ପ୍ରମୂଖ ଖବର
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଅନ୍‌ଲାଇନ ଗେମ୍‌ରୁ କୋଟିପତି: ୬ ଯୁବକଙ୍କ ଘରେ ଇଡିର ଚଢ଼ାଉ, ବେନାମୀ ସମ୍ପତ୍ତିର ଖୋଳତାଡ଼ କରୁଛନ୍ତି ୪୦ ଅଧିକାରୀ

ବଣାଇଁ,୨୭/୦୭: ଦିନ ଥିଲା ଘରେ  ଦୁଇ ଓଳି ଖାଇବାକୁ ନ ଥିଲା । ଏପରିକି ଭଙ୍ଗା  ଦଦରା ମାଟିକାନ୍ଥ ଘରେ ରହୁଥିଲେ । କିଏ ଦିନ ମଜୁରିଆ ଭାବେ କାମ କରୁଥିଲା ତ ଆଉ କିଏ  ଟେଣ୍ଟ ହାଉସ୍‌ ଚଳାଉଥିଲା । ମାତ୍ର ସେମାନେ ଆଜି କୋଟିପତି । ଆଉ ନାହିଁ ମାଟି କାନ୍ଥର ଘର ।  ତିଆରି କରିଛନ୍ତି ତିନି ମହଲା କୋଠା । ଅନ୍‌ଲାଇନ୍‌  ଗେମ୍‌ରୁ ୬ ଜଣ ହୋଇଛନ୍ତି କୋଟିପତି । ବ୍ୟାଙ୍କ  ଆକାଉଣ୍ଟ ଜରିଆରେ କୋଟି କୋଟି ଟଙ୍କାର ବେନାମୀ କାରବାର ଜଣାପଡ଼ିବା ପରେ ସମ୍ପୃକ୍ତ  ଯୁବକମାନେ ଆସିଛନ୍ତି ସ୍କାନରକୁ । ସୁନ୍ଦରଗଡ଼ ଜିଲ୍ଲା  ବଣାଇଁ ଉପଖଣ୍ଡର ବଡ଼ଗୋଗୁଆ ଗ୍ରାମରେ ଶୁକ୍ରବାର ସକାଳେ କୋଲକାତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ୪୦ ଜଣିଆ ଟିମ୍‌ ଅତର୍କିତ ଚଢ଼ାଉ କରିବା ପରେ  ଏହା ସାମ୍ନାକୁ ଆସିଛି । ଏହି ଘଟଣା ସୁନ୍ଦରଗଡ଼  ଜିଲ୍ଲା ସମେତ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଶନିବାର ସକାଳୁ ମଧ୍ୟ ଇଡି ଟିମ୍‌ ଚଢ଼ାଉ ଜାରି ରଖିଥିବା ଜଣାପଡିଛି।

ସୂଚନା ମୁତାବିକ,ବଡ଼ଗୋଗୁଆ ଗ୍ରାମରେ ରୁହନ୍ତି ଅରୁଣ କୁମାର  ସାହୁ, ଶିଶିର ପ୍ରଧାନ, ବିଜୟ ପ୍ରଧାନ, ଡେଲିନ  ପ୍ରଧାନ, ସେବା ସାହୁ ଓ କ୍ଷମାନିଧି ସାହୁ । ଏମାନଙ୍କ  ମଧ୍ୟରୁ ଶିଶିର ଟେଣ୍ଟ ହାଉସ୍‌ ଚଳାଉଥିଲେ ।  ଅନ୍ୟମାନଙ୍କ ମଧ୍ୟରୁ କିଏ ଦିନ ମଜୁରିଆ କାମ  କରୁଥିଲେ ତ ଆଉ କିଏ ବେକାର ହୋଇ ଘରେ  ବସିଥିଲେ । ହେଲେ ଗତ ୮ବର୍ଷ ମଧ୍ୟରେ  ସେମାନଙ୍କ ଜୀବନଶୈଳୀରେ ଆସିଥିଲା ବଡ଼  ପରିବର୍ତ୍ତନ । ସେମାନଙ୍କ ମାଟି ଘର ଜାଗାରେ ମୁଣ୍ଡ  ଟେକିଥିଲା ଆଖି ଚମକାଇ ଦେବା ଭଳି କୋଠା । ଏପରି କି ଘରର ଛାତ ଉପରେ ମଧ୍ୟ ଟାଇଲ୍‌ ବିଛା ଯାଇଥିଲା । ଏହାକୁ ନେଇ ବଡ଼ଗୋଗୁଆ  ଅଞ୍ଚଳବାସୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା  ଚର୍ଚ୍ଚା । ହେଲେ ସମ୍ପୃକ୍ତ ଯୁବକଙ୍କ କାରବାର ବିଷୟରେ କେହି ଟେର୍‌ ପାଇପାରୁ ନ ଥିଲେ ।  କାରଣ ସେମାନେ ଅଧିକାଂଶ ସମୟ ଗାଁ  ବାହାରେ ରହୁଥିଲେ । ତେବେ ଦୁଇବର୍ଷ ହେଲା ସେମାନେ ଅନ୍‌ଲାଇନ୍‌ ଗେମ୍‌ (ଫି-ୱିନ୍‌)  ମାୟାଜାଲରେ ପଡ଼ିଥିଲେ । ଏହି ଗେମ୍‌ରେ ଟଙ୍କା ଲଗାଇ କୋଟି କୋଟି ଟଙ୍କା  ରୋଜଗାର କରୁଥିବା ଜଣାପଡ଼ିବା ପରେ ଶୁକ୍ରବାର ସକାଳେ କୋଲକାତାରୁ ଇଡିର ୪୦ ଜଣିଆ ଟିମ୍‌  ୮ଟି ଗାଡ଼ିରେ ବଡ଼ଗୋଗୁଆ ଗାଁରେ ପହଞ୍ଚି ଚଢ଼ଉ  ଆରମ୍ଭ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ଯୁବକଙ୍କ ଘର  ବାହାରେ ମୁତୟନ ହୋଇଥିଲେ ସିଆରପିଏଫ୍‌  ଯବାନ । ଗଣମାଧ୍ୟମ କିମ୍ବା ସାଧାରଣ ଲୋକ କାହାରିକୁ  ଛଡ଼ାଯାଇ ନ ଥିଲା । 

