ଜହ୍ନlପଙ୍କ, ୧୮/୮: ବୌଦ୍ଧ ବ୍ଲକ ବଢିଗାଁ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ସାର ବଣ୍ଟନକୁ ନେଇ ସୋମବାର ପୂର୍ବାହ୍ନରେ ଚାଷୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସାର ନେବା ପାଇଁ ଚାଷୀ ମାନେ ଋଣ ଚେକ୍ ନେଇ ସମିତି ରେ ପହଞ୍ଚି ଥିଲେ। ସମିତିରେ ଆବଶ୍ୟକ ଅନୁଯାୟୀ ସାର ନ ଥିବାରୁ ସମ୍ପାଦକ ଚାଷୀ ପ୍ରତି ୨ ବସ୍ତା ଲେଖାଏଁ ୟୂରିଆ ଦେବା ପାଇଁ କହିଥିଲେ l ଫଳରେ ଚାଷୀମାନେ ଏଥିରେ ରାଜି ନ ହେବା ସହ ଅଧିକ ସାର ଦାବି କରିବା ଫଳରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇ ଥିଲା। ଚାଷୀମାନଙ୍କ ଏଭଳି ପରିସ୍ଥିତି ଦେଖି ସମ୍ପାଦକ ଶିରୀଶ କୁମାର ବେହେରା ସମିତି ଛାଡି ଚାଲି ଯାଇଥିବା ବେଳେ ଦୀର୍ଘ ସମୟ ଧରି ଚାଷୀମାନେ ହୋ ହଲ୍ଲା କରିଥିଲେ। ଏନେଇ ଶ୍ରୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ଫୋନ ଉଠେଇ ନଥିଲେ।