ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ଗ୍ରାମରକ୍ଷୀ, ଜିଲ୍ଲାପାଳଙ୍କୁ କଲେ ଅଭିଯୋଗ

Published By : Suraj Kumar | August 18, 2025 10:41 PM

ମନମୁଣ୍ଡା, ୧୮।୮  : ଗ୍ରାମରକ୍ଷୀ ମାନେ ମାସକୁ ମାତ୍ର ୧୮୦୦ ଟଙ୍କା ଭତ୍ତା ଆକାରରେ ପାଉଛନ୍ତି। ସେମାନଙ୍କୁ ସରକାରୀ କର୍ମଚାରୀ ଦର୍ଶାଇ ରାସନ୍ କାର୍ଡ , ପ୍ରଧାନମନ୍ତ୍ରୀ ଆବାସ, ସୁଭଦ୍ରା ଯୋଜନା ଇତ୍ୟାଦି ଅନେକ ସରକାରୀ ଯୋଜନା ରୁ ବଞ୍ଚିତ କରାଯାଇଛି। ଫଳରେ ଅନୁସୂଚିତ ଜାତି ର ଏହି ଗ୍ରାମରକ୍ଷୀ ମାନେ ନାହିଁ ନ ଥିବା ଅସୁବିଧାର ର ସମ୍ମୁଖୀନ ହେଉଥିବା ଜାଣିବାକୁ ମିଳିଛି। ଏତେ କମ ଭତ୍ତା ରେ ସେମାନଙ୍କ ପରିବାର ଚଳାଇବା କଷ୍ଟ କର ହୋଇ ପଡ଼ୁଥିବା କହିଛନ୍ତି।

 ଗତ ୧୨  ତାରିଖରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ନଚନ୍ଦ୍ର ମହାପାତ୍ର ମନମୁଣ୍ଡା ଗସ୍ତ ରେ ଆସିଥିବାବେଳେ ମନମୁଣ୍ଡା ଗ୍ରାମରକ୍ଷୀ ମାନେ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରି  ଲିଖିତ ଭାବେ ଜଣାଇଥିଲେ। ସମସ୍ୟା ବୁଝିବାକୁ ମନ୍ତ୍ରୀ  ସେଠାରେ ଉପସ୍ଥିତ ଥିବା ବୌଦ୍ଧ  ଜିଲ୍ଲାପାଳ ବିଭୂତି ଭୂଷଣ ନାଏକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମରକ୍ଷୀମାନଙ୍କୁ  ସମସ୍ତ ସରକାରୀ ଯୋଜନାରେ ଯୋଗ୍ୟ ଘୋଷିତ କରିବା ଓ ସୁବିଧା ପ୍ରଦାନ କରିବା ପାଇଁ ପଦକ୍ଷେପ ନେବାକୁ ମନମୁଣ୍ଡା ଥାନାର ପ୍ରାୟ ସମସ୍ତ ଗ୍ରାମରକ୍ଷୀ କଣ୍ଟାମାଳ ରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିର ରେ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ସକାରାତ୍ମକ ପଦକ୍ଷେପ ନେବେ ବୋଲି କହିଥିବା ଜାଣିବାକୁ ମିଳିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.