ଉଲ୍ଲେଖଯୋଗ୍ୟ, ଫି-ୱିନ୍‌ ଅନ୍‌ଲାଇନ୍‌ ଗେମ୍‌  ଖେଳିବାକୁ ହେଲେ ୟୁଜର ଆଇଡି ନିମନ୍ତେ ୫  ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିଥାଏ ।  ଜମା ଟଙ୍କା ଅନୁଯାୟୀ ଲାଭ ମିଳିଥାଏ । ଦିନକୁ ୫ରୁ  ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜେକ୍ସନ ହୋଇଥାଏ ।  ହେଲେ ସମ୍ପୃକ୍ତ ଯୁବକଙ୍କ ଦିନକୁ କେତେ ଟଙ୍କା  ବ୍ୟାଙ୍କ ଟ୍ରାଞ୍ଜେକ୍ସନ ହେଉଥିଲା, ସେମାନେ ଆୟକର  ଦେଉଥିଲେ କି ନାହିଁ ସେ ସବୁ ଦିଗକୁ ନେଇ  ଖୋଳତାଡ଼ ଚଳାଇଛନ୍ତି ଇଡିର ଅଧିକାରୀମାନେ ।  ଇଡି ଖୋଳତାଡ଼ ଏବଂ ସ୍ଥାନୀୟ ଲୋକଙ୍କ ଚର୍ଚ୍ଚାରୁ  ଅନେକ ତଥ୍ୟ ପଦାକୁ ଆସିଛି । ସମ୍ପୃକ୍ତ ୬ ଯୁବକ  ବର୍ଷେ ତଳେ ରାଉରକେଲାର ଏକ ହୋଟେଲରେ  ପ୍ରାୟ ଏକ ମାସ ରହି କାରବାର ଚଳାଇଥିଲେ । ଏହା  ପରେ ସେମାନେ ଦେବଗଡ଼ ଚାଲି ଯାଇଥିଲେ । ଏବେ  ୬ ମାସ ହେଲା ଭୁବନେଶ୍ୱରରେ ଡେରା ପକାଇଛନ୍ତି ।  କେବଳ ଏହି ୬ଜଣ ନୁହନ୍ତି, ବଣାଇଁ ସମେତ  ଏହାର ଆଖପାଖ ଅଞ୍ଚଳର ୧୦୦ରୁ ଊଦ୍ଧ୍ୱର୍ ଯୁବକ କମ୍‌  ସମୟରେ କୋଟିପତି ହେବା ଲୋଭରେ ଅନ୍‌ଲାଇନ୍‌  ଗେମ୍‌ ମାୟାଜାଲରେ ପଡ଼ିଥିବା ଜଣାପଡ଼ିଛି । ତଦନ୍ତ  ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ବିଶ୍ୱସ୍ତ  ସୂତ୍ରରୁ ଜଣାପଡ଼ିଛି ।    

ଅପରପକ୍ଷେ ଇଡିର ଚଢ଼ଉକୁ ନେଇ ଅଡୁଆ  ସ୍ଥିତି ସୃଷ୍ଟି ହୋଇଥିଲା । ଇଡି ଅଧିକାରୀମାନେ ବୁଦ୍ଧଦେବ ସାହୁଙ୍କ ଘରେ ପଶିଥିଲେ । ଘରେ କେହି  ନ ଥିବାର ସୁଯୋଗ ନେଇ ଆଲମିରା ଖୋଲି ସୁନା  ଓ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି । ଏ  ନେଇ ଶ୍ରୀ ସାହୁ ବଣାଇଁ ଥାନାରେ ଏତଲା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.