ପ୍ରମୂଖ ଖବର
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ନୂଆଦିଲ୍ଲୀ ଓଡ଼ିଶା ଭବନ ବିପଦସଙ୍କୁଳ: ଭାଙ୍ଗିବ ପୂର୍ତ୍ତ ବିଭାଗ, ଘୋଷଣା କଲା ଗୃହ ବିଭାଗ

ଭୁବନେଶ୍ୱର,୦୯/୦୯: ନୂଆଦିଲ୍ଲୀରେ ଥିବା  ଓଡ଼ିଶା ଭବନ ବିପଦସଙ୍କୁଳ ସ୍ଥିତିରେ ଅଛି । ଏହାର  ଭାଙ୍ଗିବା ଦାୟିତ୍ୱ ରାଜ୍ୟ ପୂର୍ତ୍ତ ବିଭାଗକୁ ଦିଆଯାଇଛି  ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ  ସୂଚନା ଦିଆଯାଇଛି । 

ମିଳିଥିବା ସୂଚନା ମୁତାବକ,  ନୂଆଦିଲ୍ଲୀ ପୌର ପରିଷଦର ମୁଖ୍ୟ ସ୍ଥପତି(ଚିଫ୍‌  ଆର୍କିଟେକ୍ଟ୍‌) ଗୃହର ନିରାପତ୍ତା ଅଡିଟ୍‌ କରିବାକୁ  ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ପୂର୍ତ୍ତ  ବିଭାଗ ଓଡ଼ିଶା ଭବନ, ଓଡ଼ିଶା ନିବାସ ଓ ଓଡ଼ିଶା  ସଦନର ଅଡିଟ୍‌ କରାଇଥିଲେ । ସେଥିମଧ୍ୟରୁ ଓଡ଼ିଶା  ଭବନ ବିପଜ୍ଜନକ ଅବସ୍ଥାରେ ବୋଲି ୨୦୨୨ ଏପ୍ରିଲ  ୧୯ ତାରିଖରେ ସୂଚନା ଦେଇଥିଲେ । 

ଓଡ଼ିଶା  ଭବନ ଦୀର୍ଘ ଦିନ ଧରି ବ୍ୟବହାର କରିବା ଯୋଗ୍ୟ  ନୁହଁ ଯାହାକୁ ଆସନ୍ତା ୨/୩ ବର୍ଷ ମଧ୍ୟରେ ଭଙ୍ଗା  ଯିବା ଆବଶ୍ୟକ ବୋଲି ଅଡିଟ୍‌ ରିପୋର୍ଟରେ  ଦର୍ଶାଯାଇଥିଲା। ଏହା ମରାମତି ହେବା ଅବସ୍ଥାରେ  ନାହିଁ । ପୂର୍ତ୍ତ ବିଭାଗ ଏହାକୁ ବିପଜ୍ଜନକ ବୋଲି  ଘୋଷଣା କରିବାକୁ ଗୃହ ବିଭାଗକୁ ଅନୁରୋଧ  କରିଥିଲା ଯାହାକୁ ଅଧାର କରି ରାଜ୍ୟ ଗୃହ ବିଭାଗ  ପକ୍ଷରୁ ନୂଆଦିଲ୍ଲୀରେ ଥିବା ଓଡ଼ିଶା ଭବନ ଆଉ  ରହିବା ଅବସ୍ଥାରେ ନାହିଁ, ବିପଦସଙ୍କୁଳ ସ୍ଥିତିରେ  ଅଛି ବୋଲି ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.