ବୈପାରୀଗୁଡା, ୨୪।୪ : ଧସିଲା ମାଟି ଅତଡ଼ା। ମାଟି ତଳେ ଚାପି ହୋଇ ଚାଲିଗଲା ଜଣକ ଜୀବନ। ମାଛ ଧରିବା ପାଇଁ ନାଳ କାଟି ପୋଖରୀ ପାଣି ନିଷ୍କାସନ କରୁଥିବା ବେଳେ ଘଟିଛି ଅଘଟଣ l କୋରାପୁଟ ବୈପାରୀଗୁଡାର ଯୋଡିଧାରାର ଘଟିଛି ଅଭାବନୀୟ ଘଟଣା l ମୃତକ ଯୋଡିଧାରା ଗାଁ ର ୨୦ ବର୍ଷୀୟ ଡମ୍ବୁରୁ ବଡ଼ ନାୟକ l
ଗାଁ ପୋଖରୀରୁ ମାଛ ଧରିବେ। ଏଥିପାଇଁ ପୋଖରୀରୁ ପାଣି ନିଷ୍କାସନ ପାଇଁ ଡମ୍ବୁରୁ ଏବଂ ତାଙ୍କ ସହଯୋଗୀ ନାଳ କାଟୁଥିଲେ l ହେଲେ ହଠାତ ଧସିଲା ମାଟି ଅତଡ଼ା। ପନ୍ଦର ଫୁଟ ତଳେ ଚାପି ହୋଇଗଲେ ଡମ୍ବୁରୁ l ଚାଲିଗଲା ତାଙ୍କର ଡମ୍ବୁରୁଙ୍କ ଜୀବନ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ବୈପାରୀଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି l