ମନମୁଣ୍ଡା, ୧୯।୮ : ସାପ୍ତାହିକ ହାଟରେ ଗୋରୁ ବିକ୍ରି କରି ଫେରୁଥିବା ବେଳେ ଲୁଟ୍। ଦୁର୍ବୃତ୍ତମାନେ ଗୋରୁ ବେପାରୀଙ୍କ ଠାରୁ ୧.୪୦ ଲକ୍ଷ ଟଙ୍କା , ବାଇକ ଓ ମୋବାଇଲ ଲୁଟ କରି ଫେରାର ହୋଇଯାଇଛନ୍ତି। ଏ ନେଇ ଗୋରୁ ବେପାରୀ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି।
ସୋନପୁରର ଦୁଇ ଭାଇ କଣ୍ଟାମାଳ ବ୍ଲକ ଆମ୍ବଗାଁ ସାପ୍ତାହିକ ବଜାରରେ ୪ ପଟ ବଳଦ ବିକ୍ରି କରି ବାଇକ ଯୋଗେ ଘରକୁ ଫେରୁଥିଲେ। ମନମୁଣ୍ଡା ଥାନା ଜାଲପାଲି ଛକ ନିକଟ ରେ ୬ ଜଣ ଦୁର୍ବୃତ୍ତ ମୁହଁରେ ଗାମୁଛା ବାନ୍ଧି ହାତରେ ମେଢା ଓ ଲୁହାର ଧାରୁଆ ମାରଣାସ୍ତ୍ର ଧରି ଗୋରୁ ବେପାରୀ ମାନଙ୍କୁ ଅଟକାଇ ଥିଲେ। ଦୁର୍ବୃତ୍ତମାନେ ଗୋରୁ ବେପାରୀ ଦୁଇ ଭାଇଙ୍କୁ ମେଢ଼ାରେ ମାଡ ମାରି କ୍ଷତାକ୍ତ କରିଦେବା ପରେ ଭୁଜାଲି ଦେଖାଇ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ସେମାନଙ୍କ ଠାରୁ ୧ ଲକ୍ଷ ୪୦ ହଜାର ଟଙ୍କା, ଏକ ନୋକିଆ ମୋବାଇଲ୍ ଏବଂ ଏକ ବାଇକ ଲୁଟ କରି ନେଇ ପଳାଇଗଲେ। ଏନେଇ ସେମାନେ ଥାନାରେ ଅଭିଯୋଗ କରିଛନ୍ତି।