାନ ଭାଷା ନ କୁହନ୍ତୁ ।''

ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ''ମୁଁ ଜାଣିଥିଲି ଏମିତି ହେବ ତେଣୁ ସଂସଦ ବାହାରେ ଛିଡା ହୋଇଛି । ମୁଁ ଯଦି କହିବି ତେବେ ସଂସଦ ଭିତରେ କହିବି ।''


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.