ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବୌଦ୍ଧ ଜିଲ୍ଲା ଡିଆରସିଏସ୍ ନିଲମ୍ବିତ

Published By : Suraj Kumar | August 21, 2025 10:42 PM

ଭୁବନେଶ୍ୱର, ୨୧/୮ : ବୌଦ୍ଧ ଜିଲ୍ଲା ଉପ-ନିବନ୍ଧକ ସମବାୟ ସମିତି ସମୂହ (ଡିଆରସିଏସ୍) ଗିରିଶ ଚନ୍ଦ୍ର ପୁରୋହିତ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । ଚାଷୀ ପଞ୍ଜିକରଣ ଭଳି ଗୁରୁତ୍ଵପୂର୍ଣ୍ଣ ସମୟରେ ବିନା ଅନୁମତିରେ ଭ୍ରମଣ ପାଇଁ ଥାଇଲାଣ୍ଡ ଗସ୍ତରେ ଯାଇଥିବା ଅଭିଯୋଗରେ ତାଙ୍କୁ ସମବାୟ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ନିଲମ୍ବନ ସମୟରେ ଭୁବନେଶ୍ଵର ସମବାୟ ସମିତି ସମୂହ ନିବନ୍ଧକଙ୍କ କାର୍ଯ୍ୟାଳୟରେ ତାଙ୍କର ମୁଖ୍ୟାଳୟ (ହେଡ୍ କ୍ଵାର୍ଟର୍) ସ୍ଥିର କରାଯାଇଛି । ନିଲମ୍ବନ ଆଦେଶ ବଳବତ୍ତର ରହିବା ପର୍ଯ୍ୟନ୍ତ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ।  

ସୂଚନାଯୋଗ୍ୟ, ଚାଷୀ ପଞ୍ଜିକରଣ ଭଳି ଗୁରୁତ୍ଵପୂର୍ଣ୍ଣ ସମୟରେ ଅସୁସ୍ଥତା ଦେଖାଇ ୬ଟି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ର ସମ୍ପାଦକ ଏବଂ ବୌଦ୍ଧ ଜିଲ୍ଲା ଉପ-ନିବନ୍ଧକ ସମବାୟ ସମିତି ସମୂହ (ଡିଆରସିଏସ୍)  ୮ ରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଛୁଟିରେ ରହିଥିଲେ । ମାତ୍ର ସାମାଜିକ ଗଣମାଧ୍ୟମ ପୋଷ୍ଟରୁ ଜଣାପଡ଼ିଥିଲା ଯେ, ସେମାନେ ଅସୁସ୍ଥ ନଥିଲେ ବରଂ ଥାଇଲାଣ୍ଡ ବୁଲିବା ପାଇଁ ଯାଇଥିଲେ ।   

ଏହି ଘଟଣାରେ ପୂର୍ବରୁ ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧର ପାକ୍ସ ସମ୍ପାଦକ ଦେବାଶିଷ ମିଶ୍ର, ଲୁଣିବାହଲ ପାକ୍ସ ସମ୍ପାଦକ ସଂଜୀବ କୁମାର ପ୍ରଧାନ, ବୌଦ୍ଧ ପାକ୍ସ ସମ୍ପାଦକ ସତ୍ୟଜିତ କର ନିଲମ୍ବିତ ହୋଇଥିଲେ । ସେହିପରି ସୋନପୁର ଜିଲ୍ଲାର ଲଛିପୁର ପାକ୍ସ ସମ୍ପାଦକ ମଞ୍ଜୟ ଧରୁଆ, ମୟୁରଉଡାନ ପାକ୍ସ ସମ୍ପାଦକ ଧନେଶ୍ଵର ସାହୁ, ରେଙ୍ଗାଲି ପାକ୍ସ ସମ୍ପାଦକ ଅର୍ଜୁନ ପୂଜାରୀ ଏହି ଘଟଣାରେ ନିଲମ୍ବିତ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.