ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଇନଫୋସିଟିରେ ଖୋଲିଲା ଓଡିଶ୍ରୀ ବିରିୟାନୀ ରେସ୍ତୋରାଁ: ଇଣ୍ଡିଆନ, ଚାଇନିଜ୍, ତନ୍ଦୁର ସହ ମିଳିବ ଅନେକ ଖାଦ୍ୟ

ଭୁବନେଶ୍ୱର ୦୭/୧୦: ବର୍ତ୍ତମାନ ସମୟରେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ରେସ୍ତୋରାଁ। ସାଙ୍ଗ ସାଥି ହେଉ କି ପରିବାର ଲୋକ ସହ ଏସି ରୁମରେ ଖାଦ୍ୟର ମଜ୍ଜା ନେଉଛନ୍ତି। ଏହାକୁ ନଜରରେ ରଖି ଭୁବନେଶ୍ୱରରେ ଭଳିକି ଭଳି ରେସ୍ତୋରାଁ ଖୋଲିଛି।  ଏହି କ୍ରମରେ ଇନଫୋସିଟି ପ୍ଲାଜା ପଟିଆରେ ଖୋଲିଛି "ଓଡିଶ୍ରୀ ବିରିୟାନୀ " ରେସ୍ତୋରାଁ। ଏହି ରେସ୍ତୋରାଁରେ ଇଣ୍ଡିଆନ, ଚାଇନିଜ୍, ତନ୍ଦୁର ମେନ୍ୟୁ ସହ ଅନେକ ଖାଦ୍ୟ ମିଳିପାରିବ। 

ଅତିଥି ଭାବେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ,  ବିଧାୟକ ଗୌତମ ବୁଦ୍ଧ ଦାସ, ଅଭିନେତ୍ରୀ ଆହାନା ବରାଳ, ଖ୍ୟାତନାମା  ସେଫ୍ ସୁନୀଲ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକୁ ଉଦଘାଟନ କରି କେବଳ ଓଡିଶା ନୁହେଁ ସାରା ଭାରତ ବର୍ଷରେ ଏହାର ଶାଖା ଖୋଲୁ ବୋଲି କହିଥିଲେ। ନିର୍ଦ୍ଦେଶିକା ସସ୍ମିତା ଦାଶଙ୍କ ସହ ସାମ୍ବାଦିକ ରାମଜୀବନ ଗୋଛାୟତ ଓ ବେଣୁଧର ବିଶ୍ବାଳ ପ୍ରମୁଖ ଯୋଗ ଦେଇ ଥିଲେ। ଆଗାମୀ ଦିନରେ ଓଡିଶ୍ରୀ ଗ୍ଲୋବାଲ ଭେର୍ଣ୍ଣର ନାମକ କମ୍ପାନୀ ତରଫରୁ ରାଜ୍ୟର ଅନ୍ୟ ସ୍ଥାନରେ ଏହି ରେସ୍ତୋରାଁ ଖୋଲା ଯିବ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.