ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ତାରିଖ ପରିବର୍ତ୍ତନ !

ଭୁବନେଶ୍ୱର,୦୯/୦୬: କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । କାହା ମୁଣ୍ଡରେ ସୁନାକଳସ ଢାଳିବ ବିଜେପିର ସଂସଦୀୟ ବୋର୍ଡ? ବିଜେପିର ମୁଖ୍ୟମନ୍ତ୍ରୀ ଚେହେରାକୁ ସସ୍‌ପେନ୍ସ ଲାଗି ରହିଛି । ଏହା ଭିତରେ ସାମ୍ନାକୁ ଆସିଛି ଶଥପ ଗ୍ରହଣ କରିବାର ନୂଆ ତାରିଖ। ୧୦ ନୁହେଁ ୧୨ରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନେବେ ଶପଥ। ସୋମବାର  ଦିନ ୧୧ଟାରେ ବସିବ ବିଧାୟକ ଦଳ ବୈଠକ। ବୈଠକ ପୂର୍ବରୁ ଆଜି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ନବନିର୍ବାଚିତ ବିଧାୟକ। ଏନେଇ ବିଜେପି ଦଳୀୟ ସୂତ୍ରରୁ ସୂଚନା ମିଳିଛି।

ସେପଟେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସଜେଇ ହେଉଛି ଜନତା ମଇଦାନ ।  ସଭାସ୍ଥଳ ଫୁଲରେ ସଜେଇ ହେବ । ରାସ୍ତା  ଆଲୋକୀକରଣ କରାଯିବ । ଏ ନେଇ ବହୁ ବରିଷ୍ଠ ଅଧିକାରୀ ସଭାସ୍ଥଳ ବୁଲି ସମୀକ୍ଷା କରିଛନ୍ତି । ପୂର୍ତ୍ତ ବିଭାଗ ପକ୍ଷରୁ ସଭା ସ୍ଥଳ ଟେଣ୍ଟ୍‌ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ଟେଣ୍ଟ୍‌ ହସ୍ତାନ୍ତର କରିବାକୁ ଟାର୍ଗେଟ ରଖାଯାଇଛି । ତେଣୁ ଦିନରାତି କାମ ଚାଲିଛି । ଜର୍ମାନ୍‌ ହ୍ୟାଙ୍ଗର୍‌ ଡିଜାଇନ୍‌ରେ ସଭାସ୍ଥଳ ଟେଣ୍ଟ  ହୋଇଛି । ପ୍ରାୟ ୧ ଲକ୍ଷରୁ ଅଧିକ ଲୋକେ  ବସିବା ପାଇଁ ବ୍ୟବସ୍ଥା କରାଯାଇଛି । କିଏ  କେଉଁଠି ବସିବ, ଏ ନେଇ ଅଧିକାରୀମାନଙ୍କୁ  ବିଏମ୍‌ସି ପକ୍ଷରୁ ଦାୟିତ୍ୱ ଦିଆଯାଇଛି । ଜନତା  ମଇଦାନକୁ ସଂଯୋଗ କରୁଥିବା ସବୁ ରାସ୍ତା  ମରାମତି କାମ ସରିଛି । ବାରିକେଡ୍‌ ଓ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସଭାସ୍ଥଳ  ଓ ବାହାର ଆଲୋକୀକରଣ କରାଯାଇଛି ।  ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ  ଲାଇଟ୍‌ ଲଗାଯାଇଛି । ଏକାଧିକ ସରକାରୀ  କୋଠା ମଧ୍ୟ ଆଲୋକ ମାଳାରେ ସଜେଇ  ହେବ ।  

ସେହିଭଳି ସଫେଇ ଉପରେ ବିଏମ୍‌ସି ପକ୍ଷରୁ ଗୁରୁତ୍ୱ  ଦିଆଯାଇଛି । ସଭାସ୍ଥଳ ଓ ବାହାରେ ୩ ଶହରୁ  ଅଧିକ ସଫେଇ କର୍ମୀ ରହିବେ । ନିଜେ ଡେପୁଟି  କମିସନର (ପରିମଳ) ଏହାର ତଦାରଖ  କରିବେ । ଏହାସହ ଫୁଲରେ ସଜେଇବାକୁ  ବିଏମ୍‌ସି ପକ୍ଷରୁ ବ୍ୟବସ୍ଥା ହୋଇଛି । ଯେପରି  ଶପଥ ଗ୍ରହଣ ଉତ୍ସବରେ ଲାଇନ୍‌ ନ କଟେ  ସେଥିପ୍ରତି ଧ୍ୟାନ ଦେବାକୁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ୩୦ ଜିଲ୍ଲାରୁ ନିମନ୍ତ୍ରିତ  ଅତିଥିମାନଙ୍କୁ ପାଛୋଟି ଆଣିବାକୁ ବିଏମ୍‌ସିର  ଅଧିକାରୀ ଓ କର୍ମଚାରୀମାନେ ନିୟୋଜିତ  ହେବେ । କେଉଁ ବସ୍‌ରେ ଆସିବେ, କେଉଁଠି  ରହିବେ, କ’ଣ ଖାଇବେ ସେସବୁ ବୁଝିବାକୁ  ଦାୟିତ୍ୱ ଦିଆଯାଇଛି । ସଭାରେ ୧ ଲକ୍ଷରୁ ଅଧିକ  ଜନସମାଗମ ହେବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ, ବିଜେପି  ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ  ସହ ବହୁ ଭିଭିଆଇପି ଯୋଗଦେବାର ସୂଚନା ରହିଛି । ତେଣୁ ଯେପରି ପ୍ରଶାସନିକ ତ୍ରୁଟି ନ  ରହେ, ସେଥିପ୍ରତି ଧ୍ୟାନ ଦେବାକୁ ବରିଷ୍ଠ  ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.